ଜୁଲାଇ ୩୧ରେ ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ରେଜଲ୍ଟ !: ୩୦:୩୦:୪୦ ଅନୁପାତରେ ଦିଆଯିବ ମାର୍କ , ଜାଣନ୍ତୁ କଣ ରହିଛି ଏହି ଅନୁପାତର ନିୟମ

The Sakala Picture
Published On

ନୂଆଦିଲ୍ଲୀ: ସିବିଏସଇ ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି। ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଛି ସିିବିଏସଇ। ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି […]

ନୂଆଦିଲ୍ଲୀ: ସିବିଏସଇ ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି। ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଛି ସିିବିଏସଇ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ: ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ, ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ । ବିକଳ୍ପ ମୂଲ୍ୟାୟନ ପଦ୍ଧତି ରିପୋର୍ଟ ନେଇ କୋର୍ଟରେ ଶୁଣାଣି ଜାରି ରହିଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ଦାଖଲ ହୋଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ମଧ୍ୟ କହିଛି ଯେ ଦ୍ୱାଦଶ ଶ୍ରେଣୀର ଫଳାଫଳ ଜୁଲାଇ ୩୧ ସୁଦ୍ଧା ସିବିଏସ୍ଇ ଦ୍ୱାରା ଘୋଷଣା କରାଯିବ। ଏଥି ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଫଳାଫଳ ଘୋଷଣା ପରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କ ଉପରେ ଥିବା ଅଭିଯୋଗର ସମାଧାନ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଉଚିତ୍। ଏହା ଉପରେ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି ଯେ ସେ ଅଧିକାରୀଙ୍କ ସହିତ ପରାମର୍ଶ କରିବେ।

ଆଟର୍ଣ୍ଣିଂ ଜେନେରାଲ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଛାତ୍ରମାନେ ବର୍ତ୍ତମାନର ସିଷ୍ଟମ ମାଧ୍ୟମରେ ମାର୍କ / ଗ୍ରେଡିଂରେ ସନ୍ତୁଷ୍ଟ ନୁହଁନ୍ତି ତେବେ ସେମାନେ ପୁଣିଥରେ ପରୀକ୍ଷା ଦେଇପାରିବେ। ବୋର୍ଡଗୁଡ଼ିକ ସେମାନଙ୍କ ଯୋଜନା ସହିତ ଆଗକୁ ଯାଇପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

17 Jun 2021 By The Sakala

ଜୁଲାଇ ୩୧ରେ ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ରେଜଲ୍ଟ !: ୩୦:୩୦:୪୦ ଅନୁପାତରେ ଦିଆଯିବ ମାର୍କ , ଜାଣନ୍ତୁ କଣ ରହିଛି ଏହି ଅନୁପାତର ନିୟମ

ନୂଆଦିଲ୍ଲୀ: ସିବିଏସଇ ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି। ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଛି ସିିବିଏସଇ।

ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ ।

୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ: ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ, ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ । ବିକଳ୍ପ ମୂଲ୍ୟାୟନ ପଦ୍ଧତି ରିପୋର୍ଟ ନେଇ କୋର୍ଟରେ ଶୁଣାଣି ଜାରି ରହିଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ଦାଖଲ ହୋଇଛି ।

କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ମଧ୍ୟ କହିଛି ଯେ ଦ୍ୱାଦଶ ଶ୍ରେଣୀର ଫଳାଫଳ ଜୁଲାଇ ୩୧ ସୁଦ୍ଧା ସିବିଏସ୍ଇ ଦ୍ୱାରା ଘୋଷଣା କରାଯିବ। ଏଥି ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଫଳାଫଳ ଘୋଷଣା ପରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କ ଉପରେ ଥିବା ଅଭିଯୋଗର ସମାଧାନ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଉଚିତ୍। ଏହା ଉପରେ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି ଯେ ସେ ଅଧିକାରୀଙ୍କ ସହିତ ପରାମର୍ଶ କରିବେ।

ଆଟର୍ଣ୍ଣିଂ ଜେନେରାଲ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଛାତ୍ରମାନେ ବର୍ତ୍ତମାନର ସିଷ୍ଟମ ମାଧ୍ୟମରେ ମାର୍କ / ଗ୍ରେଡିଂରେ ସନ୍ତୁଷ୍ଟ ନୁହଁନ୍ତି ତେବେ ସେମାନେ ପୁଣିଥରେ ପରୀକ୍ଷା ଦେଇପାରିବେ। ବୋର୍ଡଗୁଡ଼ିକ ସେମାନଙ୍କ ଯୋଜନା ସହିତ ଆଗକୁ ଯାଇପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର