ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ନୋଟିସ

The Sakala Picture
Published On

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ନୋଟିସ । ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ଯକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଛି । ସତ୍ୟପାଲ ମଲ୍ଲିକ ଆସନ୍ତା ୨୮ ତାରିଖରେ ସିବିଆଇ କାର୍ଯ୍ଯାଳୟରେ ହାଜର ହେବେ  ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇନ୍ୟୁରାନ୍ସରେ ଥିବା ଦୁର୍ବଳତା ଯୋଗୁଁ ସେ ଅନୁମତି ଦେଇନଥିବା କହିଥିଲେ । ବିଜେପିର ଜଣେ ବଡ଼ ନେତା […]

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ନୋଟିସ । ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ଯକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଛି । ସତ୍ୟପାଲ ମଲ୍ଲିକ ଆସନ୍ତା ୨୮ ତାରିଖରେ ସିବିଆଇ କାର୍ଯ୍ଯାଳୟରେ ହାଜର ହେବେ  ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇନ୍ୟୁରାନ୍ସରେ ଥିବା ଦୁର୍ବଳତା ଯୋଗୁଁ ସେ ଅନୁମତି ଦେଇନଥିବା କହିଥିଲେ । ବିଜେପିର ଜଣେ ବଡ଼ ନେତା ଏହି ଇନ୍ସୁରାନ୍ସକୁ କ୍ଲିୟର କରିବା ପାଇଁ ଚାପ ପକାଇଥିବା ମଧ୍ୟ କହିଥିଲେ ସତ୍ୟପାଲ ମଲ୍ଲିକ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଇନ୍ସୁରାନ୍ସରେ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ସାଢେ ୮ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାନ୍ତା । ଯାହାକୁ ନେଇ ବିରୋଧ ମଧ୍ୟ ହୋଇଥିଲା । ଏଥିସହ ଇନ୍ସୁରାନ୍ସ ପାଇଁ ଯେଉଁଠି ଚିକିତ୍ସା କରାଯାଇଥାନ୍ତା ସେଗୁଡିକ ନିମ୍ନ ମାନର ହସ୍ପିଟାଲ ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ । ଏଭଳି ବୟାନ ଦେବା ପରେ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ହୋଇଥିଲା । ନିକଟରେ ଏଭଳି ଦେବା ପାଇଁ ସିବିଆଇ ନୋଟିସ ଆସିପାରେ ବୋଲି ସତ୍ୟମାଲ ମଲ୍ଲିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଆଜି ତାଙ୍କୁ ଏନେଇ ସିବିଆଇ ନୋଟିସ ମିଳିଛି ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର