ଉହାନ ବୈଜ୍ଞାନିକଙ୍କ ଚେତାବନୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହେଲା ନୂଆ କରୋନା ଭୂତାଣୁ, ୩ ରୋଗୀଙ୍କ ମଧ୍ଯରେ ଜଣଙ୍କର ଘଟିବ ମୃତ୍ଯୁ !

The Sakala Picture
Published On

ନୂଆଦିଲ୍ଲୀ: କରୋନା ଉତ୍ପତିସ୍ଥଳ ଚୀନ୍‌ର ଉହାନ ସହରକୁ କୁହାଯାଉଥିବା ବେଳେ କରୋନାର ଆଉ ଏକ ନୂତନ ଭୂତାଣୁ  ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଭାଇରସର ନାଁ ରହିଛି ‘ନିଓକୋଭ୍‌’ । ଏହି ଭୂତାଣୁ ପ୍ରଭାବରେ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ହେବାର ଆଶଙ୍କା ରହିଛି। ୩ ଜଣ ଆକ୍ରାନ୍ତରେ ଜଣଙ୍କର ମୃତ୍ଯୁ ଘଟିବା ଆଶଙ୍କା ରହିଛି। ଏହି  ଭୂତାଣୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଭୂତାଣୁ ମଣିଷ ଶରୀରେ ପ୍ରବେଶ […]

ନୂଆଦିଲ୍ଲୀ: କରୋନା ଉତ୍ପତିସ୍ଥଳ ଚୀନ୍‌ର ଉହାନ ସହରକୁ କୁହାଯାଉଥିବା ବେଳେ କରୋନାର ଆଉ ଏକ ନୂତନ ଭୂତାଣୁ  ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଭାଇରସର ନାଁ ରହିଛି ‘ନିଓକୋଭ୍‌’ । ଏହି ଭୂତାଣୁ ପ୍ରଭାବରେ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ହେବାର ଆଶଙ୍କା ରହିଛି। ୩ ଜଣ ଆକ୍ରାନ୍ତରେ ଜଣଙ୍କର ମୃତ୍ଯୁ ଘଟିବା ଆଶଙ୍କା ରହିଛି। ଏହି  ଭୂତାଣୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଭୂତାଣୁ ମଣିଷ ଶରୀରେ ପ୍ରବେଶ କରିନାହିଁ। କୌଣସି ରୋଗୀ ମଧ୍ଯ ଚିହ୍ନଟ ହୋଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ରୁଷର ନ୍ୟୁଜ୍ ଏଜେନ୍ସି  ସ୍ପୁତନିକ ରିପୋର୍ଟ ଅନୁଯାୟୀ, ଏହି ନିଓକୋଭ୍  ଭୂତାଣୁ ୨୦୧୨ ଏବଂ ୨୦୧୫ ମସିହାରେ ପଶ୍ଚିମ ଏସିଆର ଦେଶରେ  ପ୍ରଥମେ ଚିହ୍ନଟ ହୋଇଥିଲା । ଏହା SARS-CoV-2 ସହିତ ସମାନ, ଯାହା ମଣିଷ ଶରୀରେ କରୋନା  ସଂକ୍ରମଣ କରିଥାଏ। ଦକ୍ଷିଣ ଆଫ୍ରିକାରେ ଏହି ନିଓକୋଭ୍ ଭୂତାଣୁ ବଦୁଡିମାନଙ୍କ ଭିତରେ ଦେଖାଯାଇଥିଲା । ଏହା ବର୍ତ୍ତମାନ ପର୍ଯ୍ଯନ୍ତ କେବଳ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ତଥ୍ୟାବଳୀ ଅନୁସାରେ, ‘ନିଓକୋଭ୍‌’ ଏବଂ PDF-2180-CoV  ମଣିଷକୁ ସଂକ୍ରମିତ କରିପାରେ। ଉହାନ ୟୁନିଭରସିଟି ଏବଂ ଚାଇନା ଏକାଡେମୀ ଅଫ୍ ସାଇନ୍ସର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହି ନୂତନ କରୋନା ଭୂତାଣୁ ମାନବ କୋଷକୁ ସଂକ୍ରମିତ କରିବା ପାଇଁ କେବଳ ଗୋଟିଏ ପରିବର୍ତ୍ତନ ଆବଶ୍ୟକ। ଏହି ଭୂତାଣୁ ମାନବ ଶରୀରେ ପ୍ରେବଶ କଲେ ସଂକ୍ରମିତଙ୍କ ସଂଖ୍ଯା ଶୀଘ୍ର ବୃଦ୍ଧି ଘଟିବା ସହ ଅନେକ ରୋଗୀଙ୍କ ମୃତ୍ୟୁ ଘଟାଇପାରେ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ: ପୁଣି ବିଜୟୀ ହେଲେ ଲୁଇଜ୍ ଇନାସିଓ ଲୁଲା ଡା ସିଲଭା, ଚତୁର୍ଥ ଥର ପାଇଁ ହେବେ ରାଷ୍ଟ୍ରପତି

ଏହି NeoCoV ଭୂତାଣୁରେ ବର୍ତ୍ତମାନର SARS-CoV-2 ଭଳି କରୋନା ଭୂତାଣୁର ଗୁଣ ରହିଛି। ଏହି ପରିପ୍ରେକ୍ଷୀରେ ରୁଷର ସରକାରୀ ବାୟରୋଲାରଜି ରିସର୍ଚ୍ଚ ସେଣ୍ଟର ଗୁରୁବାର ଏକ ବିବୃତ୍ତି ଜାରି କରି କହିଛି ଯେ, ବର୍ତ୍ତମାନ ଏହା ମଣିଷକୁ ସଂକ୍ରମିତ କରିବାରେ ସକ୍ଷମ ନୁହେଁ । ତଥାପି, ଏହାର ବିପଦକୁ ଦୃଷ୍ଟିରେ ରଖି ଅଧିକ ଅଧ୍ୟୟନ ଆବଶ୍ୟକ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର