ପରୀକ୍ଷାରେ ଖାତା ନ ଦେଖାଇବାରୁ ଛାତ୍ରଙ୍କୁ ଗୁଳିକରି ହତ୍ୟା

The Sakala Picture
Published On

ପାଟନା: ମାତୃଭାଷା (ହିନ୍ଦୀ, ଊର୍ଦୁ)ରେ ମାଟ୍ରିକ ପରୀକ୍ଷା ଚାଲିଥିଲା। ଜଣେ ପରୀକ୍ଷାର୍ଥୀ ପାଖରେ ବସିଥିବା ଅନ୍ୟ ଦୁଇ ପରୀକ୍ଷାର୍ଥୀଙ୍କୁ ଖାତା ଦେଖାଇବାକୁ କହିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣି ନ ଥିଲେ। ଖାତା ବି ଦେଖାଇ ନ ଥିଲେ। ପରୀକ୍ଷା ସରିବା ପରେ କପି ଦେଖାଇବାକୁ କହିଥିବା ଛାତ୍ର ବାହାରକୁ ଆସିଥିଲା। ସେ ଅନ୍ୟ ଦୁଇ ଜଣଙ୍କ ସହ ପାଟିତୁଣ୍ଡ କରିଥିଲା। ପରେ ନିଜ ସହଯୋଗୀଙ୍କୁ ଧରି ପହଞ୍ଚି ଥିଲା। ଉକ୍ତ ଦୁଇ ଛାତ୍ର ଅଟୋରେ […]

ପାଟନା: ମାତୃଭାଷା (ହିନ୍ଦୀ, ଊର୍ଦୁ)ରେ ମାଟ୍ରିକ ପରୀକ୍ଷା ଚାଲିଥିଲା। ଜଣେ ପରୀକ୍ଷାର୍ଥୀ ପାଖରେ ବସିଥିବା ଅନ୍ୟ ଦୁଇ ପରୀକ୍ଷାର୍ଥୀଙ୍କୁ ଖାତା ଦେଖାଇବାକୁ କହିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣି ନ ଥିଲେ। ଖାତା ବି ଦେଖାଇ ନ ଥିଲେ। ପରୀକ୍ଷା ସରିବା ପରେ କପି ଦେଖାଇବାକୁ କହିଥିବା ଛାତ୍ର ବାହାରକୁ ଆସିଥିଲା। ସେ ଅନ୍ୟ ଦୁଇ ଜଣଙ୍କ ସହ ପାଟିତୁଣ୍ଡ କରିଥିଲା। ପରେ ନିଜ ସହଯୋଗୀଙ୍କୁ ଧରି ପହଞ୍ଚି ଥିଲା। ଉକ୍ତ ଦୁଇ ଛାତ୍ର ଅଟୋରେ ଯାଉଥିବାବେଳେ ଅତର୍କିତ ଗୁଳିମାଡ଼ କରିଥିଲା। ଏଥିରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବିହାର ରୋହତାସ ଜିଲ୍ଲାର ସାସାରାମରେ ଏହି ଘଟଣା ଘଟିଛି। ମୃତ ଛାତ୍ର ଅମିତ କୁମାରଙ୍କ ଘର ଶମ୍ଭୁ ବିଘା ଗାଁରେ ବୋଲି ଜଣାପଡ଼ିଛି। ଆହତ ସଞ୍ଜିତ କୁମାରଙ୍କ ଗୋଡରେ ଗୁଳି ବାଜିଛି। ଉଭୟେ ଗୁରୁବାର ମୋଡ ସ୍ଥିତ ଅନ୍ନା ସ୍କୁଲ୍‌ରେ ପରୀକ୍ଷା ଦେଉଥିଲେ। ଏହି ଘଟଣାକୁ ନେଇ ବିହାରର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଘଟଣାସ୍ଥଳରେ ଉପସ୍ଥିତ ଅମିତ କୁମାରଙ୍କ ଅନ୍ୟ ଜଣେ ସାଙ୍ଗ ନୀରଜ କୁମାର କହିଛନ୍ତି ଯେ ଅଭିଯୁକ୍ତ ଜମାରୁ ପଢ଼ାପଢ଼ି କରେନାହିଁ। ସେ ପରୀକ୍ଷାରେ କିଛି ଲେଖିପାରୁ ନ ଥିଲା। ତେଣୁ ଆମକୁ ଖାତା ଦେଖାଇବାକୁ କହିଥିଲା। କିନ୍ତୁ କେହି ତାକୁ ଖାତା ଦେଖାଇ ନ ଥିଲେ। ତେଣୁ ସେ ବୋମାରେ ଉଡ଼ାଇ ଦେବ ବୋଲି ଧମକ ଦେଇଥିଲା। ଏହି କଥାକୁ ନେଇ ପରୀକ୍ଷା ପରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଅଭିଯୁକ୍ତ ଏହାକୁ ଏକ ବୁଦାରେ ଫୋପାଡ଼ି ଦେଇଥିଲା। ଏବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଶୁକ୍ରବାର ସକାଳେ ମୃତ ଅମିତ କୁମାରଙ୍କ ପରିବାର ଓ ତାଙ୍କ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ପୁଲିସ ବହୁ ବୁଝାସୁଝା କରିବା ପରେ ସେମାନେ ରାସ୍ତାରୁ ଉଠିଥିଲେ। ଏବେ ମାମଲାର ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର