ପ୍ରଧାନମନ୍ତ୍ରୀ ମୋଦୀ ନାମକରଣ କରିଥିବା ଚିତା ବାଘ ‘ଆଶା’ ଗର୍ଭବତୀ, ଭାରତରେ ଚିତାସଂଖ୍ୟା ବୃଦ୍ଧି ଆଶା ଉଜ୍ଜ୍ବଳ

The Sakala Picture
Published On

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଏକ ଖୁସି ଖବର। ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ମଧ୍ୟରୁ ଅନ୍ୟତମ ଚିତା ‘ଆଶା’ ଏବେ ଗର୍ଭବତୀ ଥିବା ସୂଚନା ମିଳିଛି। ଯାହାକୁ ନେଇ ଚିତା ବଂଶବିସ୍ତାର ଉଦ୍ୟମ କରୁଥିବା ଟିମ୍‌ ଭିତରେ ଖୁସିର ମାହୋଲ ଭରି ଯାଇଛି। ସାତ ଦଶନ୍ଧି ପରେ ଦେଶରେ ଚିତାବାଘର ଜନସଂଖ୍ୟା ବୃଦ୍ଧି ଦିଗରେ ଏହା ନିଶ୍ଚିତ ଭାବରେ ଏକ ନୂଆ ଆଶ ସଞ୍ଚାର କରିଛି। ମଧ୍ୟପ୍ରଦେଶର କୁନୋ ଆରମ୍ଭ […]

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଏକ ଖୁସି ଖବର। ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ମଧ୍ୟରୁ ଅନ୍ୟତମ ଚିତା ‘ଆଶା’ ଏବେ ଗର୍ଭବତୀ ଥିବା ସୂଚନା ମିଳିଛି। ଯାହାକୁ ନେଇ ଚିତା ବଂଶବିସ୍ତାର ଉଦ୍ୟମ କରୁଥିବା ଟିମ୍‌ ଭିତରେ ଖୁସିର ମାହୋଲ ଭରି ଯାଇଛି। ସାତ ଦଶନ୍ଧି ପରେ ଦେଶରେ ଚିତାବାଘର ଜନସଂଖ୍ୟା ବୃଦ୍ଧି ଦିଗରେ ଏହା ନିଶ୍ଚିତ ଭାବରେ ଏକ ନୂଆ ଆଶ ସଞ୍ଚାର କରିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ମଧ୍ୟପ୍ରଦେଶର କୁନୋ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ଦେଖାଶୁଣା କରୁଥିବା ସରକାରୀ ଅଧିକାରୀମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମକରଣ କରିଥିବା ‘ଆଶା’ ଚିତା ଅନ୍ତଃସତ୍ତ୍ବା ଥିବାର ଆଚରଣଗତ, ଶାରୀରିକ ଏବଂ ହର୍ମୋନ୍‌ଗତ ଲକ୍ଷଣ ଦେଖାଯାଉଛି। ଏଥିପାଇଁ ଆମେ ଖୁବ୍‌ ଆନନ୍ଦିତ ହୋଇଥିଲେ ବି, ‘ଆଶା’ ଅନ୍ତଃସତ୍ତ୍ବା ବୋଲି ସୁନିଶ୍ଚିତ ହେବାକୁ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।ଆଶାର ବୟସ ସାଢେ ତିନି ବର୍ଷ ହୋଇଥିବା ବିଶେଷଜ୍ଞ କହିଛନ୍ତି । ଆଶା ଠାରୁ ମିଳିଥିବା ଶୁଭ ଖବର ପରେ ଦେଶରେ ଚିତାର ସଂଖ୍ୟା ବଢିବ ବୋଲି ବନ ଅଧିକାରୀ ଆଶା ବାନ୍ଧିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଚିତା କନଜର୍ଭେସନ ଫଣ୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଲରୀ ମାର୍କର କହିଛନ୍ତି, ଯଦି ଆଶା ଗର୍ଭବତୀ ହୁଏ ତେବେ ଏହା ତାର ପ୍ରଥମ ଗର୍ଭଧାରଣ। ନାମିବ୍ୟାରୁ ହିଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଯଦି ଚିତା ଶାବକ ହୁଏ ତେବେ ତାଙ୍କୁ ଶାନ୍ତ ପରିବେଶ ଉପଲବ୍ଧ କରାଇବାକୁ ପଡିବ। ଏହାସହ ଆଖପାଖରେ କେହି ମଧ୍ୟ ରହିବାକୁ ହେବ ନାହିଁ । ଆଶାର ଖାଇବା ପିଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଭଳି ସୁରକ୍ଷିତ ଅଞ୍ଚଳରେ ଚିତାଛୁଆ ମୃତ୍ୟୁହାର ଅଧିକ ରହୁଥିବାରୁ ‘ପ୍ରୋଜେକ୍ଟ ଚିତା’ ପାଇଁ ଏବେ ଏହା ଚାଲେଞ୍ଜ୍‌ର କାରଣ ହେବ। ସଂଗୃହୀତ ସୂଚନା ଅନୁସାରେ, ଏହି ସବୁ ସ୍ଥାନରେ ଚିତାଛୁଆ ମୃତ୍ୟୁହାର ପ୍ରାୟ ୯୦%। ଜନ୍ମ ବେଳେ ଆଖି ଫିଟି ନ ଥିବା ଅସହାୟ ଚିତାଛୁଆର ଓଜନ ୨୪୦ରୁ ୪୨୫ ଗ୍ରାମ୍‌ ହୋଇଥାଏ। ପ୍ରସବ କରିବାର ଦିନେ ଦୁଇ ଦିନ ପରେ ମାଆ ଚିତା ନିଜ ଆହାର ପାଇଁ ଶିକାର ଖୋଜିବାକୁ ଚାଲିଯାଏ। ଏହି ସମୟ ହିଁ ଚିତାଛୁଆ ପାଇଁ ବିପଜ୍ଜନକ ହୋଇଥାଏ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ଛାଡ଼ିଥିଲେ। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ। ନାମିବ୍ୟାରୁ ଏହି ଚିତାଗୁଡ଼ିକ ଅଣାଯାଇଛି। ଏଠାରୁ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ବାଘ ଭାରତ ଅଣାଯାଇଛି। ଚିତା ଗୁଡ଼ିକର ଗତିପଥକୁ ଅନୁଧ୍ୟାନ କରିବାକୁ ସେମାନଙ୍କ ଶରୀରରେ ରେଡିଓ କଲାର୍ସ ଲଗାଯାଇଛି। ଏହାବାଦ ୨୪ ଘଣ୍ଟା ପ୍ରତିଟି ଚିତା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର