କେନ୍ଦ୍ରର ‘ଫମ୍ପା’ ଦରଦ : ଚାଷୀଙ୍କୁ ଦୁର୍ବିପାକଜନିତ ଇନ୍‌‌ପୁଟ୍‌‌ ସବ୍‌‌ସିଡି ବୃଦ୍ଧି ନାମକୁ ମାତ୍ର

The Sakala Picture
Published On

ଭୁବନେଶ୍ୱର : ପୁଣିଥରେ ଚାଷୀଙ୍କୁ କେନ୍ଦ୍ର ସରକାର ଦେଖାଇଛନ୍ତି ‘ଫମ୍ପା’ ଦରଦ। ସାର, ବିହନ, କୀଟନାଶକ, କୃଷି ଶ୍ରମିକଙ୍କ ମଜୁରି ବହୁଗୁଣ ବୃଦ୍ଧି ପାଇଥିବାବେଳେ କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରୁନାହାନ୍ତି। ଅନ୍ୟପକ୍ଷରେ ଦୁର୍ବିପାକ କ୍ଷତିଗ୍ରସ୍ତ ଚାଷୀଙ୍କ ଇନ୍‌‌ପୁଟ୍‌‌ ସବସିଡି ମାତ୍ର ୨ ହଜାରରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଉପହାସ କରିଛନ୍ତି। ମରୁଡ଼ି, ବନ୍ୟା, ବାତ୍ୟା ପରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଚାଷୀମାନଙ୍କୁ ରାଜ୍ୟ ସରକାର […]

ଭୁବନେଶ୍ୱର : ପୁଣିଥରେ ଚାଷୀଙ୍କୁ କେନ୍ଦ୍ର ସରକାର ଦେଖାଇଛନ୍ତି ‘ଫମ୍ପା’ ଦରଦ। ସାର, ବିହନ, କୀଟନାଶକ, କୃଷି ଶ୍ରମିକଙ୍କ ମଜୁରି ବହୁଗୁଣ ବୃଦ୍ଧି ପାଇଥିବାବେଳେ କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରୁନାହାନ୍ତି। ଅନ୍ୟପକ୍ଷରେ ଦୁର୍ବିପାକ କ୍ଷତିଗ୍ରସ୍ତ ଚାଷୀଙ୍କ ଇନ୍‌‌ପୁଟ୍‌‌ ସବସିଡି ମାତ୍ର ୨ ହଜାରରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଉପହାସ କରିଛନ୍ତି। ମରୁଡ଼ି, ବନ୍ୟା, ବାତ୍ୟା ପରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଚାଷୀମାନଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିଥାଆନ୍ତି। ଅତୀତରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ଚାଷୀମାନଙ୍କୁ ବିଭିନ୍ନ ସମୟରେ ଅନୁରୂପ ସବ୍‌‌ସିଡି ପ୍ରଦାନ କରି ଆସିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ନଦିଆ, ପାନିହାଟି ଏବଂ ୨୪ ପ୍ରଗଣାରେ ମତଦାନ ବେଳେ ହିଂସା, ଟିଏମସି-ବିଜେପି ମୁହାଁମୁହିଁ

ଜଳସେଚିତ ଓ ଅଣଜଳସେଚିତ ଜମିର ବର୍ଗୀକରଣ କରାଯାଇ କ୍ଷତି ଆଧାରରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌‌ଡିଆର୍‌‌ଏଫ୍‌‌)ରୁ ଇନ୍‌‌ପୁଟ୍‌‌ ସବ୍‌‌ସିଡି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଚାଷୀମାନଙ୍କୁ ଇନ୍‌‌ପୁଟ୍‌‌ ସବ୍‌‌ସିଡ ରାଶି ରାଜ୍ୟ ସରକାର ପ୍ରଦାନ କରୁଥିଲେ ହେଁ ଏହାର ନିର୍ଦ୍ଧାରଣ କେନ୍ଦ୍ର ସରକାର କରିଥାଆନ୍ତି। ରାଜ୍ୟ ସରକାର, କୃଷି ବିଭାଗ, ଶାସକ ବିଜେଡିର ସାଂସଦମାନେ ବାରମ୍ବାର ଦାବି ପରେ କେନ୍ଦ୍ର ସରକାର ଏହି ରାଶିରେ ସାମାନ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ଅଣଜଳସେଚିତ ଜମି ନିମନ୍ତେ ହେକ୍ଟର ପିଛା ୬୫୦୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ୮୫୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩୫୦୦ ଟଙ୍କା ପରିବର୍ତ୍ତେ ୧୭ ହଜାର ଟଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଇନ୍ଧନ ଗେମ୍... ଏବେ ପେଟ୍ରୋଲରେ ମିଶିବ ୮୫% ଇଥାନଲ! କେନ୍ଦ୍ର ସରକାର ଜାରି କଲେ ଡ୍ରାଫ୍ଟ ନୋଟିଫିକେସନ୍

ଚଳିତ ମାସରୁ ଯେ କୌଣସି ଦୁର୍ବିପାକରେ ଅନ୍ୟୂନ ୩୩ ପ୍ରତିଶତ କିମ୍ୱା ତଦୁଦ୍ଧ୍ୱର୍ ଋତୁକାଳୀନ ଫସଲ କ୍ଷତି ହେଲେ ଚାଷୀଙ୍କୁ ବର୍ଦ୍ଧିତ ହାରରେ ସହାୟତା ଅର୍ଥ ପ୍ରଦାନ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରେ ସଂଶୋଧନ କରାଯାଇ ଅନୁରୂପ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ଚାଷୀ ୧୭ ହଜାର ଟଙ୍କା ଇନ୍‌‌ପୁଟ୍‌‌ ସବ୍‌‌ସିଡି ଧାର୍ଯ୍ୟ କରାଯାଇଛି। ଅନୁରୂପ ଭାବରେ ସବୁଦିନିଆ ଫସଲ ନଷ୍ଟ କ୍ଷେତ୍ରରେ ହେକ୍ଟର ପିଛା ଚାଷୀଙ୍କୁ ୨୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏସ୍‌‌ଡିଆର୍‌‌ଏଫ୍‌‌ ପାଣ୍ଠି ବାବଦରେ ୨୨୦୦ କୋଟିରୁ ଅଧିକ କର୍ପସ ପାଣ୍ଠି ଗଠନ ହୋଇଛି। ନିୟମ ଅନୁଯାୟୀ ପାଣ୍ଠି ବାବଦରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ବାକି ୨୫ ପ୍ରତିଶତ ଅର୍ଥ ବହନ କରୁଛନ୍ତି। ସେହିପରି ଦୁର୍ବିପାକରେ ପ୍ରାଣହାନି ଘଟିଥିବା ବ୍ୟକ୍ତିର ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସର୍ବଦା ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପରିପନ୍ଥୀ ନିଷ୍ପତ୍ତି ନେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ବିଜେପି ନେତା ହତ୍ୟା ମାମଲା: ୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨୦୨୫ ଅକ୍ଟୋବରରେ ରୁଜୁ ହୋଇଥିଲା ଏଫଆଇଆର୍

ସାର, କୀଟନାଶକ ମୂଲ୍ୟ ସହ ଧାନ ଉତ୍ପାଦନରେ ଚାଷୀର ବ୍ୟୟ ଢେର୍‌‌ ବୃଦ୍ଧି ପାଇଥିଲେ ସୁଦ୍ଧା ଧାନର ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଚାଷୀର ଫସଲ ଉତ୍ପାଦନ ଖର୍ଚ୍ଚ ବହୁତ ବଢ଼଼ିଯାଇଥିବାବେଳେ କେନ୍ଦ୍ର ସରକାର ସେହି ଅନୁଯାୟୀ ଏମ୍‌‌ଏସ୍‌‌ପି ପ୍ରଦାନ କରୁନାହାନ୍ତି। ବାରମ୍ବାର ଦାବି ସତ୍ତ୍ବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାରେ ପହଞ୍ଚି ନାହିଁ। ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏବେ ଇନ୍‌‌ପୁଟ୍‌‌ ସବ୍‌‌ସିଡି ନାମମାତ୍ର ବୃଦ୍ଧି କରି କେନ୍ଦ୍ର ସରକାର ବାହାବା ନେବାକୁ ବସିଛନ୍ତି। ଓଡ଼ିଶାରେ ସବୁବେଳେ ବାତ୍ୟା, ବନ୍ୟା ଓ ମରୁଡ଼ି ଲାଗି ରହିଛି। ରାଜ୍ୟରେ ବହୁ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଗୁଜରାଣ ମେଣ୍ଟାଇବା ପାଇଁ ଭାଗ ଚାଷ କରି ଚଳନ୍ତି। ଏବେ କେନ୍ଦ୍ର ଯେତିକି ବୃଦ୍ଧି କରିଛି ତାହା ସମୁଦ୍ର ଶଙ୍ଖେ ସଦୃଶ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେହିପରି ଚାଷୀର କ୍ଷତି ଭରଣା ପାଇଁ ବହୁଦିନରୁ ରାଜ୍ୟ ସରକାର ଇନ୍‌‌ପୁଟ୍‌‌ ସହାୟତା ବୃଦ୍ଧି ପାଇଁ ଦାବି କରିଆସୁଥିଲେ। କାରଣ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଉଦ୍ୟମ କରିଆସିଛନ୍ତି। ଯେଉଁ ଚାଷୀମାନଙ୍କର ଖରିଫ୍‌‌ରେ ଦୁର୍ବିପାକ ଯୋଗୁଁ ଫସଲ ନଷ୍ଟ ହୋଇଛି, ସେମାନେ ଏହି ସହାୟତା ପାଇଲେ ରବି ଋତୁରେ ଫସଲ କରିପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତ ରଖିଛନ୍ତି।

19 Oct 2022 By The Sakala

କେନ୍ଦ୍ରର ‘ଫମ୍ପା’ ଦରଦ : ଚାଷୀଙ୍କୁ ଦୁର୍ବିପାକଜନିତ ଇନ୍‌‌ପୁଟ୍‌‌ ସବ୍‌‌ସିଡି ବୃଦ୍ଧି ନାମକୁ ମାତ୍ର

ଭୁବନେଶ୍ୱର : ପୁଣିଥରେ ଚାଷୀଙ୍କୁ କେନ୍ଦ୍ର ସରକାର ଦେଖାଇଛନ୍ତି ‘ଫମ୍ପା’ ଦରଦ। ସାର, ବିହନ, କୀଟନାଶକ, କୃଷି ଶ୍ରମିକଙ୍କ ମଜୁରି ବହୁଗୁଣ ବୃଦ୍ଧି ପାଇଥିବାବେଳେ କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରୁନାହାନ୍ତି। ଅନ୍ୟପକ୍ଷରେ ଦୁର୍ବିପାକ କ୍ଷତିଗ୍ରସ୍ତ ଚାଷୀଙ୍କ ଇନ୍‌‌ପୁଟ୍‌‌ ସବସିଡି ମାତ୍ର ୨ ହଜାରରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଉପହାସ କରିଛନ୍ତି। ମରୁଡ଼ି, ବନ୍ୟା, ବାତ୍ୟା ପରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଚାଷୀମାନଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିଥାଆନ୍ତି। ଅତୀତରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ଚାଷୀମାନଙ୍କୁ ବିଭିନ୍ନ ସମୟରେ ଅନୁରୂପ ସବ୍‌‌ସିଡି ପ୍ରଦାନ କରି ଆସିଛନ୍ତି।

ଜଳସେଚିତ ଓ ଅଣଜଳସେଚିତ ଜମିର ବର୍ଗୀକରଣ କରାଯାଇ କ୍ଷତି ଆଧାରରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌‌ଡିଆର୍‌‌ଏଫ୍‌‌)ରୁ ଇନ୍‌‌ପୁଟ୍‌‌ ସବ୍‌‌ସିଡି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଚାଷୀମାନଙ୍କୁ ଇନ୍‌‌ପୁଟ୍‌‌ ସବ୍‌‌ସିଡ ରାଶି ରାଜ୍ୟ ସରକାର ପ୍ରଦାନ କରୁଥିଲେ ହେଁ ଏହାର ନିର୍ଦ୍ଧାରଣ କେନ୍ଦ୍ର ସରକାର କରିଥାଆନ୍ତି। ରାଜ୍ୟ ସରକାର, କୃଷି ବିଭାଗ, ଶାସକ ବିଜେଡିର ସାଂସଦମାନେ ବାରମ୍ବାର ଦାବି ପରେ କେନ୍ଦ୍ର ସରକାର ଏହି ରାଶିରେ ସାମାନ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ଅଣଜଳସେଚିତ ଜମି ନିମନ୍ତେ ହେକ୍ଟର ପିଛା ୬୫୦୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ୮୫୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩୫୦୦ ଟଙ୍କା ପରିବର୍ତ୍ତେ ୧୭ ହଜାର ଟଙ୍କା କରାଯାଇଛି।

ଚଳିତ ମାସରୁ ଯେ କୌଣସି ଦୁର୍ବିପାକରେ ଅନ୍ୟୂନ ୩୩ ପ୍ରତିଶତ କିମ୍ୱା ତଦୁଦ୍ଧ୍ୱର୍ ଋତୁକାଳୀନ ଫସଲ କ୍ଷତି ହେଲେ ଚାଷୀଙ୍କୁ ବର୍ଦ୍ଧିତ ହାରରେ ସହାୟତା ଅର୍ଥ ପ୍ରଦାନ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରେ ସଂଶୋଧନ କରାଯାଇ ଅନୁରୂପ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ଚାଷୀ ୧୭ ହଜାର ଟଙ୍କା ଇନ୍‌‌ପୁଟ୍‌‌ ସବ୍‌‌ସିଡି ଧାର୍ଯ୍ୟ କରାଯାଇଛି। ଅନୁରୂପ ଭାବରେ ସବୁଦିନିଆ ଫସଲ ନଷ୍ଟ କ୍ଷେତ୍ରରେ ହେକ୍ଟର ପିଛା ଚାଷୀଙ୍କୁ ୨୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏସ୍‌‌ଡିଆର୍‌‌ଏଫ୍‌‌ ପାଣ୍ଠି ବାବଦରେ ୨୨୦୦ କୋଟିରୁ ଅଧିକ କର୍ପସ ପାଣ୍ଠି ଗଠନ ହୋଇଛି। ନିୟମ ଅନୁଯାୟୀ ପାଣ୍ଠି ବାବଦରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ବାକି ୨୫ ପ୍ରତିଶତ ଅର୍ଥ ବହନ କରୁଛନ୍ତି। ସେହିପରି ଦୁର୍ବିପାକରେ ପ୍ରାଣହାନି ଘଟିଥିବା ବ୍ୟକ୍ତିର ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସର୍ବଦା ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପରିପନ୍ଥୀ ନିଷ୍ପତ୍ତି ନେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସାର, କୀଟନାଶକ ମୂଲ୍ୟ ସହ ଧାନ ଉତ୍ପାଦନରେ ଚାଷୀର ବ୍ୟୟ ଢେର୍‌‌ ବୃଦ୍ଧି ପାଇଥିଲେ ସୁଦ୍ଧା ଧାନର ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଚାଷୀର ଫସଲ ଉତ୍ପାଦନ ଖର୍ଚ୍ଚ ବହୁତ ବଢ଼଼ିଯାଇଥିବାବେଳେ କେନ୍ଦ୍ର ସରକାର ସେହି ଅନୁଯାୟୀ ଏମ୍‌‌ଏସ୍‌‌ପି ପ୍ରଦାନ କରୁନାହାନ୍ତି। ବାରମ୍ବାର ଦାବି ସତ୍ତ୍ବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାରେ ପହଞ୍ଚି ନାହିଁ। ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏବେ ଇନ୍‌‌ପୁଟ୍‌‌ ସବ୍‌‌ସିଡି ନାମମାତ୍ର ବୃଦ୍ଧି କରି କେନ୍ଦ୍ର ସରକାର ବାହାବା ନେବାକୁ ବସିଛନ୍ତି। ଓଡ଼ିଶାରେ ସବୁବେଳେ ବାତ୍ୟା, ବନ୍ୟା ଓ ମରୁଡ଼ି ଲାଗି ରହିଛି। ରାଜ୍ୟରେ ବହୁ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଗୁଜରାଣ ମେଣ୍ଟାଇବା ପାଇଁ ଭାଗ ଚାଷ କରି ଚଳନ୍ତି। ଏବେ କେନ୍ଦ୍ର ଯେତିକି ବୃଦ୍ଧି କରିଛି ତାହା ସମୁଦ୍ର ଶଙ୍ଖେ ସଦୃଶ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେହିପରି ଚାଷୀର କ୍ଷତି ଭରଣା ପାଇଁ ବହୁଦିନରୁ ରାଜ୍ୟ ସରକାର ଇନ୍‌‌ପୁଟ୍‌‌ ସହାୟତା ବୃଦ୍ଧି ପାଇଁ ଦାବି କରିଆସୁଥିଲେ। କାରଣ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଉଦ୍ୟମ କରିଆସିଛନ୍ତି। ଯେଉଁ ଚାଷୀମାନଙ୍କର ଖରିଫ୍‌‌ରେ ଦୁର୍ବିପାକ ଯୋଗୁଁ ଫସଲ ନଷ୍ଟ ହୋଇଛି, ସେମାନେ ଏହି ସହାୟତା ପାଇଲେ ରବି ଋତୁରେ ଫସଲ କରିପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର