ପାକିସ୍ତାନକୁ ଗୁଇନ୍ଦା ସୂଚନା ଦେଇଥିଲା ଚୀନ୍‌, ପ୍ରଦାନ କରିଥିଲା ଉପଗ୍ରହ ଚିତ୍ର…

The Sakala Picture
Published On

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପଛରେ ଚୀନ୍‌ର ବଡ଼ ଭୂମିକା ଥିଲା। ଏହି ଦେଶ ଘନିଷ୍ଠ ସହଯୋଗୀ ପାକିସ୍ତାନକୁ ଗୁଇନ୍ଦା ସୂଚନା ପ୍ରଦାନ କରିଥିଲା। ଏୟାର ଡିଫେନ୍ସ ସହିତ ଉପଗ୍ରହ ଚିତ୍ର ମଧ୍ୟ ଦେଇଥିଲା। ଭାରତର ଏକ ପ୍ରତିରକ୍ଷା ଗୋଷ୍ଠୀ ଏହି ଦାବି କରିଛି। ଏହି ସଂଘର୍ଷରେ ଚୀନ୍‌ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲା ବୋଲି କୁହାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍‌ ଜଏଣ୍ଟ […]

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପଛରେ ଚୀନ୍‌ର ବଡ଼ ଭୂମିକା ଥିଲା। ଏହି ଦେଶ ଘନିଷ୍ଠ ସହଯୋଗୀ ପାକିସ୍ତାନକୁ ଗୁଇନ୍ଦା ସୂଚନା ପ୍ରଦାନ କରିଥିଲା। ଏୟାର ଡିଫେନ୍ସ ସହିତ ଉପଗ୍ରହ ଚିତ୍ର ମଧ୍ୟ ଦେଇଥିଲା। ଭାରତର ଏକ ପ୍ରତିରକ୍ଷା ଗୋଷ୍ଠୀ ଏହି ଦାବି କରିଛି। ଏହି ସଂଘର୍ଷରେ ଚୀନ୍‌ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲା ବୋଲି କୁହାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍‌ ଜଏଣ୍ଟ ୱାରଫେୟାର ଷ୍ଟଡିଜର ମହାନିର୍ଦ୍ଦେଶକ ଅଶୋକ କୁମାର ଏକ ସାକ୍ଷାତକାରରେ କହିଥିଲେ ଯେ ପାକିସ୍ତାନକୁ ଚୀନ୍‌ ନିଜ ରାଡାର ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ପୁନର୍ଗଠନ କରିବାରେ ସହାୟତା କରିଥିଲା। ଭାରତର ସୈନିକ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ଜାଣିବା ପାଇଁ ଚୀନ୍‌ ସହଯୋଗ କରିଥିଲା। ଏହା ବ୍ୟତୀତ ପହଲଗାମର ୧୫ ଦିନ ପରେ ବେଜିଂ ନିଜ ଉପଗ୍ରହକୁ ପାକିସ୍ତାନ ସହ ସଂଯୋଗ କରିବାରେ ମଧ୍ୟ ସହାୟତା କରିଥିଲା।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏହି ପଦକ୍ଷେପ ଦ୍ବାରା ନିଜ ଏୟାର ଡିଫେନ୍ସ ରାଡାରକୁ ପୁଣିଥରେ ମୁତୟନ କରିବା ପାଇଁ ଚୀନ୍‌କୁ ସହାୟତା ମିଳିଥିଲା। ଭାରତ ଆକାଶ ମାର୍ଗରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ମଧ୍ୟ ଚୀନ୍‌ ଜାଣିବାକୁ ଚାହୁଁଥିଲା। ତେବେ ଭାରତ ପକ୍ଷରୁ ଚୀନ୍‌ ସହ ସହଯୋଗିତାକୁ ନେଇ ସାର୍ବଜନୀନ ଭାବେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। କିନ୍ତୁ ପାକିସ୍ତାନ ଏହା ସ୍ବୀକାର କରିଛି। ଭାରତ ବିରୋଧରେ ଚୀନ୍‌ ଅସ୍ତ୍ରଶସ୍ତର ବ୍ୟବହାର କରିଥିବା ମାନିଛି। ଭାରତ ବିରୋଧୀ ସଂଘର୍ଷରେ ଚୀନର ସମ୍ପୃକ୍ତି ଅଧିକ ବୃଦ୍ଧି ପାଇଛି ବୋଲି ଏହା ଦର୍ଶାଉଛି। ଏଥିରେ ପାକିସ୍ତାନକୁ ଲଜିଷ୍ଟିକ୍ ଏବଂ ଗୁଇନ୍ଦା ସହାୟତା ଯୋଗାଇବା ମଧ୍ୟ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ପାକିସ୍ତାନ ଦାବି କରିଥିଲା ​​ଯେ ଭାରତ ବିପକ୍ଷରେ ସଂଘର୍ଷରେ ସେ ଚୀନ୍ ଯୁଦ୍ଧ ବିମାନ ଜେ-୧୦ସି ଏବଂ ପିଏଲ-୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଭାରତୀୟ ସେନା ମଧ୍ୟ ଚୀନର ପିଏଲ-୧୫ କ୍ଷେପଣାସ୍ତ୍ରର ଅବଶେଷ ପ୍ରଦର୍ଶନ କରିଥିଲା। ଏହି ବିବାଦ ସମୟରେ ଚୀନ୍‌ ପାକିସ୍ତାନର ସାର୍ବଭୌମତ୍ତ୍ବକୁ ସମର୍ଥନ କରିଥିଲା ଏବଂ ପହଲଗାମ ଆକ୍ରମଣର ଅନ୍ତର୍ଜାତୀୟ ତଦନ୍ତ ପାଇଁ ଭାରତକୁ ଆହ୍ୱାନ ଦେଇଥିଲା। ଏହା ବ୍ୟତୀତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦ ସମ୍ପର୍କରେ ପାକିସ୍ତାନକୁ ସମାଲୋଚନାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର