ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ, ପିଏଫଆଇ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରାଳୟ

The Sakala Picture
Published On

ନୂଆଦିଲ୍ଲୀ : ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ୟ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ […]

ନୂଆଦିଲ୍ଲୀ : ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ୟ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଥିଲା ଏନଆଇଏ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖି ଜେରା କରାଯାଇଛି ।ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିଲା ଏନଆଇଏ । ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଅପରେସନ ଅକ୍ଟୋପସ ଅଧୀନରେ ପିଏଫଆଇ ସଦସ୍ୟଙ୍କ ଠିକଣାରେ ରେଡ କରିିଥିଲେ । ମଙ୍ଗଳବାର ତଦନ୍ତକାରୀ ସଂସ୍ଥା ଦିଲ୍ଲୀ, କର୍ଣ୍ଣାଟକା, ଆସାମ, ମହାରାଷ୍ଟ୍ର, ୟୁପି, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ରେଡ କରିଥିଲା।ସଂଗଠନର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ‘ରିହାବ୍‌ ଇଣ୍ଡିଆ ଫାଉଣ୍ଡେସନ୍‌’ (ଆର୍‌ଆଇଏଫ୍‌), ‘କ୍ୟାମ୍ପସ୍ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ସିଏଫ୍‌ଆଇ), ‘ଅଲ୍‌ ଇଣ୍ଡିଆ ଇମାମ୍‌ କାଉନ୍‌ସିଲ୍‌ (ଏଆଇଆଇସି), ‘ନ୍ୟାସ୍‌ନାଲ୍‌ କନ୍‌ଫେଡେରେସନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ ଅର୍ଗାନାଇଜେସନ୍‌’ (ଏନ୍‌ସିଏଚ୍‌ଆର୍‌ଓ), ‘ନ୍ୟାସ୍‌ନାଲ୍‌ ୱିମିନ୍‌ସ୍‌ ଫ୍ରଣ୍ଟ୍‌’, ‘ଜୁନିୟର୍‌ ଫ୍ରଣ୍ଟ୍‌’, ‘ଏମ୍ପାୱାର୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ଆଣ୍ଡ୍‌ ରିହାବ୍‌ ଫାଉଣ୍ଡେସନ୍‌’, କେରଳ ଆଦିକୁ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି।ଗୃହମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଅନ୍‌ଲଫୁଲ୍ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆକ୍ଟ୍‌ (ୟୁଏପିଏ) ଆଧାରରେ ‘ପିଏଫ୍‌ଆଇ’ ଓ ତା’ର ସହଯୋଗୀ ସଙ୍ଗଠନ ଅଥବା ସାମ୍ମୁଖ୍ୟଗୁଡ଼ିକୁ ‘ବେଆଇନ ସଙ୍ଗଠନ’ ବୋଲି ଘୋଷଣା କରାଗଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

‘ପିଏଫ୍‌ଆଇ’ ଉପରେ ନିଷେଧାଜ୍ଞା ଜାରି କରିବା ବ‌େଳେ କେନ୍ଦ୍ର ସରକାର କହିଛନ୍ତି ଯେ, ‘ଷ୍ଟୁଡେଣ୍ଟ୍‌ସ୍‌ ଇସ୍‌ଲାମିକ୍‌ ମୋଭ୍‌ମେଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ଏସ୍‌ଆଇଏମ୍‌ଆଇ), ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌ ବାଂଲାଦେଶ’ (ଜେଏମ୍‌ବି) ଏବଂ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ୍‌ ସିରିୟା’ (ଆଇଏସ୍‌ଆଇଏସ୍) ସହିତ ସମ୍ପୃକ୍ତି ରହିଛି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ପିଏଫ୍‌ଆଇ’ ଏବଂ ତା’ର ସହଯୋଗୀ ସଙ୍ଗଠନ ସବୁ ଦେଶର ଏକତା, ସାର୍ବଭୌମତ୍ବ ଏବଂ ନିରାପତ୍ତା ପ୍ରତି କ୍ଷତି କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଆଗାମୀ ଦିନରେ ସେମାନେ ଜନସାଧାରଣଙ୍କ ଶାନ୍ତି ଓ ଦେଶର ସାମ୍ପ୍ରଦାୟିକ ସହାବସ୍ଥାନ ବ୍ୟାଘାତ ସୃଷ୍ଟିକରିବାର ଯଥେଷ୍ଟ ଆଶଙ୍କା ରହିଛି।

ତଦନ୍ତରୁ ଜଣାପଡ଼ିଛି ଯେ ପିଏଫଆଇ ଓ ଏହାର କ୍ୟାଡରମାନେ ଏକାଧିକ ହିଂସାତ୍ମକ ଓ ଦେଶ ବିରୋଧୀ କାମରେ ଲିପ୍ତ ରହିଛନ୍ତି। ଜଣେ କଲେଜ ପ୍ରେଫସରଙ୍କୁ ହାଣିବା, ଅନ୍ୟ ଧର୍ମର ସଂଗଠନ ସହ ଜଡ଼ିତ ଥିବା ଲୋକମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା, ବିସ୍ଫୋରଣ ଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କୁ ଉଡ଼ାଇ ଦେବାର ଯୋଜନା କରିବା ଓ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାବା ଭଳି ଅପରାଧିକ କାର୍ଯ୍ୟକଳାପରେ ପିଏଫଆଇ ଓ ଏହାର ସଦସ୍ୟମାନେ ସାମିଲ ରହିଛନ୍ତି। ପିଏଫଆଇର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି। ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ୟ୍ୟକଳାପ କରୁଛନ୍ତି। ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

28 Sep 2022 By The Sakala

ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ, ପିଏଫଆଇ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ୟ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି।

ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଥିଲା ଏନଆଇଏ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖି ଜେରା କରାଯାଇଛି ।ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିଲା ଏନଆଇଏ । ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଅପରେସନ ଅକ୍ଟୋପସ ଅଧୀନରେ ପିଏଫଆଇ ସଦସ୍ୟଙ୍କ ଠିକଣାରେ ରେଡ କରିିଥିଲେ । ମଙ୍ଗଳବାର ତଦନ୍ତକାରୀ ସଂସ୍ଥା ଦିଲ୍ଲୀ, କର୍ଣ୍ଣାଟକା, ଆସାମ, ମହାରାଷ୍ଟ୍ର, ୟୁପି, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ରେଡ କରିଥିଲା।ସଂଗଠନର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ‘ରିହାବ୍‌ ଇଣ୍ଡିଆ ଫାଉଣ୍ଡେସନ୍‌’ (ଆର୍‌ଆଇଏଫ୍‌), ‘କ୍ୟାମ୍ପସ୍ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ସିଏଫ୍‌ଆଇ), ‘ଅଲ୍‌ ଇଣ୍ଡିଆ ଇମାମ୍‌ କାଉନ୍‌ସିଲ୍‌ (ଏଆଇଆଇସି), ‘ନ୍ୟାସ୍‌ନାଲ୍‌ କନ୍‌ଫେଡେରେସନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ ଅର୍ଗାନାଇଜେସନ୍‌’ (ଏନ୍‌ସିଏଚ୍‌ଆର୍‌ଓ), ‘ନ୍ୟାସ୍‌ନାଲ୍‌ ୱିମିନ୍‌ସ୍‌ ଫ୍ରଣ୍ଟ୍‌’, ‘ଜୁନିୟର୍‌ ଫ୍ରଣ୍ଟ୍‌’, ‘ଏମ୍ପାୱାର୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ଆଣ୍ଡ୍‌ ରିହାବ୍‌ ଫାଉଣ୍ଡେସନ୍‌’, କେରଳ ଆଦିକୁ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି।ଗୃହମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଅନ୍‌ଲଫୁଲ୍ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆକ୍ଟ୍‌ (ୟୁଏପିଏ) ଆଧାରରେ ‘ପିଏଫ୍‌ଆଇ’ ଓ ତା’ର ସହଯୋଗୀ ସଙ୍ଗଠନ ଅଥବା ସାମ୍ମୁଖ୍ୟଗୁଡ଼ିକୁ ‘ବେଆଇନ ସଙ୍ଗଠନ’ ବୋଲି ଘୋଷଣା କରାଗଲା।

‘ପିଏଫ୍‌ଆଇ’ ଉପରେ ନିଷେଧାଜ୍ଞା ଜାରି କରିବା ବ‌େଳେ କେନ୍ଦ୍ର ସରକାର କହିଛନ୍ତି ଯେ, ‘ଷ୍ଟୁଡେଣ୍ଟ୍‌ସ୍‌ ଇସ୍‌ଲାମିକ୍‌ ମୋଭ୍‌ମେଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ଏସ୍‌ଆଇଏମ୍‌ଆଇ), ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌ ବାଂଲାଦେଶ’ (ଜେଏମ୍‌ବି) ଏବଂ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ୍‌ ସିରିୟା’ (ଆଇଏସ୍‌ଆଇଏସ୍) ସହିତ ସମ୍ପୃକ୍ତି ରହିଛି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ପିଏଫ୍‌ଆଇ’ ଏବଂ ତା’ର ସହଯୋଗୀ ସଙ୍ଗଠନ ସବୁ ଦେଶର ଏକତା, ସାର୍ବଭୌମତ୍ବ ଏବଂ ନିରାପତ୍ତା ପ୍ରତି କ୍ଷତି କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଆଗାମୀ ଦିନରେ ସେମାନେ ଜନସାଧାରଣଙ୍କ ଶାନ୍ତି ଓ ଦେଶର ସାମ୍ପ୍ରଦାୟିକ ସହାବସ୍ଥାନ ବ୍ୟାଘାତ ସୃଷ୍ଟିକରିବାର ଯଥେଷ୍ଟ ଆଶଙ୍କା ରହିଛି।

ତଦନ୍ତରୁ ଜଣାପଡ଼ିଛି ଯେ ପିଏଫଆଇ ଓ ଏହାର କ୍ୟାଡରମାନେ ଏକାଧିକ ହିଂସାତ୍ମକ ଓ ଦେଶ ବିରୋଧୀ କାମରେ ଲିପ୍ତ ରହିଛନ୍ତି। ଜଣେ କଲେଜ ପ୍ରେଫସରଙ୍କୁ ହାଣିବା, ଅନ୍ୟ ଧର୍ମର ସଂଗଠନ ସହ ଜଡ଼ିତ ଥିବା ଲୋକମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା, ବିସ୍ଫୋରଣ ଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କୁ ଉଡ଼ାଇ ଦେବାର ଯୋଜନା କରିବା ଓ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାବା ଭଳି ଅପରାଧିକ କାର୍ଯ୍ୟକଳାପରେ ପିଏଫଆଇ ଓ ଏହାର ସଦସ୍ୟମାନେ ସାମିଲ ରହିଛନ୍ତି। ପିଏଫଆଇର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି। ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ୟ୍ୟକଳାପ କରୁଛନ୍ତି। ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର