ଅନ୍ତିମ ଯାତ୍ରାରେ ସିଡିଏସ୍‌ ବିପିନ ରାୱତ୍‌, ୧୭ ତୋପ ସଲାମୀ ସହ ନେବେ ବିଦାୟ

The Sakala Picture
Published On

ନୂଆଦିଲ୍ଲୀ : ଅନ୍ତିମ ଯାତ୍ରାରେ ଭାରତର ପ୍ରଥମ ସିଡିଏସ୍‌ ବିପିନ ରାୱତ। ଅପରାହ୍ନ ୨ଟାରେ ଦିଲ୍ଲୀ କାମରାଜସ୍ଥିତ ବାସଭବନକୁ ଚିଫ୍‌ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ର ବରାର ସ୍କୋୟାରରେ ସମାଧିସ୍ଥଳକୁ ନିଆଯାଉଛି। ସେଠାରେ ସନ୍ଧ୍ୟା ୫ ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସେମାନଙ୍କର ଶବ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ […]

ନୂଆଦିଲ୍ଲୀ : ଅନ୍ତିମ ଯାତ୍ରାରେ ଭାରତର ପ୍ରଥମ ସିଡିଏସ୍‌ ବିପିନ ରାୱତ। ଅପରାହ୍ନ ୨ଟାରେ ଦିଲ୍ଲୀ କାମରାଜସ୍ଥିତ ବାସଭବନକୁ ଚିଫ୍‌ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ର ବରାର ସ୍କୋୟାରରେ ସମାଧିସ୍ଥଳକୁ ନିଆଯାଉଛି। ସେଠାରେ ସନ୍ଧ୍ୟା ୫ ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସେମାନଙ୍କର ଶବ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ ଏବଂ ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ। ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ। ତାଙ୍କର ଶବ ସଂସ୍କାର ବ୍ୟବସ୍ଥା କରୁଛନ୍ତି ୫/୧୧ ଗୋର୍ଖା ରାଇଫଲ୍‌। ପ୍ରଥମେ ଜେନେରାଲ୍‌ ରାୱତ୍‌ ଏହି ୟୁନିଟ୍‌ରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସିଡିଏସ୍‌ ବିପିନ ରାୱତଙ୍କ ଅନ୍ତିମ ସଂସ୍କାରରେ ଶ୍ରୀଲଙ୍କା ସେନାର ସିଡିଏସ୍‌ ତଥା କମାଣ୍ଡର ଜେନେରାଲ ଶଭେନ୍ଦ୍ର ସିଲ୍‌ଭା ଓ ପୂର୍ବତନ ସିଡିଏସ୍‌ ଆଦାମ ରବି ୱିଜେଗୁଣରତ୍ନେ ସାମିଲ ହେବେ । ୱିଜେଗୁଣରତ୍ନେ ଭାରତର ନ୍ୟାସନାଲ ଡିଫେନ୍ସ କଲେଜରେ ଥିଲେ ସିଡିଏସ୍‌ ଜେନେରାଲ ରାୱତଙ୍କ ସହପାଠୀ । ସେହିଭଳି ଭୂଟାନ ସେନାର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ବ୍ରିଗେଡିୟର ଦୋର୍ଜି ରିନଚେନ ଏବଂ ନେପାଳ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ବାଲକ୍ରିଷ୍ଣା କାର୍କି ମଧ୍ୟ ରାୱତଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ।

ଗୁରୁବାର ସନ୍ଧ୍ୟାରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପାଲମ ଏୟାରବେସରେ ପହଞ୍ଚିବା ପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ ଓ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଆଜି(ଶୁକ୍ରବାର) ସକାଳୁ ଦିଲ୍ଲୀ କାମରାଜସ୍ଥିତ ବାସଭବନରେ ଚିଫ୍‌ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତଙ୍କୁ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସକାଳୁ ଦେଶର ବୀର ପୁତ୍ର ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ଭିଡ ଜମିଥିଲା । ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଜେନେରାଲ ରାଓ୍ୱତଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ୱାଲ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିପିନ ରାଓ୍ୱତଙ୍କ ବାସ ଭବନରେ ପହଞ୍ଚିଥିଲେ ।

ଆଉ କିଛି ସମୟ ମଧ୍ୟରେ ସିଡିଏସ୍‌ ବିପିନ ରାୱତ ପାର୍ଥିବ ଶରୀର ଅନ୍ତିମ ଶୋଭାଯାତ୍ରା ମଧ୍ୟରେ ଶ୍ମଶାନରେ ପହଞ୍ଚିବ। ଦିନ ୩.୩୦ରୁ ୪ ଘଟିକା ମଧ୍ୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେହିପରି ୪-୪.୧୫ ମଧ୍ୟରେ ଭିଭିଆଇପି ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ୪.୧୫ରୁ ୪.୩୦ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ପାଇଁ ପାରିବାରିକ ରିତୀନୀତି ଅନୁଷ୍ଠିତ ହେବ । ୫ଟାରେ ଜେନେରାଲଙ୍କ ଅନ୍ତିମ ସଂସ୍କାର ହେବ ।

ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର୍‌ରେ ତାମିଲନାଡୁର ୱେଲିଂଟନ ସ୍ଥିତ ଗୋଟିଏ କଲେଜକୁ ଯାଉଥିଲେ। ତେବେ କୁନ୍ନୁର ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ ହୋଇଯାଇଥିଲା। ଏଥିରେ ଜେନେରାଲ ରାୱତ ଓ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଜୀବନ ଯୁଦ୍ଧରେ ଲଢ଼େଇ କରୁଛନ୍ତି।

10 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର