ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ଥିଲେ ମିଳିବ ଏଲ୍‌ପିଜି ସବ୍‌ସିଡି !

The Sakala Picture
Published On

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦରକୁ ନେଇ ଏବେ ଖାଉଟି ବେଶ ଚିନ୍ତିତ । ବଢ଼ିଲାଣି ହାଣ୍ଡିଶାଳ ବଜେଟ୍। ଏହାକୁ ନେଇ ଏବେ ଚାରିଆଡୁ କେନ୍ଦ୍ର ସରକାର ସଂଡ଼ଧୁଆସି ଆକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷେ ଉଚ୍ଚ ରନ୍ଧନ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଖାଉଟିଙ୍କୁ ଆଉ ପୂର୍ବଭଳି ଏଲ୍‌ପିଜି ସବ୍‌ସିଡି ବା ରିଆତି ଅର୍ଥ ମିଳୁନାହିଁ । ତେଣୁ ଗ୍ୟାସ୍ ତାତିରେ କେନ୍ଦ୍ର ସରକାର ହଡ଼ବଡ଼ […]

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦରକୁ ନେଇ ଏବେ ଖାଉଟି ବେଶ ଚିନ୍ତିତ । ବଢ଼ିଲାଣି ହାଣ୍ଡିଶାଳ ବଜେଟ୍। ଏହାକୁ ନେଇ ଏବେ ଚାରିଆଡୁ କେନ୍ଦ୍ର ସରକାର ସଂଡ଼ଧୁଆସି ଆକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷେ ଉଚ୍ଚ ରନ୍ଧନ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଖାଉଟିଙ୍କୁ ଆଉ ପୂର୍ବଭଳି ଏଲ୍‌ପିଜି ସବ୍‌ସିଡି ବା ରିଆତି ଅର୍ଥ ମିଳୁନାହିଁ । ତେଣୁ ଗ୍ୟାସ୍ ତାତିରେ କେନ୍ଦ୍ର ସରକାର ହଡ଼ବଡ଼ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ନୂଆ ଏଲ୍‌ପିଜି ସବ୍‌ସିଡି ନୀତି ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି। ଏ ନେଇ ଏବେ ବିଚାରବିମର୍ଶ ଜୋରସୋର ଚାଲିଛି। ରିପୋର୍ଟ ଅନୁଯାୟୀ ନୂଆ ଏଲ୍‌ପିଜି ନୀତିରେ ସିଲିଣ୍ଡର ରିହାତି ପାଇବାକୁ ହେଲେ ହିତାଧିକାରୀଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିିରିଜ୍‌ ...

ବର୍ତ୍ତମାନ ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଶା କରୁଛନ୍ତ ଯେ ଏଲ୍‌ପିଜି ସିଲିଣ୍ଡର କ୍ରୟ ଉପରେ କେନ୍ଦ୍ର ସରକାର ରିହାତି ପ୍ରଦାନ ଆରମ୍ଭ କରିବେ । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛନ୍ତି। ଏଥିରେ ଅନେକ ଏବେ ଆଶା କରୁଛନ୍ତି ଯେ ସରକାର ଏଲ୍‌ପିଜି ସିଲିଣ୍ଡର ଉପରେ ରିହାତି ପ୍ରଦାନ ଆରମ୍ଭ କରିପାରିବେ । ଏବେ ଘରୋଇ ବଜାରରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଛୁଇଁବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ରାତାରାତି କୋଟିପତି; (ୟୁଏଇ)ରେ ରହୁଥିବା ଭାରତୀୟ ଜିତିଲେ ୨୪୦ କୋଟିର ଲଟେରୀ...

ସରକାରଙ୍କ ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ଗ୍ରାହକମାନେ ସିଲିଣ୍ଡର ପାଇଁ ୧୦୦୦ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦୁଇଟି ଉପାୟରେ ସିଲିଣ୍ଡର ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ଉପାୟ ହେଉଛି ସରକାର ବିନା ରିହାତିରେ ଏଲପିଜି ସିଲିଣ୍ଡର ବିକ୍ରି ଜାରି ରଖିପାରିବେ। ଦ୍ଵିତୀୟତଃ ଗ୍ରାହକ ଚୟନ କରିବା ପାଇଁ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର କ୍ରୟ ଉପରେ ରିଆତି ପ୍ରଦାନ କରି ପାରନ୍ତି । ବର୍ତ୍ତମାନ ସୁଦ୍ଧା ସରକାର ଏଲପିଜି ସବସିଡି ସହ ଜଡିତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଗ୍ରାହକଙ୍କୁ ସରକାର ସବସିଡି ପ୍ରଦାନ କରିପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆହୁରି ମଧ୍ୟ, ଉଜ୍ଜ୍ଵଳା ଯୋଜନାର ହିତାଧିକାରୀମାନେ ଏଲ୍‌ପିଜି କ୍ରୟ ଉପରେ ସବସିଡି ପାଇପାରିବେ ।

ଆହୁରି ପଢ଼ନ୍ତୁ: ‘ମୁଁ ଖାଲି କାହିଁକି ଗାଳି ଶୁଣିବି? ଯିଏ ଖରାପ କାମ କରିବ ସିଏ ଗାଳି ଶୁଣିବା ଉଚିତ'; କ'ଣ ପାଇଁ ଏମିତି କହିଲେ ନୀତିନ ଗଡ଼କରୀ...

ମେ ୨୦୨୦ରୁ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଗ୍ରାହକଙ୍କୁ ସିଧାସଳଖ ସବସିଡି ପ୍ରଦାନ ବନ୍ଦ ହୋଇଥିଲା ଯେଉଁ ସମୟରେ କୋଭିଡ୍ ମହାମାରୀ କାରଣରୁ ରନ୍ଧନ ମୂଲ୍ୟ ଢେର ହ୍ରାସ ପାଇଥିଲା। ସେତେବେଳେ ତୈକ ଓ ଗ୍ୟାସର ଆନ୍ତର୍ଜାତୀୟ ମୂଲ୍ୟ ଗୁରୁତର ଭାବେ ହ୍ରାସ ପାଇଥିଲା । ତେବେ ସରକାର ପରୋକ୍ଷରେ ସବସିଡି ପ୍ରଦାନ ଜାରି ରଖିଛନ୍ତି । ଉଦାହରଣ ସ୍ଵରୂପ, ୨୦୨୧ ଆର୍ଥିକବର୍ଷରେ ରନ୍ଧନ ଗ୍ୟାସ ସବସିଡି ବାବଦ କେନ୍ଦ୍ର ସରକାର ୩୫୫୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ୨୦୨୦ ଆର୍ଥିକବର୍ଷରେ ଏହି ଖର୍ଚ୍ଚ ୨୪, ୪୬୮ କୋଟି ଟଙ୍କା ରହିଥିଲା ।

Join Us @ WhatsApp

About The Author

Google News
Join Us @ WhatsApp