ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରେ ହସ୍ତକ୍ଷେପ କରିପାରିବ ନାହିଁ ଚୀନ : ଆମେରିକା

The Sakala Picture
Published On

ଦଲାଇଲାମାଙ୍କୁ ନେଇ ଚୀନକୁ ଟାର୍ଗେଟ କରିଛି ଆମେରିକା। ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଚୀନର କୌଣସି ଭୂମିକା ରହିବା ଅନୁଚିତ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି।ତିବ୍ବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ନିଜ ସ୍ଥିତିକୁ ମଜବୁତ କରିବା ଲାଗି ଚୀନ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାକୁ ଯାଉଥିବା ସମୟରେ ଆମେରିକା ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି। ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ […]

ଦଲାଇଲାମାଙ୍କୁ ନେଇ ଚୀନକୁ ଟାର୍ଗେଟ କରିଛି ଆମେରିକା। ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଚୀନର କୌଣସି ଭୂମିକା ରହିବା ଅନୁଚିତ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି।ତିବ୍ବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ନିଜ ସ୍ଥିତିକୁ ମଜବୁତ କରିବା ଲାଗି ଚୀନ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାକୁ ଯାଉଥିବା ସମୟରେ ଆମେରିକା ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍ ସରକାରଙ୍କର କୌଣସି ଭୂମିକା ରହିବା ଉଚିତ ନୁହେଁ ।  ୨୫ ବର୍ଷରୁ ଅଧିକ ସମୟ ପୂର୍ବରୁ ମଧ୍ୟ ପାଞ୍ଚେନ୍‌ ଲାମାଙ୍କ ଉତ୍ତରାଧିକାରୀ ବାଛିବା ପ୍ରକ୍ରିୟାରେ ଚୀନ୍‌ର ହସ୍ତକ୍ଷେପ ଧାର୍ମିକ ସ୍ୱତନ୍ତ୍ରତାକୁ ଉଲ୍ଲଂଘନ କରିଥିବା ଦର୍ଶାଉଛି । ଏଥିରେ ପିଲାଦିନେ ପଞ୍ଚେନ୍ ଲାମାଙ୍କୁ ‘ଗାୟବ’ କରିବା ଏବଂ ତାଙ୍କୁ (ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା) ସରକାରଙ୍କ ଦ୍ୱାରା ମନୋନୀତ ଉତ୍ତରାଧିକାରୀଙ୍କ ସହ ବଦଳାଇବା କଥା ମଧ୍ୟ ଜଡ଼ିତ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ଡିସେମ୍ବରରେ ଉକ୍ତ ପ୍ରକ୍ରିୟାରେ ଚୀନ ହସ୍ତକ୍ଷେପକୁ ରୋକିବା ପାଇଁ ତିବ୍ବତ ନୀତିକୁ ମଞ୍ଜୁରୀ ଦେଇଥିଲେ। ଏଥିରେ ତିବ୍ବତରେ ଆମିରକୀୟ ବାଣିଜ୍ୟିକ ଦୂତାବାସ ସ୍ଥାପନା ଏବଂ ଏହା
ସୁନିଶ୍ଚିତ ଲାଗି ଏକ ଅନ୍ତର୍ଜାତୀୟ ମେଣ୍ଟ ବନାଇବାକୁ ପ୍ରସ୍ତାବ ରହିଥିଲା ଏହା ଦ୍ୱାରା ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଚୟନରେ ଚିନ୍‌ର ହସ୍ତକ୍ଷେପକୁ ରୋକାଯାଇ ପାରିବ ଏବଂ ତୀବ୍ଦତୀୟ ମାନେ ହିଁ ସେମାନେ ନିଜର ଧର୍ମଗୁରୁ ଚୟନ କରିପାରିବେ ।

ଗତ ଏକ ଦଶନ୍ଧି ଧରି ଚୀନ୍‌ ଦଲାଇ ଲାମା (୧୫ ତମ ଦଲାଇ ଲାମା)ଙ୍କ ପରବର୍ତ୍ତୀ ଅବତାର ନେଇ ଦାବି କରିଆସୁଛି । ଦଲାଇ ଲାମା ଏବଂ ନିର୍ବାଚିତ ତିବ୍ଦତ ସରକାର ଡ୍ରାଗନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ସେ କହିଛନ୍ତି ପରବର୍ତ୍ତୀ ଅବତାର କେବଳ ତିବ୍ଦତୀୟ ସମ୍ପ୍ରଦାୟର ନିୟମ ଅନୁଯାୟୀ ଚୟନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର