ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ, ରେଳ ପ୍ରକଳ୍ପ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ

The Sakala Picture
Published On

ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ପରେ ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ପଡିପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ । ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ଲାଲୁଙ୍କ ଟେନସନ୍ ପୁଣି ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଲାଲୁ ୟୁପିଏ ରାସରକାରରେ ରେଳମନ୍ତ୍ରୀ ଥିବାବେଳେ […]

ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ପରେ ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ପଡିପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ । ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ଲାଲୁଙ୍କ ଟେନସନ୍ ପୁଣି ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଲାଲୁ ୟୁପିଏ ରାସରକାରରେ ରେଳମନ୍ତ୍ରୀ ଥିବାବେଳେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସିବିଆଇ ୨୦୧୮ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସିବିଆଇ ମେ ୨୦୨୧ରେ ଏହାର ଯାଞ୍ଚ୍ ବନ୍ଦ କରିଦେଇଥିଲା ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ନୀତୀଶ କୁମାର ପଟ ପରିବର୍ତ୍ତନ କରିବାର କିଛି ମାସ ପରେ ସିବିଆଇ ଏହି ମାମଲା ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଛି। ନୀତୀଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ପୁଣି ଆରଜେଡି ସହିତ ହାତ ମିଳାଇଥିଲେ । ତେବେ ସିବିଆଇର ଏହି ନିଷ୍ପତ୍ତି ଦ୍ୱାରା ବିହାର ରାଜନୀତିରେ ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍‌ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ ୟୁନାଇଟେଡ୍‌’ (ଜେଡିୟୁ) ସହିତ ମେଣ୍ଟ କରିବାର ମାତ୍ର କିଛି ମାସ ପରେ ‘ସିବିଆଇ’ ପୁନଃତଦନ୍ତ ଆରମ୍ଭ କରିବାରୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିହିତ କରାଯାଉଛି। ବିଜେପି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅଯଥା ଦୁରୁପଯୋଗ କରୁଛି ବୋଲି ଆରଜେଡି ଅଭିଯୋଗ କରିଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର