ମୋତେ ଫସାଇବା ପାଇଁ କେନ୍ଦ୍ର ସରକାର ଚାପ ପକାଇଲେ, ଅତ୍ୟଧିକ ଚାପ ଯୋଗୁ ଆତ୍ମହତ୍ୟା କରିଛନ୍ତି ସିବିଆଇ ଅଫିସର୍‌ : ମନୀଷ ସିସୋଦିଆ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଚାପ ପକାଇବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି ଫଳରେ ସେମାନେ ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଗୁରୁତର ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ସିସୋଦିଆ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ […]

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଚାପ ପକାଇବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି ଫଳରେ ସେମାନେ ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଗୁରୁତର ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ସିସୋଦିଆ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସମିଟ୍ କରି କହିଛନ୍ତି, ଗତ ଦୁଇଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଜଣାପଡିଛି ତାଙ୍କ ଉପରେ ଅତ୍ୟଧିକ ଚାପ ପଡିବାରୁ ସେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ସରକାର ମୋ ବିରୋଧରେ ଯେଉଁ ମିଛ ମାମଲା କରିଛନ୍ତି ତାକୁ ଆଇନ ସଂଗତ କରିବା ପାଇଁ, ମୋତେ ଗିରଫ କରିବା ପାଇଁ ସେହି ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଉଥିଲା । ଯେଉଁଥିପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ପ୍ରଧାନମନ୍ତ୍ରୀଙ୍କୁ ମୋର ଏତିକି ନିବେଦନ, ମୋ ଉପରେ କାର୍ୟ୍ୟାନୁଷ୍ଠାନ ନେବାର ଅଛି ଯଦି ନିଅନ୍ତୁ। ମତେ ଯଦି ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ କୁହନ୍ତୁ ଆପଣ ଯେଉଁଠାକୁ କହିବେ, ମୁଁ ଆସିଯିବି ମତେ ଗିରଫ କରିନେବେ। କିନ୍ତୁ ସିବିଆଇ ଅଫିସରଙ୍କ ଉପରେ ଏଭଳି ଚାପ ପକାନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ପ୍ରେସମିଟ୍ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ମନୀଷ ସିସୋଦିଆ ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

ପ୍ରଶ୍ନ ନମ୍ବର ୧ – ଅଧିକାରୀଙ୍କ ଉପରେ କାହିଁକି ଏତେ ଚାପ ପକାଯାଉଛି, ଯେଉଁଥି ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ?

ପ୍ରଶ୍ନ ନମ୍ବର ୨ – ରାଜନୈତିକ ବିରୋଧୀଙ୍କୁ ହଟାଇବା ପାଇଁ ନିଜ ସରକାରର ଅଧିକାରୀଙ୍କୁ ଆଉ କେତେ ଅତ୍ୟାଚାର କରିବେ ?

ପ୍ରଶ୍ନ ନମ୍ବର ୩ – କଣ କେନ୍ଦ୍ର ସରକାରଙ୍କ ଗୋଟିଏ କାମ, ଅପରେସନ୍ ଲୋଟସ୍ ଚଲାଇବା ?

କିଛି ଏଭଳି ପ୍ରଶ୍ନ କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଆଶା କରିଛନ୍ତି ମନୀଷ ସିସୋଦିଆ।

ଅନ୍ୟପକ୍ଷରେ ସିସୋଦିଆ ଶିକ୍ଷକ ଦିବସ ଅବସରରେ କହିଛନ୍ତି ଯେ ‘ମୁଁ ଗର୍ବର ସହିତ କହୁଛି ମୁଁ ୮ ବର୍ଷ ଧରି ଶିକ୍ଷା ମନ୍ତ୍ରୀ ଭାବରେ କାର୍ୟ୍ୟ କରିଛି। ସ୍କୁଲ ଭିତରେ ଅଧିକ ଗୃହ, ଶୌଚାଳୟ କାହିଁକି ତିଆରି କରିଛ, ଭଲ ଡେସ୍କ କାହିଁଖି ତିଆରି ହୋଇଛି ବୋଲି ଆପଣମାନେ ଅଭିଯୋଗ ଆଣିଛନ୍ତି। ଆମେ କିନ୍ତୁ ଏସବୁ ତିଆରି କରି ଗର୍ବିତ। ଏଥିପାଇଁ ଆପଣ ଆମକୁ ଫଶୀ ଦିଅନ୍ତୁ ବରଂ ଜେଲକୁ ପଠାଇ ଦିଅନ୍ତୁ। ଯଦି ସାହସ ଅଛି ତେବେ ଆମ ଟିମ୍‌ ଶିକ୍ଷା ବ୍ୟବସ୍ଥାରେ ୮ ବର୍ଷ ଧରି ଯାହା ସବୁ କରିଛି ତାହା ଆପଣ ବି କରିକି ଦେଖାନ୍ତୁ। ଯଦି ଏହା ଦୁର୍ନୀତି ତେବେ ଦେଶର ସମସ୍ତ ଶିକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଏହା କରିବା ଉଚିତ୍।’

ମନୀଷ ସିସୋଦିଆଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ସିବିଆଇ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଚାପରେ ଥିବା ଏବଂ କେନ୍ଦ୍ର ସରକାର ପ୍ରବଳ ଚାପ ପକାଉଥିବା ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ସିବିଆଇ ପ୍ରତ୍ୟାଖାନ କରିଛି। ସିବିଆଇ କହିଛି ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଅଭିଯୋଗକୁ ଆମେ ପ୍ରତ୍ୟାଖ୍ୟାନ କରିଛୁ। ମୃତ ସିବିଆଇ ଅଧିକାରୀ ଜିତେନ୍ଦ୍ର କୁମାରଙ୍କ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ କୌଣସି ସମ୍ପର୍କ ନାହିଁ। ମନୀଷ ସିସୋଦିଆଙ୍କ ମାମଲାରେ ସେ ଅର୍ନ୍ତଭୁକ୍ତ ନଥିଲେ। ମନୀଷ ସିସୋଦିଆ କରିଥିବା ଅଭିଯୋଗ ଭିତ୍ତିହୀନ। ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ବର୍ତ୍ତମାନ, ଆମେ ତାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇନାହୁଁ  ।ଏପରି ମିଥ୍ୟା ଏବଂ ଭିତ୍ତିହୀନ କଥା କହି ସେ ଏକ୍ସାଇଜ୍ ପଲିସି ପ୍ରସଙ୍ଗକୁ ବଦଳାଇବାକୁ ଚାହୁଁଛନ୍ତି ।

05 Sep 2022 By The Sakala

ମୋତେ ଫସାଇବା ପାଇଁ କେନ୍ଦ୍ର ସରକାର ଚାପ ପକାଇଲେ, ଅତ୍ୟଧିକ ଚାପ ଯୋଗୁ ଆତ୍ମହତ୍ୟା କରିଛନ୍ତି ସିବିଆଇ ଅଫିସର୍‌ : ମନୀଷ ସିସୋଦିଆ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଚାପ ପକାଇବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି ଫଳରେ ସେମାନେ ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଗୁରୁତର ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ସିସୋଦିଆ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସମିଟ୍ କରି କହିଛନ୍ତି, ଗତ ଦୁଇଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଜଣାପଡିଛି ତାଙ୍କ ଉପରେ ଅତ୍ୟଧିକ ଚାପ ପଡିବାରୁ ସେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ସରକାର ମୋ ବିରୋଧରେ ଯେଉଁ ମିଛ ମାମଲା କରିଛନ୍ତି ତାକୁ ଆଇନ ସଂଗତ କରିବା ପାଇଁ, ମୋତେ ଗିରଫ କରିବା ପାଇଁ ସେହି ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଉଥିଲା । ଯେଉଁଥିପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ପ୍ରଧାନମନ୍ତ୍ରୀଙ୍କୁ ମୋର ଏତିକି ନିବେଦନ, ମୋ ଉପରେ କାର୍ୟ୍ୟାନୁଷ୍ଠାନ ନେବାର ଅଛି ଯଦି ନିଅନ୍ତୁ। ମତେ ଯଦି ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ କୁହନ୍ତୁ ଆପଣ ଯେଉଁଠାକୁ କହିବେ, ମୁଁ ଆସିଯିବି ମତେ ଗିରଫ କରିନେବେ। କିନ୍ତୁ ସିବିଆଇ ଅଫିସରଙ୍କ ଉପରେ ଏଭଳି ଚାପ ପକାନ୍ତୁ ନାହିଁ ।

ପ୍ରେସମିଟ୍ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ମନୀଷ ସିସୋଦିଆ ।

ପ୍ରଶ୍ନ ନମ୍ବର ୧ – ଅଧିକାରୀଙ୍କ ଉପରେ କାହିଁକି ଏତେ ଚାପ ପକାଯାଉଛି, ଯେଉଁଥି ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ?

ପ୍ରଶ୍ନ ନମ୍ବର ୨ – ରାଜନୈତିକ ବିରୋଧୀଙ୍କୁ ହଟାଇବା ପାଇଁ ନିଜ ସରକାରର ଅଧିକାରୀଙ୍କୁ ଆଉ କେତେ ଅତ୍ୟାଚାର କରିବେ ?

ପ୍ରଶ୍ନ ନମ୍ବର ୩ – କଣ କେନ୍ଦ୍ର ସରକାରଙ୍କ ଗୋଟିଏ କାମ, ଅପରେସନ୍ ଲୋଟସ୍ ଚଲାଇବା ?

କିଛି ଏଭଳି ପ୍ରଶ୍ନ କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଆଶା କରିଛନ୍ତି ମନୀଷ ସିସୋଦିଆ।

ଅନ୍ୟପକ୍ଷରେ ସିସୋଦିଆ ଶିକ୍ଷକ ଦିବସ ଅବସରରେ କହିଛନ୍ତି ଯେ ‘ମୁଁ ଗର୍ବର ସହିତ କହୁଛି ମୁଁ ୮ ବର୍ଷ ଧରି ଶିକ୍ଷା ମନ୍ତ୍ରୀ ଭାବରେ କାର୍ୟ୍ୟ କରିଛି। ସ୍କୁଲ ଭିତରେ ଅଧିକ ଗୃହ, ଶୌଚାଳୟ କାହିଁକି ତିଆରି କରିଛ, ଭଲ ଡେସ୍କ କାହିଁଖି ତିଆରି ହୋଇଛି ବୋଲି ଆପଣମାନେ ଅଭିଯୋଗ ଆଣିଛନ୍ତି। ଆମେ କିନ୍ତୁ ଏସବୁ ତିଆରି କରି ଗର୍ବିତ। ଏଥିପାଇଁ ଆପଣ ଆମକୁ ଫଶୀ ଦିଅନ୍ତୁ ବରଂ ଜେଲକୁ ପଠାଇ ଦିଅନ୍ତୁ। ଯଦି ସାହସ ଅଛି ତେବେ ଆମ ଟିମ୍‌ ଶିକ୍ଷା ବ୍ୟବସ୍ଥାରେ ୮ ବର୍ଷ ଧରି ଯାହା ସବୁ କରିଛି ତାହା ଆପଣ ବି କରିକି ଦେଖାନ୍ତୁ। ଯଦି ଏହା ଦୁର୍ନୀତି ତେବେ ଦେଶର ସମସ୍ତ ଶିକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଏହା କରିବା ଉଚିତ୍।’

ମନୀଷ ସିସୋଦିଆଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ସିବିଆଇ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଚାପରେ ଥିବା ଏବଂ କେନ୍ଦ୍ର ସରକାର ପ୍ରବଳ ଚାପ ପକାଉଥିବା ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ସିବିଆଇ ପ୍ରତ୍ୟାଖାନ କରିଛି। ସିବିଆଇ କହିଛି ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଅଭିଯୋଗକୁ ଆମେ ପ୍ରତ୍ୟାଖ୍ୟାନ କରିଛୁ। ମୃତ ସିବିଆଇ ଅଧିକାରୀ ଜିତେନ୍ଦ୍ର କୁମାରଙ୍କ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ କୌଣସି ସମ୍ପର୍କ ନାହିଁ। ମନୀଷ ସିସୋଦିଆଙ୍କ ମାମଲାରେ ସେ ଅର୍ନ୍ତଭୁକ୍ତ ନଥିଲେ। ମନୀଷ ସିସୋଦିଆ କରିଥିବା ଅଭିଯୋଗ ଭିତ୍ତିହୀନ। ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ବର୍ତ୍ତମାନ, ଆମେ ତାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇନାହୁଁ  ।ଏପରି ମିଥ୍ୟା ଏବଂ ଭିତ୍ତିହୀନ କଥା କହି ସେ ଏକ୍ସାଇଜ୍ ପଲିସି ପ୍ରସଙ୍ଗକୁ ବଦଳାଇବାକୁ ଚାହୁଁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର