ଚୀନର ଚାଲାକି; ପ୍ୟାଙ୍ଗଙ୍ଗରୁ ହଟାଇ ରୁତଗରେ ଠୁଳ କରୁଛି ସେନା

The Sakala Picture
Published On

ନୂଆଦିଲ୍ଲୀ: ଚୀନର ଚାଲାକି । ପ୍ୟାଙ୍ଗଙ୍ଗରୁ ପଛକୁ ହଟିଛି ଚୀନ ହେଲେ ରୁତଗରେ ଶିବିର ବଢ଼ାଇଥିବା ଚିତ୍ର ଦେଖିବାକୁ ମିଳିଛି। ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଉଥିବା ଚିତ୍ର ସାମ୍ନାକୁ ଆସିଥିବା ସାଟେଲାଇଟ୍ ଫଟୋରେ ଜଣାପଡ଼ିଛି। ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି। […]

ନୂଆଦିଲ୍ଲୀ: ଚୀନର ଚାଲାକି । ପ୍ୟାଙ୍ଗଙ୍ଗରୁ ପଛକୁ ହଟିଛି ଚୀନ ହେଲେ ରୁତଗରେ ଶିବିର ବଢ଼ାଇଥିବା ଚିତ୍ର ଦେଖିବାକୁ ମିଳିଛି। ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଉଥିବା ଚିତ୍ର ସାମ୍ନାକୁ ଆସିଥିବା ସାଟେଲାଇଟ୍ ଫଟୋରେ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୩ ମୃତ, ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା

ଆହୁରି ପଢ଼ନ୍ତୁ: ଇରାନର ପରମାଣୁ କେନ୍ଦ୍ର ଯାଞ୍ଚ କରିବ ଆଇଏଇଏ: ଆମେରିକା-ଇରାନ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପରେ ମିଳିଲା ସବୁଜ ସଙ୍କେତ

ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି। ତେବେ ପ୍ୟାଙ୍ଗଙ୍ଗରୁ ଚୀନ ନିଜର ଯେଉଁ ସୈନ୍ୟମାନଙ୍କୁ ହଟାଇଛି ସେମାନଙ୍କୁ ରୁତଗରେ ଆଣି ଥଇଥାନ କରାଇଛି।  ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହେଲା ସେବେଠୁ ଏହି ଅଞ୍ଚଳରେ ବେସ୍ ପାଇଁ କାମ ଚାଲିଥିଲା । ଭବିଷ୍ୟତରେ କେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହେଲେ ଏହି ଅଞ୍ଚଳ ଚୀନ ପାଇଁ ଯୁଦ୍ଧ ବେସ୍ ଭାବେ କାମ କରିବ। ଯେଉଁ ରୁତୋଗରେ ଚୀନ ନିଜର ସେନାଙ୍କୁ ମୁତୟନ କରିଛି ତାହା ପ୍ୟାଙ୍ଗଙ୍ଗରୁ ୧୦୦ କିମି ଓ ମୋଲଡୋରୁ ୧୧୦ କିମି ଦୂରରେ ଅବସ୍ଥିତ । ମୋଲ୍ଡୋରେ ଉଭୟ ଦେଶର ସେନା ଆଲୋଚନା କରିଥାନ୍ତି । ରୁତୋଗରେ ୨୦୧୯ରୁ ଚୀନ ନିଜର ସୈନ୍ୟ ଗତିବିଦ୍ଧି ବୃଦ୍ଧି କରିଛି । ଏଠାରେ ସିଷ୍ଟମ ରାଡାର, ମିସାଇଲ, ହେଲିପୋର୍ଟ ଆଦି ରହିଛି ।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ତୋଷରପାତ ମାମଲା: ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟଙ୍କ ଇସ୍ତଫା, ୮ ଗିରଫ

ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି। ରୁତଗ ଅଞ୍ଚଳରେ ଚୀନ ଅନେକ ପ୍ରସ୍ତୁତି କରିଛି। ସୈନ୍ୟମାନଙ୍କ ପାଇଁ ଷ୍ଟୋରେଜ ଏରିଆ, ଟେଣ୍ଟ, କ୍ୟାବିନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେନାଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଟ ତିଆରି କରିଛି ଡ୍ରାଗନ। କେବଳ ଏତିକି ନୁହେଁ କିଛି ରାଡାର ଷ୍ଟେସନ ମଧ୍ୟ ରହିଛି । ଯାହା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ ଉକ୍ତ ଅଞ୍ଚଳରୁ ନଗାରୀ ପର୍ଯ୍ଯନ୍ତ ଯିବା ପାଇଁ ବିମାନ ଏବଂ ସଡକ ମାର୍ଗ ମଧ୍ୟ ତିଆରି ହୋଇଛି। ଫଳରେ ଭବିଷ୍ୟତରେ ଏହି ମାର୍ଗ ଦେଇ ଚୀନ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ହେଉଥିବା ଗତିବିଧି ଉପରେ ନଜର ରଖିବା ପାଇଁ ଏହାର ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି।

ସେପଟେ ଚୀନର ଏପରି ପ୍ରସ୍ତୁତିକୁ ଦେଖି ଭାରତୀୟ ସେନାର ମେଜର ଜଲି କହିଛନ୍ତି ଯେ, ଦେଶକୁ ନିଜ ତରଫରୁ ପ୍ରସ୍ତୁତି କରିବାକୁ ହେବ । ଏହାସହ ଇନଫ୍ରାଷ୍ଟ୍ରକଚର୍ ଓ  ନୂଆ ଯୋଜନା ପ୍ରସ୍ତୁତି ଉପରେ ଜୋର୍ ଦେବାକୁ ହେବ। ଯଦି ଚୀନ କିଛି ବି ବିବାଦୀୟ ପଦକ୍ଷେପ ନିଏ ତେବେ ଭାରତ ଏହାର ମୁହଁତୋଡ ଜବାବ ଦେବା ବୋଲି ମେଜର ଜଲି କହିଛନ୍ତି

23 Feb 2021 By The Sakala

ଚୀନର ଚାଲାକି; ପ୍ୟାଙ୍ଗଙ୍ଗରୁ ହଟାଇ ରୁତଗରେ ଠୁଳ କରୁଛି ସେନା

ନୂଆଦିଲ୍ଲୀ: ଚୀନର ଚାଲାକି । ପ୍ୟାଙ୍ଗଙ୍ଗରୁ ପଛକୁ ହଟିଛି ଚୀନ ହେଲେ ରୁତଗରେ ଶିବିର ବଢ଼ାଇଥିବା ଚିତ୍ର ଦେଖିବାକୁ ମିଳିଛି। ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଉଥିବା ଚିତ୍ର ସାମ୍ନାକୁ ଆସିଥିବା ସାଟେଲାଇଟ୍ ଫଟୋରେ ଜଣାପଡ଼ିଛି।

ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି। ତେବେ ପ୍ୟାଙ୍ଗଙ୍ଗରୁ ଚୀନ ନିଜର ଯେଉଁ ସୈନ୍ୟମାନଙ୍କୁ ହଟାଇଛି ସେମାନଙ୍କୁ ରୁତଗରେ ଆଣି ଥଇଥାନ କରାଇଛି।  ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହେଲା ସେବେଠୁ ଏହି ଅଞ୍ଚଳରେ ବେସ୍ ପାଇଁ କାମ ଚାଲିଥିଲା । ଭବିଷ୍ୟତରେ କେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହେଲେ ଏହି ଅଞ୍ଚଳ ଚୀନ ପାଇଁ ଯୁଦ୍ଧ ବେସ୍ ଭାବେ କାମ କରିବ। ଯେଉଁ ରୁତୋଗରେ ଚୀନ ନିଜର ସେନାଙ୍କୁ ମୁତୟନ କରିଛି ତାହା ପ୍ୟାଙ୍ଗଙ୍ଗରୁ ୧୦୦ କିମି ଓ ମୋଲଡୋରୁ ୧୧୦ କିମି ଦୂରରେ ଅବସ୍ଥିତ । ମୋଲ୍ଡୋରେ ଉଭୟ ଦେଶର ସେନା ଆଲୋଚନା କରିଥାନ୍ତି । ରୁତୋଗରେ ୨୦୧୯ରୁ ଚୀନ ନିଜର ସୈନ୍ୟ ଗତିବିଦ୍ଧି ବୃଦ୍ଧି କରିଛି । ଏଠାରେ ସିଷ୍ଟମ ରାଡାର, ମିସାଇଲ, ହେଲିପୋର୍ଟ ଆଦି ରହିଛି ।

ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି। ରୁତଗ ଅଞ୍ଚଳରେ ଚୀନ ଅନେକ ପ୍ରସ୍ତୁତି କରିଛି। ସୈନ୍ୟମାନଙ୍କ ପାଇଁ ଷ୍ଟୋରେଜ ଏରିଆ, ଟେଣ୍ଟ, କ୍ୟାବିନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେନାଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଟ ତିଆରି କରିଛି ଡ୍ରାଗନ। କେବଳ ଏତିକି ନୁହେଁ କିଛି ରାଡାର ଷ୍ଟେସନ ମଧ୍ୟ ରହିଛି । ଯାହା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ ଉକ୍ତ ଅଞ୍ଚଳରୁ ନଗାରୀ ପର୍ଯ୍ଯନ୍ତ ଯିବା ପାଇଁ ବିମାନ ଏବଂ ସଡକ ମାର୍ଗ ମଧ୍ୟ ତିଆରି ହୋଇଛି। ଫଳରେ ଭବିଷ୍ୟତରେ ଏହି ମାର୍ଗ ଦେଇ ଚୀନ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ହେଉଥିବା ଗତିବିଧି ଉପରେ ନଜର ରଖିବା ପାଇଁ ଏହାର ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି।

ସେପଟେ ଚୀନର ଏପରି ପ୍ରସ୍ତୁତିକୁ ଦେଖି ଭାରତୀୟ ସେନାର ମେଜର ଜଲି କହିଛନ୍ତି ଯେ, ଦେଶକୁ ନିଜ ତରଫରୁ ପ୍ରସ୍ତୁତି କରିବାକୁ ହେବ । ଏହାସହ ଇନଫ୍ରାଷ୍ଟ୍ରକଚର୍ ଓ  ନୂଆ ଯୋଜନା ପ୍ରସ୍ତୁତି ଉପରେ ଜୋର୍ ଦେବାକୁ ହେବ। ଯଦି ଚୀନ କିଛି ବି ବିବାଦୀୟ ପଦକ୍ଷେପ ନିଏ ତେବେ ଭାରତ ଏହାର ମୁହଁତୋଡ ଜବାବ ଦେବା ବୋଲି ମେଜର ଜଲି କହିଛନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର