ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

The Sakala Picture
Published On

ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ […]

ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ସୂଚନା ଅନୁଯାୟୀ, ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ଏଭଳି ସ୍ଥିତି ହୋଇଥିଲା ଯେ, ତିନି ଛାତ୍ର ମିଶି ଅନ୍ୟ ଜଣେ ଛାତ୍ରଙ୍କୁ ୧୦୮ ଥର ଜ୍ୟୋମେଟ୍ରି କମ୍ପାସରେ ଭୁଶି ଦେଇଥିଲେ। ପରେ ସ୍କୁଲରୁ ଭୟଭୀତ ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ଛାତ୍ର। ଏହା ପରେ ଛାତ୍ରଙ୍କ ଅଭିଭାବକ ଏରୋଡ୍ରମ ଥାନା ପୋଲିସରେ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଅନ୍ୟପଟେ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡିତ ଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ଏହି ଘଟଣା ସହ ଜଡିତ ସମସ୍ତ ଛାତ୍ରଙ୍କ ବୟସ ୧୦ ବର୍ଷ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁ କଲ୍ୟାଣ ସମିତି ଏହି ଘଟଣାକୁ ନେଇ ଉଦ୍‌ଗେବ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର