ଛତିଶଗଡ଼ରେ ଏନକାଉଣ୍ଟର: ୫ ଯବାନ ଶହିଦ, ୧୫ ନିଖୋଜ ଓ ୩୦ ଆହତ

The Sakala Picture
Published On

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିବା ବେଳେ ଘଟଣାରେ ୫ଜଣ ଯବାନ ସହିଦ ହେବା ସହିତ ୧୫ ଯବାନ ନିଖୋଜ ରହିଛନ୍ତି । ୩୦ ଯବାନ ଆହତ ହୋଇଛନ୍ତି। ଆହତ ହୋଇଥିବା ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ସହିଦ ହୋଇଥିହା ଯବାନଙ୍କ ମଧ୍ଯରୁ ଦୁଇଜଣ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ହୋଇଥିବା ବେଳେ ଅନ୍ୟ […]

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିବା ବେଳେ ଘଟଣାରେ ୫ଜଣ ଯବାନ ସହିଦ ହେବା ସହିତ ୧୫ ଯବାନ ନିଖୋଜ ରହିଛନ୍ତି । ୩୦ ଯବାନ ଆହତ ହୋଇଛନ୍ତି। ଆହତ ହୋଇଥିବା ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର 'ପ୍ରତିଶୋଧ' ଆକ୍ରମଣ: ନଷ୍ଟ ହେଲା ଏୟାର ଡିଫେନ୍ସ ଏବଂ ଟେଲିକମ୍ ଟାୱାର

୫ସହିଦ ହୋଇଥିହା ଯବାନଙ୍କ ମଧ୍ଯରୁ ଦୁଇଜଣ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ହୋଇଥିବା ବେଳେ ଅନ୍ୟ ୩ ଜଣ ଜିଲ୍ଲା ରିଜର୍ଭ ଗାର୍ଡ ପୁଲିସ(ଡିଆରଜି)ର ବୋଲି ଜଣାପଡ଼ିଛି। ଏଥିସହିତ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀର୍ଘ ୩୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ: ୮୫ ବର୍ଷୀୟ ବୃଦ୍ଧ ହେଲେ ଦୋଷୀ ସାବ୍ୟସ୍ତ, ଯିବେ ଜେଲ

ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ତାରେମସ୍ଥିତ ସିଲଗର ଜଙ୍ଗଲରେ ନକ୍ସଲ ଦମନକୁ ନେଇ ସିଆରପିଏଫ ଏବଂ ଡିଆରଜିର ମିଳିତ ଅଭିଯାନ ଚାଲିଥିବା ବେଳେ ଏଥିରେ ଏସଟିଏଫ ଏବଂ କୋବ୍ରା ବାହିନୀର ପ୍ରାୟ ୪୦୦ରୁ ଅଧିକ ଯବାନ ସାମିଲ ହୋଇଥିଲେ। ହେଲେ ଏହି ସମୟରେ ନକ୍ସଲମାନଙ୍କ ପକ୍ଷରୁ ଆକ୍ରମଣ କରାଯିବାରୁ ୫ ଯବାନ ସହିଦ ହୋଇଥିଲେ। ଯବାନମାନଙ୍କ ସହାୟତା ପାଇଁ ୯ଟି ଆମ୍ବୁଲାନ୍ସ ସହିତ ଦୁଇଟି ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି ବୋଲି ଛତିଶଗଡ଼ ପୁଲିସ ମହାନିଦ୍ଦେର୍ଶକ କହିଛନ୍ତି। ପୂର୍ବରୁ ଗତ ୧ ତାରିଖରେ ଛତିଶଗଡ଼ର ରାଜନନ୍ଦଗାଓଁଠାରେ ଦୁଇଟି ଲ୍ୟାଣ୍ଡମାଇନକୁ ଯବାନମାନେ ନିଷ୍କ୍ରିୟ କରିଦେଇଥିଲେ। ହେଲେ ଆଜି ୫ଜଣ ଯବାନଙ୍କୁ ସହିଦ ହେବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସେପଟେ ୫ ଯବାନ୍ ଶହିଦ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ବିଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି । ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ତାହା ହିଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଛନ୍ତି ।

ସେହିପରୁ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାହ କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାକୁ କେବେ ଭୁଲିବ ନାହିଁ। ଶହୀଦ ଯବାନଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି।

04 Apr 2021 By The Sakala

ଛତିଶଗଡ଼ରେ ଏନକାଉଣ୍ଟର: ୫ ଯବାନ ଶହିଦ, ୧୫ ନିଖୋଜ ଓ ୩୦ ଆହତ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିବା ବେଳେ ଘଟଣାରେ ୫ଜଣ ଯବାନ ସହିଦ ହେବା ସହିତ ୧୫ ଯବାନ ନିଖୋଜ ରହିଛନ୍ତି । ୩୦ ଯବାନ ଆହତ ହୋଇଛନ୍ତି। ଆହତ ହୋଇଥିବା ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୫ସହିଦ ହୋଇଥିହା ଯବାନଙ୍କ ମଧ୍ଯରୁ ଦୁଇଜଣ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ହୋଇଥିବା ବେଳେ ଅନ୍ୟ ୩ ଜଣ ଜିଲ୍ଲା ରିଜର୍ଭ ଗାର୍ଡ ପୁଲିସ(ଡିଆରଜି)ର ବୋଲି ଜଣାପଡ଼ିଛି। ଏଥିସହିତ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ତାରେମସ୍ଥିତ ସିଲଗର ଜଙ୍ଗଲରେ ନକ୍ସଲ ଦମନକୁ ନେଇ ସିଆରପିଏଫ ଏବଂ ଡିଆରଜିର ମିଳିତ ଅଭିଯାନ ଚାଲିଥିବା ବେଳେ ଏଥିରେ ଏସଟିଏଫ ଏବଂ କୋବ୍ରା ବାହିନୀର ପ୍ରାୟ ୪୦୦ରୁ ଅଧିକ ଯବାନ ସାମିଲ ହୋଇଥିଲେ। ହେଲେ ଏହି ସମୟରେ ନକ୍ସଲମାନଙ୍କ ପକ୍ଷରୁ ଆକ୍ରମଣ କରାଯିବାରୁ ୫ ଯବାନ ସହିଦ ହୋଇଥିଲେ। ଯବାନମାନଙ୍କ ସହାୟତା ପାଇଁ ୯ଟି ଆମ୍ବୁଲାନ୍ସ ସହିତ ଦୁଇଟି ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି ବୋଲି ଛତିଶଗଡ଼ ପୁଲିସ ମହାନିଦ୍ଦେର୍ଶକ କହିଛନ୍ତି। ପୂର୍ବରୁ ଗତ ୧ ତାରିଖରେ ଛତିଶଗଡ଼ର ରାଜନନ୍ଦଗାଓଁଠାରେ ଦୁଇଟି ଲ୍ୟାଣ୍ଡମାଇନକୁ ଯବାନମାନେ ନିଷ୍କ୍ରିୟ କରିଦେଇଥିଲେ। ହେଲେ ଆଜି ୫ଜଣ ଯବାନଙ୍କୁ ସହିଦ ହେବାକୁ ପଡ଼ିଛି।

ସେପଟେ ୫ ଯବାନ୍ ଶହିଦ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ବିଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି । ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ତାହା ହିଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଛନ୍ତି ।

ସେହିପରୁ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାହ କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାକୁ କେବେ ଭୁଲିବ ନାହିଁ। ଶହୀଦ ଯବାନଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର