ହୋମ୍ ୱାର୍କ କରି ନ ଥିବାରୁ ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ
ଚୁରୁ : ରାଜସ୍ଥାନର ଚୁରୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ସାଲସାର ଥାନା ଅନ୍ତର୍ଗତ କୋଲାସର ଗ୍ରାମର ଜଣେ ଶିକ୍ଷକ ବୁଧବାର ଦ୍ବିପହରେ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏହି ଛାତ୍ର ଗଣେଶ ସ୍କୁଲକୁ ହୋମ୍ ୱାର୍କ କରି ଆସିନଥିଲେ। ଏଥିଯୋଗୁଁ ଶିକ୍ଷକ ତାଙ୍କୁ ଗୁଡେଇତୁଡେଇ ବିଧା ଗୋଇଠା, ମୁଥା ମାରି ଚାଲିଥିଲେ । ପରେ ଗଣେଶଙ୍କ ନାକରୁ ରକ୍ତ ବାହାରିଥିଲା ଏବଂ ସେ ବେହୋସ ହୋଇଯାଇଥିଲେ। କିଛି […]
ଚୁରୁ : ରାଜସ୍ଥାନର ଚୁରୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ସାଲସାର ଥାନା ଅନ୍ତର୍ଗତ କୋଲାସର ଗ୍ରାମର ଜଣେ ଶିକ୍ଷକ ବୁଧବାର ଦ୍ବିପହରେ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏହି ଛାତ୍ର ଗଣେଶ ସ୍କୁଲକୁ ହୋମ୍ ୱାର୍କ କରି ଆସିନଥିଲେ। ଏଥିଯୋଗୁଁ ଶିକ୍ଷକ ତାଙ୍କୁ ଗୁଡେଇତୁଡେଇ ବିଧା ଗୋଇଠା, ମୁଥା ମାରି ଚାଲିଥିଲେ । ପରେ ଗଣେଶଙ୍କ ନାକରୁ ରକ୍ତ ବାହାରିଥିଲା ଏବଂ ସେ ବେହୋସ ହୋଇଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଚେତା ନଆସିବାରୁ ଶିକ୍ଷକ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରଙ୍କ ପିତାଙ୍କ ଅଭିଯୋଗ ପରେ ପଚରାଉଚୁରା କରାଯାଇ ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ବୁଧବାର ସକାଳେ ସେ ସ୍କୁଲ ଆସିଥିଲେ । ସେଠାରେ ହୋମୱାର୍କ କରିକି ଆସି ନଥିବାରୁ ଶିକ୍ଷକ ମନୋଜ ତାଙ୍କୁ ବାଡେଇ ଥିଲେ । ଗଣେଶ୧୫ ଦିନତଳେ ଶିକ୍ଷକଙ୍କ ବିରୋଧରେ ପିତାଙ୍କୁ ଅଭିଯୋଗ କରିଥିଲା । ମନୋଜ ଅଯଥାରେ ବାଡଉଥିବା ସେ କହିଥିଲେ ।