ଥମୁନି ଇଣ୍ଡିଗୋ ସଂକଟ; ପ୍ରଭାବିତ ବିମାନ ଯାତ୍ରୀଙ୍କୁ ରିଫଣ୍ଡ୍‌ ନେଇ ଇଣ୍ଡିଗୋର ସୂଚନା

Madhusudan Das Picture
Published On

ନୂଆଦିଲ୍ଲୀ: ଥମୁନି ଇଣ୍ଡିଗୋ ସଂକଟ । ଦେଶରେ ଧରାଶାୟୀ ହେଲାଣି ଇଣ୍ଡିଗୋ ବିମାନସେବା । ଆଜି ବି ୫୦୦ରୁ ଅଧିକ ଫ୍ଲାଇଟ ବାତିଲ ହେବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ମୁମ୍ବାଇ ଓ ଦିଲ୍ଲୀ ଭିତରେ ସବୁଠାରୁ ଅଧିକ ବିମାନ ବାତିଲ ହୋଇଛି । ଏହାରି ମଧ୍ୟରେ ଆଜି କମ୍ପାନୀ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି। ପ୍ରଭାବିତ ଯାତ୍ରୀଙ୍କୁ ଟିକେଟ୍‌ ବୁକିଂ ଟଙ୍କା ରିଫଣ୍ଡ କରିବା ସହ ଟିକେଟ୍‌ ବାତିଲ ଉପରେ ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯିବ ବୋଲି ଇଣ୍ଡିଗୋ ସୂଚନା ଦେଇଛି।  

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଇଣ୍ଡିଗୋ ଏୟାରଲାଇନ୍ସ ସ୍ପଷ୍ଟ କରିଛି ଯେ ପାଇଲଟ୍‌ ଅଭାବ ଏବଂ ଅପରେସନାଲ୍‌ ସମସ୍ୟା ଯୋଗୁଁ ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ୍‌ ହୋଇଛି, ସେମାନଙ୍କୁ ସମସ୍ତ ବୁକିଂ ରାଶି ଫେରସ୍ତ କରାଯିବ। ରିଫଣ୍ଡ ରାଶି ସ୍ୱୟଂଚାଳିତ ଭାବରେ ଯାତ୍ରୀଙ୍କର ମୂଳ ପେମେଂଟ ମାଧ୍ୟମକୁ ଫେରସ୍ତ କରାଯିବ। ଯାତ୍ରୀମାନଙ୍କୁ ଟିକେଟ୍‌ ବାତିଲ୍‌ ବା ପୁନଃ ନିର୍ଦ୍ଧାରଣ ଉପରେ ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯିବ। ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଇଣ୍ଡିଗୋ ତରଫରୁ ଘୋଷିତ ଏହି ଛାଡ଼ ବ୍ୟବସ୍ଥା ଡିସେମ୍ବର ୫ ତାରିଖ ଠାରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ଯାତ୍ରା ପାଇଁ କରାଯାଇଥିବା ବୁକିଂଗୁଡ଼ିକ ପାଇଁ ଲାଗୁ ହେବ। ଏହି ସମୟ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କ ଫ୍ଲାଇଟ୍‌ ବାତିଲ୍‌ କିମ୍ବା ବଡ଼ ଧରଣର ବିଳମ୍ବ ହୋଇଛି, ସେମାନେ ଏହି ସୁବିଧା ପାଇବେ। ଦେଶବ୍ୟାପୀ ବ୍ୟାପକ ବିମାନ ବାତିଲ୍‌ ଯୋଗୁଁ ଯାତ୍ରୀମାନଙ୍କୁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ ଗଭୀର ଭାବେ ଦୁଃଖିତ ବୋଲି ପ୍ରକାଶ କରିଛି ଏବଂ ଅପରେସନାଲ୍‌ ସ୍ଥିତିକୁ ତୁରନ୍ତ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଯାତ୍ରୀମାନଙ୍କ ଲାଗି ସ୍ବତନ୍ତ୍ର ରିଫଣ୍ଡ କେନ୍ଦ୍ର ସ୍ଥାପନ କରିବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସ୍ବୟଂଚାଳିତ ରିଫଣ୍ଡ ପ୍ରକ୍ରିୟା ଜାରି ରହିବ । ଏହା ବ୍ୟତୀତ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ଯୋଗୁଁ, ରହିଯାଇଥିବା ଲଗେଜ୍କୁ ଯାତ୍ରୀଙ୍କ ପାଖରେ ପହଞ୍ଚାବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ମିଳିଛି । ଏଥି ଲାଗି ଏୟାର ଲାଇନକୁ କେବଳ ୪୮ ଘଣ୍ଟା ସମୟ ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର