ଚୀନ୍‌ରେ ଯାତ୍ରୀବାହୀ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୩୩ ଯାତ୍ରୀ

The Sakala Picture
Published On

ବେଜିଂ: ଚୀନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ। ସୂଚନା ଅନୁସାରେ, ଏହି ବୋଇଙ୍ଗ ୭୩୭ ବିମାନଟି ଆଜି ଜୁନମିଙ୍ଗରୁ ଗୁଆଙ୍ଗଝୋକୁ ଉଡାଣ ଭରିଥିଲା । ହେଲେ ଯିବା ବାଟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି […]

ବେଜିଂ: ଚୀନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ସୂଚନା ଅନୁସାରେ, ଏହି ବୋଇଙ୍ଗ ୭୩୭ ବିମାନଟି ଆଜି ଜୁନମିଙ୍ଗରୁ ଗୁଆଙ୍ଗଝୋକୁ ଉଡାଣ ଭରିଥିଲା । ହେଲେ ଯିବା ବାଟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖଯିବା କାରଣରୁ ବିିମାନଟି ନିୟନ୍ତ୍ରଣ ହରାଇ ଏକ ସୁଉଚ୍ଚ ପାହାଡରେ ପିଟି ହୋଇଯାଇଥିଲା । ଚାହୁଁ ଚାହୁଁ ବିମାନରେ ନିଆଁ ଲାଗିଯାଇଥିଲା । ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ଚାଇନାର ସରକାରୀ ଟିଭି ଚ୍ୟାନେଲ ସିସିଟିଭି ରିପୋର୍ଟ ଅନୁଯାୟୀ, ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଫ୍ଲାଇଟ୍ ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର