ଅଧୁରା ରହିଗଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ଶେଷ ଇଚ୍ଛା

The Sakala Picture
Published On

ନୂଆଦିଲ୍ଲୀ : ବୁଧବାର ତାମିଲନାଡୁର କୁନୁର ନିକଟରେ ଏକ ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ଓ ହେଲିକାପ୍ଟରେ ଥିବା ୧୪ ଜଣ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶ ତାର ଜଣେ ବୀର ପୁତ୍ରକୁ ହରାଇଛି। ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି।ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍‌ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର […]

ନୂଆଦିଲ୍ଲୀ : ବୁଧବାର ତାମିଲନାଡୁର କୁନୁର ନିକଟରେ ଏକ ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ଓ ହେଲିକାପ୍ଟରେ ଥିବା ୧୪ ଜଣ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶ ତାର ଜଣେ ବୀର ପୁତ୍ରକୁ ହରାଇଛି। ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି।ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍‌ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: NCLT-ରେ ସୁଭାଷ ଚନ୍ଦ୍ରଙ୍କ ଦେବାଳିଆ ମାମଲାର ପୁଣି ହେବ ଶୁଣାଣି: ୨୨ ହଜାର କୋଟି ଋଣ ବଦଳରେ ମାତ୍ର ୬.୫ କୋଟି ଦେବା ପ୍ରସ୍ତାବରେ ଫସିଲା ପେଞ୍ଚ

ଦେଶ ଜଣେ ପରାକ୍ରମୀ ଏବଂ ଲଢୁଆ ବୀରଙ୍କ ହାରାଇଥିବା ବେଳେ ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଦ୍ଵାରିଖାଲ ବ୍ଲକ ଅନ୍ତର୍ଗତ ସୈଣା ଗାଁ ନିଜ ବୀର ସନ୍ତାନକୁ ହରାଇ ଦୁଃଖରେ ଡୁବି ଯାଇଛି। କାଣ୍ଡାଖାଲ ଟାଉନଠୁ କିଛି ଦୂରରେ ରହିଛି ଦିବଙ୍ଗତ ଜେନେରାଲ ବିପିନ ରାଓ୍ଵତଙ୍କ ପୈତୃକ ଗାଁ ସୈଣା। ଏଠାରେ ରୁହନ୍ତି କକା ଭରତ ସିଂହ ରାଓ୍ଵତ ଓ ତାଙ୍କ ପରିବାର। ଦିବଙ୍ଗତ ଚିଫ୍‌ ସେନା ଅଧ୍ୟକ୍ଷ ଜେନରାଲ ବିପିନ୍‌ ରାୱତଙ୍କ ଉତ୍ତରାଖଣ୍ଡ ସ୍ଥିତ ପୌତୃକ ଗାଁ ସାଇନାରେ ରହୁଥିବା ତାଙ୍କ ଦାଦା ଭରତ ସିଂହ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସରେ ନିଜ ପୌତୃକ ଗାଁକୁ ଯାଇ ଘର ତିଆରି କରିବା ପାଇଁ ଆଶା ରଖିଥିଲେ ବିପିନ ରାୱତ। ହେଲେ ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଗଲା ବୋଲି କହିଛନ୍ତି ବିପିନ୍‌ ରାୱତଙ୍କ ଦାଦା।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଜେନେରାଲ ରାୱତଙ୍କ କକା ଭରତ ସିଂହ ଏହା କହିଛନ୍ତି ଯେ ଜେନେରାଲ ରାୱତଙ୍କୁ ତାଙ୍କ ଗାଁ ଏବଂ ଘର ପ୍ରତି ଅଧିକ ଦୁର୍ବଳତା ଥିଲା। ସମୟ ସମୟରେ ସେ ମଧ୍ୟ ଫୋନରେ ସେମାନଙ୍କ ସହ କଥା ହେଉଥିଲେ। ଜେନେରାଲ୍ ରାୱତ ତାଙ୍କ ଦାଦାଙ୍କୁ କହିଥିଲେ ଯେ, ସେ ଏପ୍ରିଲ୍ ୨୦୨୨ ରେ ଗାଁକୁ ଫେରିବେ। ଏଥିସହ ପୌତୃକ ଗାଁରେ ଏକ ଘର ତିଆରି କରିବେ। ହେଲେ ତାଙ୍କର ଏହି ସ୍ୱପ୍ନ ପୂରଣ ହେବ ନାହିଁ ବୋଲି କିଏ ଜାଣିଥିଲା। ହଠାତ୍‌ ସେ ଆମକୁ ଏଭଳି ଛାଡି ଚାଲିଯିବେ ବୋଲି ଆଶା ନଥିଲା।’

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସେ ନିଜ ପୈତୃକ ଜମିରେ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ଜାନୁଆରୀରେ ଅବସର ନେବା ପରେ ଗାଁରେ ଘର କରି ରହିବାକୁ ଚାହୁଁଥିଲେ। କିନ୍ତୁ ଏହି ଇଚ୍ଛା ଏବେ ଅଧୁରା ରହିଯାଇଛି। ବିପିନ ଗରିବଙ୍କ ପ୍ରତି ଦୟାଭାବ ରଖିଥିଲେ। ଅବସର ପରେ ଗରିବଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି କିଛି କରିବାକୁ କହିଥିଲେ କିନ୍ତୁ ତାଙ୍କର ସେ ସବୁ ସ୍ବପ୍ନ ଅଧାରେ ରହିଗଲା ବୋଲି କୋହ ଭରା କଣ୍ଠରେ କହିଛନ୍ତି ଜେନେରାଲ ରାୱତଙ୍କ କକା ଭରତ ସିଂହ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର