ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର !

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ମାମଲାକୁ ନେଇ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ଏହି ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର ରହିଛି। ଯାଞ୍ଚ ଅଧିକାରୀମାନେ ଏହି ଦିଗକୁ ସଙ୍କେତ ଦେଇଛନ୍ତି। ସେମାନେ ଏମ୍ସର ୫ଟି ସର୍ଭର ହ୍ୟାକ୍‌ କରିଥିଲେ। ଆଇଏଫ୍‌ଏସ୍‌ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍‌ ହୋଇଥିଲା। ଏହି ଡାଟା ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ ରେ ଥିବାର ସମ୍ଭାବନା ରହିଛି। ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ […]

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ମାମଲାକୁ ନେଇ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ଏହି ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର ରହିଛି। ଯାଞ୍ଚ ଅଧିକାରୀମାନେ ଏହି ଦିଗକୁ ସଙ୍କେତ ଦେଇଛନ୍ତି। ସେମାନେ ଏମ୍ସର ୫ଟି ସର୍ଭର ହ୍ୟାକ୍‌ କରିଥିଲେ। ଆଇଏଫ୍‌ଏସ୍‌ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍‌ ହୋଇଥିଲା। ଏହି ଡାଟା ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ ରେ ଥିବାର ସମ୍ଭାବନା ରହିଛି। ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍‌ ହୋଇଥିବା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍‌ର ୨ ରାନ୍‌ସମ୍‌ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟ (ଡିଇଭି-୦୪୦୧) ର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି। ଏହା ୱାନାରେନ ନାମକ ରାନ୍‌ସମ୍‌ୱାରର ନୂଆ ଭର୍ସନ। ହ୍ୟାକର୍ସମାନେ ଡାଟା ବିକ୍ରି କରିବା ପାଇଁ ଏହାକୁ ଡାର୍କ ୱେବରେ ଅପ୍‌ଲୋଡ କରିଥିବା କୁହାଯାଉଛି। କାରଣ ସେମାନଙ୍କ ଦାବି ପୂରଣ ହୋଇ ନ ଥିଲା। ହ୍ୟାକର୍ସ ଏମ୍ସକୁ ୨୦୦ କୋଟି ଟଙ୍କା ମାଗିଥିଲେ ଏବଂ କ୍ରିପ୍ଟୋକରେନ୍ସିରେ ଅର୍ଥ ପୈଠ କରିବାକୁ କହିଥିଲେ। ତେବେ ଦିଲ୍ଲୀ ପୁଲିସ ଅର୍ଥ ମାଗିବା ଦାବିକୁ ଖାରଜ କରି ଦେଇଥିଲା।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

04 Dec 2022 By The Sakala

ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ମାମଲାକୁ ନେଇ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ଏହି ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର ରହିଛି। ଯାଞ୍ଚ ଅଧିକାରୀମାନେ ଏହି ଦିଗକୁ ସଙ୍କେତ ଦେଇଛନ୍ତି। ସେମାନେ ଏମ୍ସର ୫ଟି ସର୍ଭର ହ୍ୟାକ୍‌ କରିଥିଲେ। ଆଇଏଫ୍‌ଏସ୍‌ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍‌ ହୋଇଥିଲା। ଏହି ଡାଟା ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ ରେ ଥିବାର ସମ୍ଭାବନା ରହିଛି। ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍‌ ହୋଇଥିବା ଆଶଙ୍କା କରାଯାଉଛି।

ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍‌ର ୨ ରାନ୍‌ସମ୍‌ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟ (ଡିଇଭି-୦୪୦୧) ର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି। ଏହା ୱାନାରେନ ନାମକ ରାନ୍‌ସମ୍‌ୱାରର ନୂଆ ଭର୍ସନ। ହ୍ୟାକର୍ସମାନେ ଡାଟା ବିକ୍ରି କରିବା ପାଇଁ ଏହାକୁ ଡାର୍କ ୱେବରେ ଅପ୍‌ଲୋଡ କରିଥିବା କୁହାଯାଉଛି। କାରଣ ସେମାନଙ୍କ ଦାବି ପୂରଣ ହୋଇ ନ ଥିଲା। ହ୍ୟାକର୍ସ ଏମ୍ସକୁ ୨୦୦ କୋଟି ଟଙ୍କା ମାଗିଥିଲେ ଏବଂ କ୍ରିପ୍ଟୋକରେନ୍ସିରେ ଅର୍ଥ ପୈଠ କରିବାକୁ କହିଥିଲେ। ତେବେ ଦିଲ୍ଲୀ ପୁଲିସ ଅର୍ଥ ମାଗିବା ଦାବିକୁ ଖାରଜ କରି ଦେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର