ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ଥିଲେ ମିଳିବ ଏଲ୍‌ପିଜି ସବ୍‌ସିଡି !

The Sakala Picture
Published On

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦରକୁ ନେଇ ଏବେ ଖାଉଟି ବେଶ ଚିନ୍ତିତ । ବଢ଼ିଲାଣି ହାଣ୍ଡିଶାଳ ବଜେଟ୍। ଏହାକୁ ନେଇ ଏବେ ଚାରିଆଡୁ କେନ୍ଦ୍ର ସରକାର ସଂଡ଼ଧୁଆସି ଆକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷେ ଉଚ୍ଚ ରନ୍ଧନ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଖାଉଟିଙ୍କୁ ଆଉ ପୂର୍ବଭଳି ଏଲ୍‌ପିଜି ସବ୍‌ସିଡି ବା ରିଆତି ଅର୍ଥ ମିଳୁନାହିଁ । ତେଣୁ ଗ୍ୟାସ୍ ତାତିରେ କେନ୍ଦ୍ର ସରକାର ହଡ଼ବଡ଼ […]

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦରକୁ ନେଇ ଏବେ ଖାଉଟି ବେଶ ଚିନ୍ତିତ । ବଢ଼ିଲାଣି ହାଣ୍ଡିଶାଳ ବଜେଟ୍। ଏହାକୁ ନେଇ ଏବେ ଚାରିଆଡୁ କେନ୍ଦ୍ର ସରକାର ସଂଡ଼ଧୁଆସି ଆକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷେ ଉଚ୍ଚ ରନ୍ଧନ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଖାଉଟିଙ୍କୁ ଆଉ ପୂର୍ବଭଳି ଏଲ୍‌ପିଜି ସବ୍‌ସିଡି ବା ରିଆତି ଅର୍ଥ ମିଳୁନାହିଁ । ତେଣୁ ଗ୍ୟାସ୍ ତାତିରେ କେନ୍ଦ୍ର ସରକାର ହଡ଼ବଡ଼ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ନୂଆ ଏଲ୍‌ପିଜି ସବ୍‌ସିଡି ନୀତି ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି। ଏ ନେଇ ଏବେ ବିଚାରବିମର୍ଶ ଜୋରସୋର ଚାଲିଛି। ରିପୋର୍ଟ ଅନୁଯାୟୀ ନୂଆ ଏଲ୍‌ପିଜି ନୀତିରେ ସିଲିଣ୍ଡର ରିହାତି ପାଇବାକୁ ହେଲେ ହିତାଧିକାରୀଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ବର୍ତ୍ତମାନ ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଶା କରୁଛନ୍ତ ଯେ ଏଲ୍‌ପିଜି ସିଲିଣ୍ଡର କ୍ରୟ ଉପରେ କେନ୍ଦ୍ର ସରକାର ରିହାତି ପ୍ରଦାନ ଆରମ୍ଭ କରିବେ । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛନ୍ତି। ଏଥିରେ ଅନେକ ଏବେ ଆଶା କରୁଛନ୍ତି ଯେ ସରକାର ଏଲ୍‌ପିଜି ସିଲିଣ୍ଡର ଉପରେ ରିହାତି ପ୍ରଦାନ ଆରମ୍ଭ କରିପାରିବେ । ଏବେ ଘରୋଇ ବଜାରରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଛୁଇଁବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ସରକାରଙ୍କ ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ଗ୍ରାହକମାନେ ସିଲିଣ୍ଡର ପାଇଁ ୧୦୦୦ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦୁଇଟି ଉପାୟରେ ସିଲିଣ୍ଡର ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ଉପାୟ ହେଉଛି ସରକାର ବିନା ରିହାତିରେ ଏଲପିଜି ସିଲିଣ୍ଡର ବିକ୍ରି ଜାରି ରଖିପାରିବେ। ଦ୍ଵିତୀୟତଃ ଗ୍ରାହକ ଚୟନ କରିବା ପାଇଁ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର କ୍ରୟ ଉପରେ ରିଆତି ପ୍ରଦାନ କରି ପାରନ୍ତି । ବର୍ତ୍ତମାନ ସୁଦ୍ଧା ସରକାର ଏଲପିଜି ସବସିଡି ସହ ଜଡିତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଗ୍ରାହକଙ୍କୁ ସରକାର ସବସିଡି ପ୍ରଦାନ କରିପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆହୁରି ମଧ୍ୟ, ଉଜ୍ଜ୍ଵଳା ଯୋଜନାର ହିତାଧିକାରୀମାନେ ଏଲ୍‌ପିଜି କ୍ରୟ ଉପରେ ସବସିଡି ପାଇପାରିବେ ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ମେ ୨୦୨୦ରୁ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଗ୍ରାହକଙ୍କୁ ସିଧାସଳଖ ସବସିଡି ପ୍ରଦାନ ବନ୍ଦ ହୋଇଥିଲା ଯେଉଁ ସମୟରେ କୋଭିଡ୍ ମହାମାରୀ କାରଣରୁ ରନ୍ଧନ ମୂଲ୍ୟ ଢେର ହ୍ରାସ ପାଇଥିଲା। ସେତେବେଳେ ତୈକ ଓ ଗ୍ୟାସର ଆନ୍ତର୍ଜାତୀୟ ମୂଲ୍ୟ ଗୁରୁତର ଭାବେ ହ୍ରାସ ପାଇଥିଲା । ତେବେ ସରକାର ପରୋକ୍ଷରେ ସବସିଡି ପ୍ରଦାନ ଜାରି ରଖିଛନ୍ତି । ଉଦାହରଣ ସ୍ଵରୂପ, ୨୦୨୧ ଆର୍ଥିକବର୍ଷରେ ରନ୍ଧନ ଗ୍ୟାସ ସବସିଡି ବାବଦ କେନ୍ଦ୍ର ସରକାର ୩୫୫୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ୨୦୨୦ ଆର୍ଥିକବର୍ଷରେ ଏହି ଖର୍ଚ୍ଚ ୨୪, ୪୬୮ କୋଟି ଟଙ୍କା ରହିଥିଲା ।

09 Nov 2021 By The Sakala

ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ଥିଲେ ମିଳିବ ଏଲ୍‌ପିଜି ସବ୍‌ସିଡି !

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦରକୁ ନେଇ ଏବେ ଖାଉଟି ବେଶ ଚିନ୍ତିତ । ବଢ଼ିଲାଣି ହାଣ୍ଡିଶାଳ ବଜେଟ୍। ଏହାକୁ ନେଇ ଏବେ ଚାରିଆଡୁ କେନ୍ଦ୍ର ସରକାର ସଂଡ଼ଧୁଆସି ଆକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷେ ଉଚ୍ଚ ରନ୍ଧନ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଖାଉଟିଙ୍କୁ ଆଉ ପୂର୍ବଭଳି ଏଲ୍‌ପିଜି ସବ୍‌ସିଡି ବା ରିଆତି ଅର୍ଥ ମିଳୁନାହିଁ । ତେଣୁ ଗ୍ୟାସ୍ ତାତିରେ କେନ୍ଦ୍ର ସରକାର ହଡ଼ବଡ଼ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ନୂଆ ଏଲ୍‌ପିଜି ସବ୍‌ସିଡି ନୀତି ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି। ଏ ନେଇ ଏବେ ବିଚାରବିମର୍ଶ ଜୋରସୋର ଚାଲିଛି। ରିପୋର୍ଟ ଅନୁଯାୟୀ ନୂଆ ଏଲ୍‌ପିଜି ନୀତିରେ ସିଲିଣ୍ଡର ରିହାତି ପାଇବାକୁ ହେଲେ ହିତାଧିକାରୀଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।

ବର୍ତ୍ତମାନ ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଶା କରୁଛନ୍ତ ଯେ ଏଲ୍‌ପିଜି ସିଲିଣ୍ଡର କ୍ରୟ ଉପରେ କେନ୍ଦ୍ର ସରକାର ରିହାତି ପ୍ରଦାନ ଆରମ୍ଭ କରିବେ । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛନ୍ତି। ଏଥିରେ ଅନେକ ଏବେ ଆଶା କରୁଛନ୍ତି ଯେ ସରକାର ଏଲ୍‌ପିଜି ସିଲିଣ୍ଡର ଉପରେ ରିହାତି ପ୍ରଦାନ ଆରମ୍ଭ କରିପାରିବେ । ଏବେ ଘରୋଇ ବଜାରରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଛୁଇଁବାକୁ ଯାଉଛି ।

ସରକାରଙ୍କ ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ଗ୍ରାହକମାନେ ସିଲିଣ୍ଡର ପାଇଁ ୧୦୦୦ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦୁଇଟି ଉପାୟରେ ସିଲିଣ୍ଡର ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ଉପାୟ ହେଉଛି ସରକାର ବିନା ରିହାତିରେ ଏଲପିଜି ସିଲିଣ୍ଡର ବିକ୍ରି ଜାରି ରଖିପାରିବେ। ଦ୍ଵିତୀୟତଃ ଗ୍ରାହକ ଚୟନ କରିବା ପାଇଁ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର କ୍ରୟ ଉପରେ ରିଆତି ପ୍ରଦାନ କରି ପାରନ୍ତି । ବର୍ତ୍ତମାନ ସୁଦ୍ଧା ସରକାର ଏଲପିଜି ସବସିଡି ସହ ଜଡିତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଗ୍ରାହକଙ୍କୁ ସରକାର ସବସିଡି ପ୍ରଦାନ କରିପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆହୁରି ମଧ୍ୟ, ଉଜ୍ଜ୍ଵଳା ଯୋଜନାର ହିତାଧିକାରୀମାନେ ଏଲ୍‌ପିଜି କ୍ରୟ ଉପରେ ସବସିଡି ପାଇପାରିବେ ।

ମେ ୨୦୨୦ରୁ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଗ୍ରାହକଙ୍କୁ ସିଧାସଳଖ ସବସିଡି ପ୍ରଦାନ ବନ୍ଦ ହୋଇଥିଲା ଯେଉଁ ସମୟରେ କୋଭିଡ୍ ମହାମାରୀ କାରଣରୁ ରନ୍ଧନ ମୂଲ୍ୟ ଢେର ହ୍ରାସ ପାଇଥିଲା। ସେତେବେଳେ ତୈକ ଓ ଗ୍ୟାସର ଆନ୍ତର୍ଜାତୀୟ ମୂଲ୍ୟ ଗୁରୁତର ଭାବେ ହ୍ରାସ ପାଇଥିଲା । ତେବେ ସରକାର ପରୋକ୍ଷରେ ସବସିଡି ପ୍ରଦାନ ଜାରି ରଖିଛନ୍ତି । ଉଦାହରଣ ସ୍ଵରୂପ, ୨୦୨୧ ଆର୍ଥିକବର୍ଷରେ ରନ୍ଧନ ଗ୍ୟାସ ସବସିଡି ବାବଦ କେନ୍ଦ୍ର ସରକାର ୩୫୫୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ୨୦୨୦ ଆର୍ଥିକବର୍ଷରେ ଏହି ଖର୍ଚ୍ଚ ୨୪, ୪୬୮ କୋଟି ଟଙ୍କା ରହିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର