ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ; ଏଣିକି ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ

The Sakala Picture
Published On

ଭୁବନେଶ୍ୱର: ବିଦ୍ୟୁତ ଦେୟ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏଣିକି ଦିନ ଅପେକ୍ଷା ରାତିରେ ଦେବାକୁ ପଡିବ ଅଧିକ ବିଦ୍ୟୁତ ଦେୟ । ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ। ବିଦ୍ୟୁତ ଉପଭୋକ୍ତା ନିୟମରେ ହୋଇଛି ଆଉ ଏକ ପରିବର୍ତ୍ତନ । ସୌରଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମରେ ଏଭଳି ପରିବର୍ତ୍ତନ ହୋଇଛି । […]

ଭୁବନେଶ୍ୱର: ବିଦ୍ୟୁତ ଦେୟ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏଣିକି ଦିନ ଅପେକ୍ଷା ରାତିରେ ଦେବାକୁ ପଡିବ ଅଧିକ ବିଦ୍ୟୁତ ଦେୟ । ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ। ବିଦ୍ୟୁତ ଉପଭୋକ୍ତା ନିୟମରେ ହୋଇଛି ଆଉ ଏକ ପରିବର୍ତ୍ତନ । ସୌରଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମରେ ଏଭଳି ପରିବର୍ତ୍ତନ ହୋଇଛି । ଦିନରେ ସୌରଶକ୍ତି ଉତ୍ପାଦନ ହେଉଥିବାରୁ ଏହା ପାରମ୍ପରିକ ଶକ୍ତିର ଭରଣା କରିବ ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ଟାଇମ ଅଫ ଡେ’ ଟାରିଫ। କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ନିୟମ ଅନୁସାରେ, ରାତି ବେଳା ଅଧିକ ବିଜୁଳି ବ୍ୟବହାର ହେଉଥିବାରୁ ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ । ସ୍ମାର୍ଟ ମିଟରିଂ ଜରିଆରେ ବିଜୁଳି ଉପଯୋଗ ହେଉନଥିଲେ, ଗ୍ରାହକ ବାହାରେ ରହି ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରିବେ । ସମୟ ଓ ବାର ଦେଖି ବିଜୁଳିର ବ୍ୟବହାର ନେଇ ଦର ଏପଟ ସେପଟ ରହିବ । ଏହାକୁ ବିଶେଷଜ୍ଞ ମାନେ ସ୍ବାଗତ କରିଥିବା ବେଳେ ସୌରଶକ୍ତିର ଆବଶ୍ୟକତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

24 Jun 2023 By The Sakala

ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ; ଏଣିକି ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ

ଭୁବନେଶ୍ୱର: ବିଦ୍ୟୁତ ଦେୟ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏଣିକି ଦିନ ଅପେକ୍ଷା ରାତିରେ ଦେବାକୁ ପଡିବ ଅଧିକ ବିଦ୍ୟୁତ ଦେୟ । ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ। ବିଦ୍ୟୁତ ଉପଭୋକ୍ତା ନିୟମରେ ହୋଇଛି ଆଉ ଏକ ପରିବର୍ତ୍ତନ । ସୌରଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମରେ ଏଭଳି ପରିବର୍ତ୍ତନ ହୋଇଛି । ଦିନରେ ସୌରଶକ୍ତି ଉତ୍ପାଦନ ହେଉଥିବାରୁ ଏହା ପାରମ୍ପରିକ ଶକ୍ତିର ଭରଣା କରିବ ।

୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ଟାଇମ ଅଫ ଡେ’ ଟାରିଫ। କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ।

ନିୟମ ଅନୁସାରେ, ରାତି ବେଳା ଅଧିକ ବିଜୁଳି ବ୍ୟବହାର ହେଉଥିବାରୁ ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ । ସ୍ମାର୍ଟ ମିଟରିଂ ଜରିଆରେ ବିଜୁଳି ଉପଯୋଗ ହେଉନଥିଲେ, ଗ୍ରାହକ ବାହାରେ ରହି ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରିବେ । ସମୟ ଓ ବାର ଦେଖି ବିଜୁଳିର ବ୍ୟବହାର ନେଇ ଦର ଏପଟ ସେପଟ ରହିବ । ଏହାକୁ ବିଶେଷଜ୍ଞ ମାନେ ସ୍ବାଗତ କରିଥିବା ବେଳେ ସୌରଶକ୍ତିର ଆବଶ୍ୟକତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର