ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହେଲା ସିବିଆଇ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ତେଜସ୍ଵୀଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରିବାକୁ ସିବିଆଇ କୋର୍ଟଙ୍କୁ ଦାବି କରିଛି। ଏବେ ଏହା ଏକ ଗମ୍ଭୀର ବିଷୟ ବୋଲି ସିବିଆଇ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେଜସ୍ୱୀ ଯାଦବ ମାମଲାର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ତାଙ୍କ ଜାମିନକୁ ବାତିଲ କରାଯିବା […]

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ତେଜସ୍ଵୀଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରିବାକୁ ସିବିଆଇ କୋର୍ଟଙ୍କୁ ଦାବି କରିଛି।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ଇରାନର ନୂଆ ପ୍ରସ୍ତାବ: ପାକିସ୍ତାନ ମାଧ୍ୟମରେ ଆମେରିକାକୁ ବାର୍ତ୍ତା

ଏବେ ଏହା ଏକ ଗମ୍ଭୀର ବିଷୟ ବୋଲି ସିବିଆଇ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେଜସ୍ୱୀ ଯାଦବ ମାମଲାର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ତାଙ୍କ ଜାମିନକୁ ବାତିଲ କରାଯିବା ଉଚିତ ଯାହା ଦ୍ୱାରା ଏହି ଘଟଣାରେ ନ୍ୟାୟଯୁକ୍ତ ତଦନ୍ତ ହୋଇପାରିବ ବୋଲି ସିବିଆଇ କହିଛି । ସିବିଆଇ ଆହୁରି ମଧ୍ୟ କହିଛନ୍ତି ଯେ ତେଜସ୍ୱୀ ଯାଦବଙ୍କ ବାହାରେ ରହିବା ଦ୍ୱାରା ଏହି ମାମଲାର ଅନେକ ସାକ୍ଷୀ ପ୍ରଭାବିତ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଯାଦବଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରାଯିବା ଉଚିତ।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ଆଇଆରସିଟିସି ଘୋଟଲା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟ ପାଖରେ ପହଞ୍ଚିଛି । ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟରେ ଆବେଦନ କରିଛି । ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବଙ୍କୁ ରାଉସ୍ ଆଭିଏନ୍ସରେ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ କୋର୍ଟ ନୋଟିସ ଜାରି କରିଛନ୍ତି ।ସିବିଆଇ କହିଛି ଯେ ତେଜସ୍ୱୀ ଯାଦବ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସିବିଆଇର ଆବେଦନକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ କାହିଁକି ବାତିଲ କରାଯିବ ନାହିଁ ବୋଲି କୋର୍ଟ ତେଜସ୍ୱୀ ଯାଦବଙ୍କୁ ପଚାରିଛନ୍ତି । ତେବେ ବର୍ତ୍ତମାନ ଯାଦବଙ୍କୁ ଜବାବ ଦେବାକୁ କୋର୍ଟ ନୋଟିସ ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେଲା ମୋଦୀ ସରକାରଙ୍କ ରଣନୀତି: ୬ ବର୍ଷରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର

ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ଆଇଆରସିଟିସି ହୋଟେଲ ରକ୍ଷଣାବେକ୍ଷଣ ଚୁକ୍ତି ମାମଲାରେ ସମ୍ପୃକ୍ତ ଯେଉଁଥିରେ ୧୨ ଜଣ ଓ ଦୁଇ କମ୍ପାନୀ ଉପରେ ସିବିଆଇ ଅଭିଯୋଗ କରିଥିଲା।ବିହାରର ରାଜଧାନୀ ପାଟନାରେ ତିନି ଏକର ବାଣିଜ୍ୟିକ ପ୍ଲଟ ଆକାରରେ ଲାଞ୍ଚ ସହ ଜଡିତ ଏକ ଘରୋଇ ସଂସ୍ଥାକୁ ୨୦୦୬ରେ ରାଞ୍ଚି ଓ ଓଡ଼ିଶାର ପୁରୀରେ ଦୁଇଟି ଆଇଆରସିଟିସି ହୋଟେଲ ଚୁକ୍ତି ବଣ୍ଟନ କରିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରି ଟଙ୍କା ହେରଫେର କରିଥିବା ଅଭିଯୋଗ କରିଥିଲା।

17 Sep 2022 By The Sakala

ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହେଲା ସିବିଆଇ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ତେଜସ୍ଵୀଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରିବାକୁ ସିବିଆଇ କୋର୍ଟଙ୍କୁ ଦାବି କରିଛି।

ଏବେ ଏହା ଏକ ଗମ୍ଭୀର ବିଷୟ ବୋଲି ସିବିଆଇ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେଜସ୍ୱୀ ଯାଦବ ମାମଲାର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ତାଙ୍କ ଜାମିନକୁ ବାତିଲ କରାଯିବା ଉଚିତ ଯାହା ଦ୍ୱାରା ଏହି ଘଟଣାରେ ନ୍ୟାୟଯୁକ୍ତ ତଦନ୍ତ ହୋଇପାରିବ ବୋଲି ସିବିଆଇ କହିଛି । ସିବିଆଇ ଆହୁରି ମଧ୍ୟ କହିଛନ୍ତି ଯେ ତେଜସ୍ୱୀ ଯାଦବଙ୍କ ବାହାରେ ରହିବା ଦ୍ୱାରା ଏହି ମାମଲାର ଅନେକ ସାକ୍ଷୀ ପ୍ରଭାବିତ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଯାଦବଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରାଯିବା ଉଚିତ।

ଆଇଆରସିଟିସି ଘୋଟଲା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟ ପାଖରେ ପହଞ୍ଚିଛି । ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ କୋର୍ଟରେ ଆବେଦନ କରିଛି । ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବଙ୍କୁ ରାଉସ୍ ଆଭିଏନ୍ସରେ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ କୋର୍ଟ ନୋଟିସ ଜାରି କରିଛନ୍ତି ।ସିବିଆଇ କହିଛି ଯେ ତେଜସ୍ୱୀ ଯାଦବ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସିବିଆଇର ଆବେଦନକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ କାହିଁକି ବାତିଲ କରାଯିବ ନାହିଁ ବୋଲି କୋର୍ଟ ତେଜସ୍ୱୀ ଯାଦବଙ୍କୁ ପଚାରିଛନ୍ତି । ତେବେ ବର୍ତ୍ତମାନ ଯାଦବଙ୍କୁ ଜବାବ ଦେବାକୁ କୋର୍ଟ ନୋଟିସ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ଆଇଆରସିଟିସି ହୋଟେଲ ରକ୍ଷଣାବେକ୍ଷଣ ଚୁକ୍ତି ମାମଲାରେ ସମ୍ପୃକ୍ତ ଯେଉଁଥିରେ ୧୨ ଜଣ ଓ ଦୁଇ କମ୍ପାନୀ ଉପରେ ସିବିଆଇ ଅଭିଯୋଗ କରିଥିଲା।ବିହାରର ରାଜଧାନୀ ପାଟନାରେ ତିନି ଏକର ବାଣିଜ୍ୟିକ ପ୍ଲଟ ଆକାରରେ ଲାଞ୍ଚ ସହ ଜଡିତ ଏକ ଘରୋଇ ସଂସ୍ଥାକୁ ୨୦୦୬ରେ ରାଞ୍ଚି ଓ ଓଡ଼ିଶାର ପୁରୀରେ ଦୁଇଟି ଆଇଆରସିଟିସି ହୋଟେଲ ଚୁକ୍ତି ବଣ୍ଟନ କରିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରି ଟଙ୍କା ହେରଫେର କରିଥିବା ଅଭିଯୋଗ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର