ଛତିଶଗଡ ସରକାରଙ୍କ ବଡ଼ ଘୋଷଣା: ଚାଷୀଙ୍କ ଠାରୁ ଲିଟର ପିଛା ୪ଟଙ୍କାରେ କିଣାହେବ ଗାଈ ମୂତ୍ର

The Sakala Picture
Published On

ନୂଆଦିଲ୍ଲୀ: ଛତିଶଗଡର ଭୂପେଶ ବାଘେଲ୍ ସରକାର ଦେଶରେ ଗୋବର କିଣିବାରେ ପ୍ରଥମ ସରକାର ଭାବରେ ଜଣାଶୁଣା। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଗୋବର କିଣିବା ପରେ ସରକାର ବର୍ତ୍ତମାନ ଗାଈ ମୂତ୍ର  କିଣିବା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଲିଟର ପିଛା ଅତି କମରେ ୪ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ଯୋଜନା ଜୁଲାଇ ୨୮ରୁ ହରେଲି ପର୍ବ ଠାରୁ ଆରମ୍ଭ ହେବ। ପ୍ରଥମ […]

ନୂଆଦିଲ୍ଲୀ: ଛତିଶଗଡର ଭୂପେଶ ବାଘେଲ୍ ସରକାର ଦେଶରେ ଗୋବର କିଣିବାରେ ପ୍ରଥମ ସରକାର ଭାବରେ ଜଣାଶୁଣା। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଗୋବର କିଣିବା ପରେ ସରକାର ବର୍ତ୍ତମାନ ଗାଈ ମୂତ୍ର  କିଣିବା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଲିଟର ପିଛା ଅତି କମରେ ୪ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ଯୋଜନା ଜୁଲାଇ ୨୮ରୁ ହରେଲି ପର୍ବ ଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ଦୁଇଟି ମନୋନୀତ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାର ଏହି ଗୋ ମୂତ୍ର କ୍ରୟ କରାଯିବ। ରାଜ୍ୟରେ ପ୍ରତିବର୍ଷ ହରେଲି ପର୍ବ ପାଳନ କରାଯାଏ । ଏଥର ମଧ୍ୟ ସରକାର ଏକ ସ୍ୱତନ୍ତ୍ର ଢଙ୍ଗରେ ହରେଲି ପର୍ବ ପାଳନ କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଖବର ଅନୁଯାୟୀ, ଛତିଶଗ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଗୋ ମୂତ୍ର କିଣିବାକୁ ଘୋଷଣା କରିଥିଲେ। ଏହା ପରେ କୃଷି ବିଭାଗ କାମଧେନୁ ବିଶ୍ୱବିଦ୍ୟାଳୟ ଏବଂ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟରୁ ଗୋ ମୂତ୍ରର ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏହା ପରେ ଏହା ପର୍ଯ୍ୟାୟକ୍ରମେ ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ମାଧ୍ୟମରେ ସରକାର ଗୋ- ପାଳନ କରୁଥିବା ଲୋକଙ୍କ ପାଇଁ ଆୟର ଉତ୍ସ ବୃଦ୍ଧି କରିବା ସହ ଜୈବୀକ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏଥି ସହିତ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର