କାବୁଲ ବିମାନ ବନ୍ଦର ବାହାରେ ହୋଇପାରେ କାର ବମ ବିସ୍ଫୋରଣ, ସତର୍କ କଲା ଆମେରିକା

The Sakala Picture
Published On

ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ପରେ ଆଉ ଏକ ବିସ୍ଫୋରଣ ନେଇ ସତର୍କ ସୂଚନା ଜାରିକରିଛି ଆମେରିକା।  ଆତଙ୍କବାଦୀମାନେ ଖୁବ୍ ଶୀଘ୍ର କାର୍ ବୋମା ସହିତ ଆଉ ଏକ ବିସ୍ଫୋରଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଆମେରିକୀୟ ବ୍ରୋଡକାଷ୍ଟ କମ୍ପାନୀ ଅନୁଯାୟୀ କାବୁଲ ବିମାନବନ୍ଦରର ଉତ୍ତର ଫାଟକ ନିକଟରେ କାର ବୋମା ବିସ୍ଫୋରଣ ହୋଇପାରେ। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ଆମେରିକା କାବୁଲରେ ଥିବା […]

ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ପରେ ଆଉ ଏକ ବିସ୍ଫୋରଣ ନେଇ ସତର୍କ ସୂଚନା ଜାରିକରିଛି ଆମେରିକା।  ଆତଙ୍କବାଦୀମାନେ ଖୁବ୍ ଶୀଘ୍ର କାର୍ ବୋମା ସହିତ ଆଉ ଏକ ବିସ୍ଫୋରଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଆମେରିକୀୟ ବ୍ରୋଡକାଷ୍ଟ କମ୍ପାନୀ ଅନୁଯାୟୀ କାବୁଲ ବିମାନବନ୍ଦରର ଉତ୍ତର ଫାଟକ ନିକଟରେ କାର ବୋମା ବିସ୍ଫୋରଣ ହୋଇପାରେ। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ଆମେରିକା କାବୁଲରେ ଥିବା ନିଜର ସୈନ୍ୟ ଏବଂ ସାଧାରଣ ନାଗରିକଙ୍କୁ ସତର୍କ କରାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଓ ଇସ୍ରାଏଲକୁ ଇରାନର ବଡ଼ ଚେତାବନୀ: ବ୍ୟାଙ୍କ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ

ଗୁରୁବାର ଦିନ ଆଫଗାନିସ୍ତାନର କାବୁଲ ଦୁଇଟି ବୋମା ବିସ୍ଫୋରଣରେ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୯୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପେଣ୍ଟାଗନ୍ ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

27 Aug 2021 By The Sakala

କାବୁଲ ବିମାନ ବନ୍ଦର ବାହାରେ ହୋଇପାରେ କାର ବମ ବିସ୍ଫୋରଣ, ସତର୍କ କଲା ଆମେରିକା

ୱାସିଂଟନ୍: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ସିରିଜ୍‌ ବିସ୍ଫୋରଣ ପରେ ଆଉ ଏକ ବିସ୍ଫୋରଣ ନେଇ ସତର୍କ ସୂଚନା ଜାରିକରିଛି ଆମେରିକା।  ଆତଙ୍କବାଦୀମାନେ ଖୁବ୍ ଶୀଘ୍ର କାର୍ ବୋମା ସହିତ ଆଉ ଏକ ବିସ୍ଫୋରଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଆମେରିକୀୟ ବ୍ରୋଡକାଷ୍ଟ କମ୍ପାନୀ ଅନୁଯାୟୀ କାବୁଲ ବିମାନବନ୍ଦରର ଉତ୍ତର ଫାଟକ ନିକଟରେ କାର ବୋମା ବିସ୍ଫୋରଣ ହୋଇପାରେ। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ଆମେରିକା କାବୁଲରେ ଥିବା ନିଜର ସୈନ୍ୟ ଏବଂ ସାଧାରଣ ନାଗରିକଙ୍କୁ ସତର୍କ କରାଇଛି।

ଗୁରୁବାର ଦିନ ଆଫଗାନିସ୍ତାନର କାବୁଲ ଦୁଇଟି ବୋମା ବିସ୍ଫୋରଣରେ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୯୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପେଣ୍ଟାଗନ୍ ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର