ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ‘ସିବିଆଇ’ ରେଡ୍‌, ଦିଲ୍ଲୀ –ଏନସିଆର ସହ ୨୦ ସ୍ଥାନରେ ଚଢ଼ାଉ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌। ଆଜି ସକାଳୁ ସିବିଆଇ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଚଢ଼ାଉ କରି ତଲାସ ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଘଟଣାରେ ସିସୋଦିଆଙ୍କ ଘରେ ତଦନ୍ତକାରୀ ଟିମ୍ ଖାନ୍‌ତଲାସି କରୁଥିବା ଜଣାପଡିଛି। କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ମୁଖ୍ୟ ଶାସନ […]

ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌। ଆଜି ସକାଳୁ ସିବିଆଇ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଚଢ଼ାଉ କରି ତଲାସ ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଘଟଣାରେ ସିସୋଦିଆଙ୍କ ଘରେ ତଦନ୍ତକାରୀ ଟିମ୍ ଖାନ୍‌ତଲାସି କରୁଥିବା ଜଣାପଡିଛି। କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଉପରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ । ଯେଉଁ ରିପୋର୍ଟରେ ମନୀଷଙ୍କ ଭୂମିକା ଉୁପରେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଅନ୍ୟପଟେ ବାସଭବନରେ ଚଢ଼ାଉ ଚାଲିଥିବା ସମ୍ବାଦ ପ୍ରସାରିତ ହେବା ପରେ ଟୁଇଟ୍‌ କରି ମନୀଷ ସିସୋଦିଆ ଲେଖିଛନ୍ତି, ‘ସିବିଆଇ’ ଆସିଛି। ଆମେ ସତ୍ୟନିଷ୍ଠ, ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଠନ କରୁଛୁ। ଦୁଃଖର ବିଷୟ ଏ ଦେଶରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ଏମିତି ହଇରାଣ କରାଯାଏ। ସେହି କାରଣରୁ ଆମ ଦେଶ ଏଯାବତ୍‌ ନମ୍ବର ୧ ହୋଇ ପାରିନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଆମେ ‘ସିବିଆଇ’କୁ ସ୍ବାଗତ କରୁଛୁ। ତଦନ୍ତରେ ଆମେ ‘ସିବିଆଇ’କୁ ପୂର୍ଣ୍ଣ ସହଯୋଗ କଲେ ପ୍ରକୃତ କଥା ଜଣାପଡ଼ିଯିବ। ଏପର୍ଯ୍ୟନ୍ତ ମୋ ନାଁରେ ଅନେକ ମାମଲା ରୁଜୁ ହୋଇଛି, ଅଥଚ କିଛି ଲାଭ ହୋଇନାହିଁ। ଆଜି ମଧ୍ୟ ସେମାନେ ମୋ ବିରୋଧରେ କୌଣସି ଆପତ୍ତିଜନକ ସାମଗ୍ରୀ ପାଇବେ ନାହିଁ। ଦେଶରେ ଉତ୍ତମ ଶିକ୍ଷା କ୍ଷେତ୍ରରେ ମୋ କାର୍ଯ୍ୟକୁ ସେମାନେ ବାଧା ଦେଇ ପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ସେ ଆହୁରି କହିଛନ୍ତି ଯେ, ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ସତ ବହୁତ ଶୀଘ୍ର ସାମ୍ନାକୁ ଆସିବ । ଦେଶରେ ଭଲ ଶିକ୍ଷା ପାଇଁ ତାଙ୍କ କାମ ଅଟକିବ ନାହିଁ ବୋଲି ସେ କହିଛନ୍ତି । କିଛି ଲୋକେ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଖୁସି ନାହାଁନ୍ତି । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ମିଛ ଅଭିଯୋଗ ଲାଗିଛି । କୋର୍ଟରେ ସତ ସାମ୍ନାକୁ ଆସିବ ।


ଅନ୍ୟପଟେ ସିସୋଦିଆଙ୍କ ଘରେ ସିବିଆଇ ଟିମ୍ କୁ ନେଇ ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ କହିଛନ୍ତି ଯେ, ପୂର୍ବରୁ ବି ଅନେକ ଚଢଉ ହୋଇଛି । କିଛି ମିଳିନି । ଯେଉଁଦିନ ଆମେରିକା ଖବରକାଗଜର ପ୍ରଥମ ପେଜରେ ଦିଲ୍ଲୀ ଶିକ୍ଷାବ୍ୟବସ୍ଥା ଉପରେ ଖବର ଆସିଲା ସେଦିନ ହିଁ ସିବିଆଇ ଚଢଉ କରିଛି ବୋଲି ସେ କହିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌  ଆହୁରି ମୟ କହିଛନ୍ତି ‘ସିବିଆଇ’କୁ ସ୍ବାଗତ। ଆମେ ପୂର୍ଣ୍ଣସହଯୋଗ କରିବୁ। ପୂର୍ବରୁ ମଧ୍ୟ ଖାନତଲାସ୍/ଚଢ଼ାଉ କରାଯାଇଛି, କିନ୍ତୁ କିଛି ମିଳିନାହିଁ। ଏଥର ବି କିଛି ମିଳିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର