କରୋନାର ଚତୁର୍ଥ ଲହର କବଳରେ ମଧ୍ୟ-ଏସିଆ

The Sakala Picture
Published On

ନୂଆଦିଲ୍ଲୀ: ଚୀନର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ୍(ଭୂତାଣୁ)ର ପ୍ରକୋପ କମିବାର ନା ଧରୁନି। ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଥିବା ଏହି ଭୂତାଣୁ ସଂକ୍ରମଣ କିଛି ଦିନ କମ ରହିବା ପରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ସମୟ ସହିତ କରୋନା ଭୂତାଣୁ ରୂପ ମଧ୍ୟ ବଦଳାଇ ଚାଲିଛି। ଏହା ନୂଆ ନୂଆ ରୂପରେ ଆସି ସଂକ୍ରମଣ ବୃଦ୍ଧିର କାରଣ ପାଲଟୁଛି। ଭାରତରେ ବିପଜ୍ଜନକ ଦ୍ବିତୀୟ ଲହର ପାଇଁ ଦାୟୀ ଥିବା କରୋନାର ଡେଲଟା […]

ନୂଆଦିଲ୍ଲୀ: ଚୀନର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ୍(ଭୂତାଣୁ)ର ପ୍ରକୋପ କମିବାର ନା ଧରୁନି। ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଥିବା ଏହି ଭୂତାଣୁ ସଂକ୍ରମଣ କିଛି ଦିନ କମ ରହିବା ପରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ସମୟ ସହିତ କରୋନା ଭୂତାଣୁ ରୂପ ମଧ୍ୟ ବଦଳାଇ ଚାଲିଛି। ଏହା ନୂଆ ନୂଆ ରୂପରେ ଆସି ସଂକ୍ରମଣ ବୃଦ୍ଧିର କାରଣ ପାଲଟୁଛି। ଭାରତରେ ବିପଜ୍ଜନକ ଦ୍ବିତୀୟ ଲହର ପାଇଁ ଦାୟୀ ଥିବା କରୋନାର ଡେଲଟା ଭାରିଆଣ୍ଟ ଏବେ ମଧ୍ୟ ଏସିଆରେ ପ୍ରଭାବ ବିସ୍ତାର କରିଚାଲିଛି।

ଆହୁରି ପଢ଼ନ୍ତୁ: ୟେମେନ ଏବଂ ସୋମାଲିଆ ନିକଟରେ ଜଳଦସ୍ୟୁଙ୍କ ଆତଙ୍କ: ୨୨ ଭାରତୀୟଙ୍କୁ ନେଇ ଯାଉଥିବା ଦୁଇଟି ଜାହାଜ ଅପହୃତ

ଏହି କ୍ଷେତ୍ରର ଅଧିକାଂଶ ରାଷ୍ଟ୍ରରେ ଚତୁର୍ଥ ଲହର ଆରମ୍ଭ ହୋଇଗଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର କୁହାଯାଇଛି। ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ହୁ ମନ୍ଥର ଟିକାକରଣକୁ ଦାୟୀ କରିଛି। ସଂକ୍ରମିତ ଏବଂ ମୃତକଙ୍କ ତଥ୍ୟରୁ ଅଧିକାଂଶ ଲୋକ ଟିକାର ଗୋଟିଏ ଡୋଜ ନେଇ ନାହାନ୍ତି ବୋଲି ହୁ କହିଛି। ମଧ୍ୟ ଏସିଆରେ ହୁର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଅହମ୍ମଦ ଅଲ-ମନ୍ଧାରୀ କହିଛନ୍ତି ଯେ ଏହି କ୍ଷେତ୍ରର ୨୨ରୁ ୧୫ଟି ଦେଶରେ ଡେଲଟା ଭାରିଆଣ୍ଟ ମାମଲା ରିପୋର୍ଟ କରାଯାଇଛି। ଏହି ସବୁ ଦେଶରେ ଟିକାକରଣ ଗତି ମନ୍ଥର ରହିଥିବାରୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨ ମାସ ତୁଳନାରେ ମାମଲା ୫୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁହାର ୧୫ ପ୍ରତିଶତ ବଢିଛି। ଏହି କ୍ଷେତ୍ରରେ ପ୍ରତି ସପ୍ତାହରେ ୩.୧୦ ଲକ୍ଷ ମାମଲା ଏବଂ ୩୫୦୦ ମୃତ୍ୟୁ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତି ଉପରେ ପାକିସ୍ତାନର ବଢ଼ିଲା ଟେନସନ୍: 'ପାଣିକୁ ଅସ୍ତ୍ର କରୁଛି ଭାରତ' କହିଲେ ମନ୍ତ୍ରୀ ଅହସାନ ଇକବାଲ

ହୁ ବିବୃତ୍ତି ଅନୁଯାୟୀ ଏବେ ଇରାକ, ଇରାନ, ଟ୍ୟୁନିସିଆ ଏବଂ ଲିବିଆରେ କରୋନା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ କିଛି ସପ୍ତାହ ହେଲା ରୋଗୀ ସଂଖ୍ୟା ବଢିବାରୁ ମେଡିକାଲରେ ବେଡ ଅଭାବ ଦେଖାଦେଇଛି। ଆଇସିୟୁ ବେଡ ମିଳୁନାହିଁ ଏବଂ ଅମ୍ଳଜାନ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଏ ପର୍ଯ୍ୟନ୍ତ ମଧ୍ୟ ଏସିଆର ମାତ୍ର ୪.୧ କୋଟି ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ ଦିଆଯାଇଛି। ଏହା ମୋଟ ଜନସଂଖ୍ୟାର ମାତ୍ର ୫.୫ ପ୍ରତିଶତ। କିନ୍ତୁ ଦିଆଯାଇଥିବା ଟିକାରୁ ୪୦ ପ୍ରତିଶତ ଅଧିକ ଆୟକାରୀ ରାଷ୍ଟ୍ରରେ ଲାଗିଛି। ଏହି କ୍ଷେତ୍ରରେ ଏଭଳି ଦେଶର ଜନସଂଖ୍ୟା ମାତ୍ର ୮ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ ଲଢ଼ୁଆ ବିମାନ F-35, 'ତରଙ୍ଗ ଶକ୍ତି ୨୦୨୬'ରେ ହେବ ସାମିଲ

31 Jul 2021 By The Sakala

କରୋନାର ଚତୁର୍ଥ ଲହର କବଳରେ ମଧ୍ୟ-ଏସିଆ

ନୂଆଦିଲ୍ଲୀ: ଚୀନର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ୍(ଭୂତାଣୁ)ର ପ୍ରକୋପ କମିବାର ନା ଧରୁନି। ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଥିବା ଏହି ଭୂତାଣୁ ସଂକ୍ରମଣ କିଛି ଦିନ କମ ରହିବା ପରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ସମୟ ସହିତ କରୋନା ଭୂତାଣୁ ରୂପ ମଧ୍ୟ ବଦଳାଇ ଚାଲିଛି। ଏହା ନୂଆ ନୂଆ ରୂପରେ ଆସି ସଂକ୍ରମଣ ବୃଦ୍ଧିର କାରଣ ପାଲଟୁଛି। ଭାରତରେ ବିପଜ୍ଜନକ ଦ୍ବିତୀୟ ଲହର ପାଇଁ ଦାୟୀ ଥିବା କରୋନାର ଡେଲଟା ଭାରିଆଣ୍ଟ ଏବେ ମଧ୍ୟ ଏସିଆରେ ପ୍ରଭାବ ବିସ୍ତାର କରିଚାଲିଛି।

ଏହି କ୍ଷେତ୍ରର ଅଧିକାଂଶ ରାଷ୍ଟ୍ରରେ ଚତୁର୍ଥ ଲହର ଆରମ୍ଭ ହୋଇଗଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର କୁହାଯାଇଛି। ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ହୁ ମନ୍ଥର ଟିକାକରଣକୁ ଦାୟୀ କରିଛି। ସଂକ୍ରମିତ ଏବଂ ମୃତକଙ୍କ ତଥ୍ୟରୁ ଅଧିକାଂଶ ଲୋକ ଟିକାର ଗୋଟିଏ ଡୋଜ ନେଇ ନାହାନ୍ତି ବୋଲି ହୁ କହିଛି। ମଧ୍ୟ ଏସିଆରେ ହୁର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଅହମ୍ମଦ ଅଲ-ମନ୍ଧାରୀ କହିଛନ୍ତି ଯେ ଏହି କ୍ଷେତ୍ରର ୨୨ରୁ ୧୫ଟି ଦେଶରେ ଡେଲଟା ଭାରିଆଣ୍ଟ ମାମଲା ରିପୋର୍ଟ କରାଯାଇଛି। ଏହି ସବୁ ଦେଶରେ ଟିକାକରଣ ଗତି ମନ୍ଥର ରହିଥିବାରୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨ ମାସ ତୁଳନାରେ ମାମଲା ୫୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁହାର ୧୫ ପ୍ରତିଶତ ବଢିଛି। ଏହି କ୍ଷେତ୍ରରେ ପ୍ରତି ସପ୍ତାହରେ ୩.୧୦ ଲକ୍ଷ ମାମଲା ଏବଂ ୩୫୦୦ ମୃତ୍ୟୁ ରେକର୍ଡ କରାଯାଇଛି।

ହୁ ବିବୃତ୍ତି ଅନୁଯାୟୀ ଏବେ ଇରାକ, ଇରାନ, ଟ୍ୟୁନିସିଆ ଏବଂ ଲିବିଆରେ କରୋନା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ କିଛି ସପ୍ତାହ ହେଲା ରୋଗୀ ସଂଖ୍ୟା ବଢିବାରୁ ମେଡିକାଲରେ ବେଡ ଅଭାବ ଦେଖାଦେଇଛି। ଆଇସିୟୁ ବେଡ ମିଳୁନାହିଁ ଏବଂ ଅମ୍ଳଜାନ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଏ ପର୍ଯ୍ୟନ୍ତ ମଧ୍ୟ ଏସିଆର ମାତ୍ର ୪.୧ କୋଟି ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ ଦିଆଯାଇଛି। ଏହା ମୋଟ ଜନସଂଖ୍ୟାର ମାତ୍ର ୫.୫ ପ୍ରତିଶତ। କିନ୍ତୁ ଦିଆଯାଇଥିବା ଟିକାରୁ ୪୦ ପ୍ରତିଶତ ଅଧିକ ଆୟକାରୀ ରାଷ୍ଟ୍ରରେ ଲାଗିଛି। ଏହି କ୍ଷେତ୍ରରେ ଏଭଳି ଦେଶର ଜନସଂଖ୍ୟା ମାତ୍ର ୮ ପ୍ରତିଶତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର