ଧୂଳିସାତ ହେଲା ସିଦ୍ଧୁଙ୍କ ସ୍ବପ୍ନ, ଚନ୍ନି ହେଲେ ପଞ୍ଜାବ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

The Sakala Picture
Published On

ପଞ୍ଜାବ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ପଞ୍ଜାବ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି କି ଏବେକାର ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ହିଁ ଆଗାମୀ ନିର୍ବାଚନ ପାଇଁ […]

ପଞ୍ଜାବ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ପଞ୍ଜାବ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି କି ଏବେକାର ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ହିଁ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଚନ୍ନି କହିଛନ୍ତି, ପଞ୍ଜାବ ଲୋକଙ୍କ ପାଇଁ ନା ଶୋଇବି, ନା ଶୋଇବାକୁ ଦେବି । କେବଳ ମୁଁ ମାଧ୍ୟମ ହେବି । ପଞ୍ଜାବ ପାଇଁ ନବଜୋତ ସିଂହ ସିଦ୍ଧୁ ଯାହା କରିବାକୁ ଚାହିଁବେ କରିପାରିବେ । ସୁନୀଲ ଜାଖଡ଼ ଯାହା ଚାହିଁବେ କରିପାରିବେ । ଆମେ ସମସ୍ତେ ମିଶିକରି ପଞ୍ଜାବକୁ ଆଗକୁ ନେଇଯିବୁ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ମଞ୍ଚରେ ନବଜୋତ ସିଂହ ସିଦ୍ଧୁଙ୍କୁ କୁଣ୍ଢେଇ ପକାଇଥିଲେ ଚନ୍ନି । ସିଦ୍ଧୁ କହିଥିଲେ, ରାହୁଲ ଗାନ୍ଧୀ ଜଣେ ଦଳିତ, ଗରିବଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି । ବିଜେପି ମୋତେ ନେଇ ପ୍ରଚାର କରେ । କିନ୍ତୁ ରାହୁଲ ଗାନ୍ଧୀ ୪ ବର୍ଷ ମଧ୍ୟରେ ମୋତେ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପଦ ଦେଇଛନ୍ତି । ମୋତେ କିଛି ଲୋଡ଼ା ନାହିଁ । କଂଗ୍ରେସ ଓ ପଞ୍ଜାବର ବିକାଶ ଲୋଡ଼ା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଉଭୟ ଚରଣ ଜିତ ସିଂ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲଢ଼େଇ ଲାଗି ରହି ଥିଲା । ଆଜି ରାହୁଲଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ସିଦ୍ଧୁଙ୍କ ଆଶା ଧୂଳିସାତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର