ପ୍ରକାଶ ହେବନି ବହୁଚର୍ଚ୍ଚିତ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ- ସିଏଫଏସଏଲ

The Sakala Picture
Published On

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହେବନି ପ୍ରକାଶ । ଡିଏନଏ ରିପୋର୍ଟ ବା ଇଲେକ୍ଟ୍ରୋ ଫେରୋଗ୍ରାମ ରିପୋର୍ଟ ପ୍ରକାଶ କରିବାକୁ ଅଗ୍ରାହ୍ୟ କଲା କେନ୍ଦ୍ରୀୟ ଫରେନସିକ ସାଇନସ ଲାବରେଟୋରୀ ବା ସିଏଫଏସଏଲ । ସାଧୁବେଶରେ ରହୁଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ବୋଲି ଦୀର୍ଘ ଦିନ ଧରି ଚାଲିଥିଲା ଚର୍ଚ୍ଚା । ପରେ ତାଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା । ସୂଚନା ଅଧିକାର ଆଇନର ଧାରା 8-1-A, E […]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହେବନି ପ୍ରକାଶ । ଡିଏନଏ ରିପୋର୍ଟ ବା ଇଲେକ୍ଟ୍ରୋ ଫେରୋଗ୍ରାମ ରିପୋର୍ଟ ପ୍ରକାଶ କରିବାକୁ ଅଗ୍ରାହ୍ୟ କଲା କେନ୍ଦ୍ରୀୟ ଫରେନସିକ ସାଇନସ ଲାବରେଟୋରୀ ବା ସିଏଫଏସଏଲ । ସାଧୁବେଶରେ ରହୁଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ବୋଲି ଦୀର୍ଘ ଦିନ ଧରି ଚାଲିଥିଲା ଚର୍ଚ୍ଚା । ପରେ ତାଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ସୂଚନା ଅଧିକାର ଆଇନର ଧାରା 8-1-A, E ଓ 11-1 ଅନୁସାରେ ଏହାକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଡିଏନଏ ରିପୋର୍ଟ ପ୍ରକାଶ କରିବା ଲାଗି ଗତ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗ ହୁଗୁଳି ଅନ୍ତର୍ଗତ କୋନଗର ବାସିନ୍ଦା ସାୟକ ସେନ୍ ଆରଟିଆଇ ଅନୁସାରେ ଆବେଦନ କରିଥିଲେ । ଧାରା 8-1 ଅନୁସାରେ ଭାରତର ସାର୍ବଭୌମତ୍ବ ଓ ସଂହତି, ନିରାପତ୍ତା, ଅର୍ଥନୈତିକ ସ୍ବାର୍ଥକୁ ନଷ୍ଟ କରୁଥିବା ପରି ତଥ୍ୟକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଇଲେକ୍ଟ୍ରୋ ଫେରୋଗ୍ରାମ ହେଉଛି ଇଲେକ୍ଟ୍ରୋ ଫେରୋସିସ ଅଟୋମେଟିକ ସିକୁଏନସିଂ ଜରିଆରେ ତଥ୍ୟ ହାସଲ କରିବା । ଏକ ଅଟୋମେଟେଡ ଡିଏନଏ ସିକୁଏନସିଂ ମେସିନ ଜରିଆରେ ଏହା କରାଯାଇଥାଏ । ଏହି ପରୀକ୍ଷା ଜରିଆରେ ପୂର୍ବପୁରୁଷଙ୍କ ସମ୍ପର୍କରେ ତଥ୍ୟ ମିଳିପାରିଥାଏ । ନେତାଜୀଙ୍କୁ ନେଇ ଭାରତ ସହ ଅନ୍ୟ ରାଷ୍ଟ୍ରର ସମ୍ପର୍କ ଥିବାରୁ ଏହି ତଥ୍ୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଗୁମନାମୀ ବାବା ଅସାଧାରଣ ଥିଲେ ଏବଂ ସେ ନିଶ୍ଚୟ ସୁଭାଷ ବୋଷ ଥିଲେ ବୋଲି ଆବେଦନକାରୀ ଦର୍ଶାଇଥିଲେ । ପ୍ରଚଳିତ ତଥ୍ୟ ଅନୁସାରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ତାଇଓ୍ବାନରେ ଏକ ପ୍ଲେନ କ୍ରାସରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା । ତେବେ କୁହାଯାଏ, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଏବଂ ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ରକ୍ଷା ପାଇବା ଲାଗି ଆତ୍ମଗୋପନ କରିଥିଲେ । ଉତ୍ତରପ୍ରଦେଶ ଲକ୍ଷ୍ମୌରେ ୧୯୫୦ରୁ ସନ୍ଦିଗ୍ଧ ଅବସ୍ଥାରେ ବାସ କରୁଥିବା ଗୁମନାମୀ ବାବାଙ୍କ ଦେହାନ୍ତ ୧୯୮୫ ସେପ୍ଟେମ୍ବର ୧୬ରେ ହୋଇଥିଲା ଏବଂ ଅଯୋଧ୍ୟାସ୍ଥିତ ଗୁପତାର ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଗୁମନାମୀ ବାବା ପ୍ରକୃତରେ ସୁଭାଷ ବୋଷ ନୁହଁନ୍ତି ବୋଲି ୨୦୨୦ ଡିସେମ୍ବରରେ ଉତ୍ତର ପ୍ରଦେଶ ବିଧାନସଭାରେ ରିପୋର୍ଟ ଦାଖଲ କରିଥିଲେ କମିଶନ ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

23 Oct 2022 By The Sakala

ପ୍ରକାଶ ହେବନି ବହୁଚର୍ଚ୍ଚିତ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ- ସିଏଫଏସଏଲ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହେବନି ପ୍ରକାଶ । ଡିଏନଏ ରିପୋର୍ଟ ବା ଇଲେକ୍ଟ୍ରୋ ଫେରୋଗ୍ରାମ ରିପୋର୍ଟ ପ୍ରକାଶ କରିବାକୁ ଅଗ୍ରାହ୍ୟ କଲା କେନ୍ଦ୍ରୀୟ ଫରେନସିକ ସାଇନସ ଲାବରେଟୋରୀ ବା ସିଏଫଏସଏଲ । ସାଧୁବେଶରେ ରହୁଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ବୋଲି ଦୀର୍ଘ ଦିନ ଧରି ଚାଲିଥିଲା ଚର୍ଚ୍ଚା । ପରେ ତାଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା ।

ସୂଚନା ଅଧିକାର ଆଇନର ଧାରା 8-1-A, E ଓ 11-1 ଅନୁସାରେ ଏହାକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଡିଏନଏ ରିପୋର୍ଟ ପ୍ରକାଶ କରିବା ଲାଗି ଗତ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗ ହୁଗୁଳି ଅନ୍ତର୍ଗତ କୋନଗର ବାସିନ୍ଦା ସାୟକ ସେନ୍ ଆରଟିଆଇ ଅନୁସାରେ ଆବେଦନ କରିଥିଲେ । ଧାରା 8-1 ଅନୁସାରେ ଭାରତର ସାର୍ବଭୌମତ୍ବ ଓ ସଂହତି, ନିରାପତ୍ତା, ଅର୍ଥନୈତିକ ସ୍ବାର୍ଥକୁ ନଷ୍ଟ କରୁଥିବା ପରି ତଥ୍ୟକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଇଲେକ୍ଟ୍ରୋ ଫେରୋଗ୍ରାମ ହେଉଛି ଇଲେକ୍ଟ୍ରୋ ଫେରୋସିସ ଅଟୋମେଟିକ ସିକୁଏନସିଂ ଜରିଆରେ ତଥ୍ୟ ହାସଲ କରିବା । ଏକ ଅଟୋମେଟେଡ ଡିଏନଏ ସିକୁଏନସିଂ ମେସିନ ଜରିଆରେ ଏହା କରାଯାଇଥାଏ । ଏହି ପରୀକ୍ଷା ଜରିଆରେ ପୂର୍ବପୁରୁଷଙ୍କ ସମ୍ପର୍କରେ ତଥ୍ୟ ମିଳିପାରିଥାଏ । ନେତାଜୀଙ୍କୁ ନେଇ ଭାରତ ସହ ଅନ୍ୟ ରାଷ୍ଟ୍ରର ସମ୍ପର୍କ ଥିବାରୁ ଏହି ତଥ୍ୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

ଗୁମନାମୀ ବାବା ଅସାଧାରଣ ଥିଲେ ଏବଂ ସେ ନିଶ୍ଚୟ ସୁଭାଷ ବୋଷ ଥିଲେ ବୋଲି ଆବେଦନକାରୀ ଦର୍ଶାଇଥିଲେ । ପ୍ରଚଳିତ ତଥ୍ୟ ଅନୁସାରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ତାଇଓ୍ବାନରେ ଏକ ପ୍ଲେନ କ୍ରାସରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା । ତେବେ କୁହାଯାଏ, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଏବଂ ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ରକ୍ଷା ପାଇବା ଲାଗି ଆତ୍ମଗୋପନ କରିଥିଲେ । ଉତ୍ତରପ୍ରଦେଶ ଲକ୍ଷ୍ମୌରେ ୧୯୫୦ରୁ ସନ୍ଦିଗ୍ଧ ଅବସ୍ଥାରେ ବାସ କରୁଥିବା ଗୁମନାମୀ ବାବାଙ୍କ ଦେହାନ୍ତ ୧୯୮୫ ସେପ୍ଟେମ୍ବର ୧୬ରେ ହୋଇଥିଲା ଏବଂ ଅଯୋଧ୍ୟାସ୍ଥିତ ଗୁପତାର ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଗୁମନାମୀ ବାବା ପ୍ରକୃତରେ ସୁଭାଷ ବୋଷ ନୁହଁନ୍ତି ବୋଲି ୨୦୨୦ ଡିସେମ୍ବରରେ ଉତ୍ତର ପ୍ରଦେଶ ବିଧାନସଭାରେ ରିପୋର୍ଟ ଦାଖଲ କରିଥିଲେ କମିଶନ ।

https://www.thesakala.in/national-international/central-forensic-laboratory-refuses-to-share-the-dna-report-of-gumnami-baba/article-15981
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର