ଭାରତ ବିରୋଧରେ ଚୀନ୍‌ର ଆର୍ଥିକ ଯୁଦ୍ଧ: ଲୋନ୍‌ ଆପ୍‌ ମାଧ୍ୟମରେ ଚୀନ୍‌କୁ ଯାଇଛି ହଜାର ହଜାର କୋଟି

The Sakala Picture
Published On

ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ଚୀନ୍‌ର ଉଦ୍ୟମ କିଛି ନୂଆ କଥା ନୁହେଁ ।ଭାରତୀୟ ଅଞ୍ଚଳ ଦଖଲ କରିବାକୁ ସୀମାରେ ଚୀନ୍‌ ସେନାର ଔଦ୍ଧତ୍ୟ, ଭାରତ ବିରୋଧରେ ସାଇବର ଯୁଦ୍ଧ ଭଳି ଅନେକ କଥା ରହିଆସିଛି। କିନ୍ତୁ ଭାରତ ବିରୋଧରେ ଚୀନ୍‌ ଚଳାଇଥିବା ଆର୍ଥିକ ଯୁଦ୍ଧକୁ ନେଇ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି। ଭାରତରେ ଲୋକଙ୍କୁ ଋଣ ଯୋଗାଇ ଦେବା ପାଇଁ ଲୋନ୍‌ ଆପ୍‌ , ଡେଟିଂ ଏବଂ ବେଟିଂ ଆଦିକୁ ନେଇ ବହୁ […]

ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ଚୀନ୍‌ର ଉଦ୍ୟମ କିଛି ନୂଆ କଥା ନୁହେଁ ।ଭାରତୀୟ ଅଞ୍ଚଳ ଦଖଲ କରିବାକୁ ସୀମାରେ ଚୀନ୍‌ ସେନାର ଔଦ୍ଧତ୍ୟ, ଭାରତ ବିରୋଧରେ ସାଇବର ଯୁଦ୍ଧ ଭଳି ଅନେକ କଥା ରହିଆସିଛି। କିନ୍ତୁ ଭାରତ ବିରୋଧରେ ଚୀନ୍‌ ଚଳାଇଥିବା ଆର୍ଥିକ ଯୁଦ୍ଧକୁ ନେଇ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି। ଭାରତରେ ଲୋକଙ୍କୁ ଋଣ ଯୋଗାଇ ଦେବା ପାଇଁ ଲୋନ୍‌ ଆପ୍‌ , ଡେଟିଂ ଏବଂ ବେଟିଂ ଆଦିକୁ ନେଇ ବହୁ ଚାଇନା କମ୍ପାନୀ ହଜାର ହଜାର ଟଙ୍କା ଲୁଟିବା ସହିତ ତାହାକୁ ଚୀନ୍‌କୁ ପଠାଇଥିବା ବିଷୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଭାରତରେ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ସହାୟତାରେ ବହୁ ଚାଇନା କମ୍ପାନୀ ପ୍ରଥମେ ନୂଆ କମ୍ପାନୀ ଗଢିବା ସହିତ ପ୍ରାଥମିକ ସ୍ତରରେ କିଛି ଭାରତୀୟଙ୍କୁ ଏଥିରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଅନ୍ତି। ପରେ ପରେ ଚାଇନା ନାଗରିକ ହିଁ ସେମାନଙ୍କୁ ହଟାଇ ନିଜେ ନିର୍ଦ୍ଦେଶକ ହୋଇଥାଆନ୍ତି। ଏହି କମ୍ପାନୀ ଭାରତରେ କାରବାର କରିବା ସହିତ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ଲୁଟିଥାଆନ୍ତି। ଏହି ବଷୟରେ ଅବଗତ ହେବା ପରେ ଇଡି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିବା ସହିତ ୧୦୦ ରୁ ଅଧିକ ଚାଇନା କମ୍ପାନୀ ଲୋନ ଆପ୍‌ , ବେଟିଂ ଏବଂ ଡେଟିଂ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ହଡ଼ପ କରିଥିବା ଜାଣିଥିଲା। କେବଳ ବେଟିଂ ଆପ୍‌ ମାଧ୍ୟମରେ ୧୩୦୦ କୋଟି ଟଙ୍କା ହଡ଼ପ କରାଯାଇଥିବା ଇଡି କହିଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର