ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ମୁକାବିଲା ପାଇଁ ସିଏକ୍ୟୁଏମର ଜରୁରି ବୈଠକ

The Sakala Picture
Published On

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର) ଏବଂ ଦିଲ୍ଲୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା ସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଏହାର ମୁକାବିଲା ପାଇଁ ଶନିବାର ଦିନ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ)ର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏକ୍ୟୁଏମର ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍‌ (ଜିଆରଏପି) ବା ଶ୍ରେଣୀବଦ୍ଧ ମୁକାବିଲା କାର୍ଯ୍ୟ ଯୋଜନା ଉପ-ସମିତିର ଏହି ଜରୁରି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି […]

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର) ଏବଂ ଦିଲ୍ଲୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା ସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଏହାର ମୁକାବିଲା ପାଇଁ ଶନିବାର ଦିନ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ)ର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏକ୍ୟୁଏମର ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍‌ (ଜିଆରଏପି) ବା ଶ୍ରେଣୀବଦ୍ଧ ମୁକାବିଲା କାର୍ଯ୍ୟ ଯୋଜନା ଉପ-ସମିତିର ଏହି ଜରୁରି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆୟୋଗଙ୍କର ଏହି ବୈଠକରେ ସାମଗ୍ରିକ ବାୟୁ ଗୁଣବତ୍ତା ପାରାମିଟର ସମୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ପ୍ରତିକୂଳ ପାଣିପାଗ, ପବନର ଗତି ହ୍ରାସ ପାଇବା, କୃଷି ଅଗ୍ନିକାଣ୍ଡ ଘଟଣା ହଠାତ୍‌ ବଢ଼ିଯିବା କାରଣରୁ ପ୍ରଦୂଷଣ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଏନସିଆର ଅଞ୍ଚଳରେ ଜରୁରିକାଳୀନ ଭିତ୍ତିରେ ଜିଆରଏପିର ପର୍ଯ୍ୟାୟ III ଲାଗୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସକ୍ରିୟ ମଡେଲ ଏବଂ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସ୍ତର ୨୯ ଏବଂ ୩୦ ଅକ୍ଟୋବରରେ ଅତି ଖରାପରୁ ଗମ୍ଭୀର ସ୍ଥିତିରେ ରହିବ । ୩୧ ଅକ୍ଟୋବର ଏବଂ ନଭେମ୍ବର ପହିଲାରେ ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିବ । ପରବର୍ତ୍ତୀ ଛଅ ଦିନ ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ଗମ୍ଭୀରରୁ ଅତି ଖରାପ ସ୍ଥିତିରେ ରହିବ । ଆଗାମୀ ଦିନରେ ପବନର ଗତି ପ୍ରାୟତଃ ସ୍ଥିର ରହିବ ଏବଂ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିବାର ସମ୍ଭବନା ରହିଛି । ତେଣୁ ଏହି ଅଞ୍ଚଳରେ ପ୍ରଦୂଷଣର ସ୍ଥିତି ଖୁବ ଗମ୍ଭୀର ରହିବ ଏବଂ ଏହାର କୁପ୍ରଭାବକୁ ପ୍ରଭାବୀ ଢଙ୍ଗରେ ଦୂର କରିବା ସମ୍ଭବ ହେବ ନାହିଁ ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଉପସମିତିର ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ସ୍ତର ଆଗାମୀ ଦିନରେ ଆହୁରି ଖରାପ ହେବାର ଆଶଙ୍କା ଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଜିଆରଏପିର ପର୍ଯ୍ୟାୟ III ତୁରନ୍ତ ଲାଗୁ କରାଯିବ । ଏହାଛଡ଼ା ପର୍ଯ୍ୟାୟ I ଏବଂ ପର୍ଯ୍ୟାୟ IIରେ ଉଲ୍ଲେଖ କରାଯାଇଥିବା କଟକଣାଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନସିଆରର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଡିପିସିସିମାନେ ନିର୍ଦ୍ଧାରିତ ଅବଧିରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା ଲୋକମାନଙ୍କୁ କେତେକ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ଷେତ୍ରକୁ ସାଥୀ ହୋଇ ଗୋଟିଏ ଗାଡ଼ିରେ ଯିବା କିମ୍ବା ସାଧାରଣ ପରିବହନ ସେବା ବ୍ୟବହାର କରିବା, ଚାଲି ଚାଲି ଯିବା କିମ୍ବା ସାଇକେଲ ବ୍ୟବହାର କରିବା ଲାଗି କୁହାଯାଇଛି। ଯେଉଁମାନେ ଘରୁ ଥାଇ କାମ କରିପାରିବେ ସେମାନେ ଏହି ସୁବିଧାର ଉପଯୋଗ କରିବେ। କୋଇଲା ଓ କାଠ ଜାଳିବା ଉପରେ କଟକଣା ଜାରି କରାଯାଇଛି । ଖୋଲାରେ ନିଆଁ ଜାଳିବା ବନ୍ଦ କରିବାକୁ କୁହାଯାଇଛି । ଏଥିପାଇଁ ସୁରକ୍ଷା କର୍ମଚାରୀଙ୍କୁ ବିଦ୍ୟୁତ ହିଟର ଯୋଗାଇ ଦେବାକୁ ଘର ମାଲିକମାନଙ୍କୁ କୁହାଯାଇଛି । ଯଥାସମ୍ଭବ ଗାଡ଼ି ବ୍ୟବହାର କମ କରିବା ଏବଂ ଯେତେଦୂର ସମ୍ଭବ ପାଖକୁ ଚାଲି ଚାଲି ଯିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।

ଏହାଛଡ଼ା ସମ୍ପୂର୍ଣ୍ଣ ଦିଲ୍ଲୀ ଏନସିଆର ଅଞ୍ଚଳରେ ଜିଆରଏପି ପର୍ଯ୍ୟାୟ IIIର ନଅ ସୂତ୍ରୀ କାର୍ଯ୍ୟ ଯୋଜନା ବା ଆକ୍ସନ ପ୍ଲାନକୁ ସବୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଡିପିସିସିମାନେ କାର୍ଯ୍ୟକାରୀ କରିବା ଲାଗି ଏଥିରେ କୁହାଯାଇଛି ।ରାସ୍ତାରେ ଯାନ୍ତ୍ରିକ/ଭେକ୍ୟୁମ ଆଧାରିତ ଝାଡ଼ୁ ଓ ସଫେଇ କାର୍ଯ୍ୟକୁ ଦ୍ବରାନ୍ବିତ କରାଯିବ । ଭିଡ଼ ପୂର୍ବରୁ ଧୂଳି ନିୟନ୍ତ୍ରଣ ପାଇଁ ପାଣି ସିଞ୍ଚନ କରାଯିବ । ନିର୍ଦ୍ଦିଷ୍ଟ ସ୍ଥାନ, ହଟସ୍ପଟରୁ ଧୂଳି ସଂଗ୍ରହ କରାଯିବ । ସାର୍ବଜନୀନ ପରିବହନ ସେବାକୁ ତ୍ବରାନ୍ବିତ କରାଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ଭିନ୍ନ ଭିନ୍ନ ପରିବହନ ଦର ନିର୍ଦ୍ଧାରଣ କରାଯିବ ।

ଏନସିଆର ଅଞ୍ଚଳରେ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ତେବେ ରେଳ ସେବା, ଷ୍ଟେସନ, ମେଟ୍ରୋ ରେଳ ସେବା, ବିମାନ ବନ୍ଦର, ବସ ଟର୍ମିନାଲ, ଜାତୀୟ ସୁରକ୍ଷା, ପ୍ରତିରକ୍ଷା, ଜାତୀୟ ଗୁରୁତ୍ବବହନ କରୁଥିବା ପ୍ରକଳ୍ପ, ଡାକ୍ତରଖାନା, ସ୍ବାସ୍ଥ୍ୟସେବା ପ୍ରକଳ୍ପ, ରାଜପଥ, ସଡ଼କ, ଫ୍ଲାଏଓଭର, ବିଦ୍ୟୁତ ସେବା, ପାଇପଲାଇନ, ଜଳଯୋଗାଣ, ବର୍ଜ୍ୟ ଜଳ ନିଷ୍କାସନ ପ୍ଲାଣ୍ଟ ଭଳି ପ୍ରକଳ୍ପ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ ।

ବିଶେଷ କରି ଧୂଳି ସୃଷ୍ଟି କରୁଥିବା ଏବଂ ବାୟୁ ପ୍ରଦୂଷଣ ବଢ଼ାଉଥିବା କୌଣସି ପ୍ରକଳ୍ପ ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଖନନ ଭଳି ମାଟି କାମ, ବୋରିଂ ଏବଂ ଡ୍ରିଲିଂ କାମ ଭଳି ଫିଲିଂ କାମ କରାଯିବ ନାହିଁ । ସମସ୍ତ ପ୍ରକାର ଢାଞ୍ଚାଗତ ନିର୍ମାଣ କାମ ବନ୍ଦ ରହିବ । କୌଣସି ଭାଙ୍ଗିବା କାମ ହୋଇପାରିବ ନାହିଁ । ନିର୍ମାଣ ସାମଗ୍ରୀର ଲୋଡିଂ ଓ ଅନଲୋଡ଼ିଂ ମଧ୍ୟ ବନ୍ଦ ରହିବ । କନଭେୟର ବେଲ୍ଟ ଜରିଆରେ କିମ୍ବା ସାଧାରଣ ଭାବେ କଞ୍ଚାମାଲ, ଫ୍ଲାଏ ଆଶ୍‌ ଆଦି ପରିବହନ କରାଯିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ବ୍ୟାଚିଂ ପ୍ଲାଣ୍ଟ କାମ, ସିୱେର ଲାଇନ ବିଛାଇବା, ଡ୍ରେନେଜ କାମ, ବିଦ୍ୟୁତ କେବଲିଂ, ଖୋଳିବା କାମ ମଧ୍ୟ ରହିବ । ଟାଇଲ, ପଥର ବସାଇବା, ଫ୍ଲୋରିଂ କାମ ବନ୍ଦ ରହିବ । ଗ୍ରାଇଣ୍ଡିଂ, ପାଇଲିଂ, ୱାଟରପ୍ରୁଫିଂ କାମ ଆଦି ବନ୍ଦ ରହିବ । ସବୁ ନିର୍ମାଣ ପ୍ରକଳ୍ପରେ ପ୍ରଦୂଷଣନିରୋଧୀ ଓ ଧୂଳି ନିରୋଧୀ ଯୋଜନାକୁ କାର୍ଯ୍ୟକାରୀ କରାଯିବ।

ଏନସିଆର ଅଞ୍ଚଳରେ ପିଏନଜି ଭିତ୍ତିଭୂମି ଓ ଯୋଗାଣ ସୁବିଧା ଥିବା ଶିଳ୍ପ କ୍ଷେତ୍ର ପାଇଁ ମାନ୍ୟତାପ୍ରାପ୍ତ ଇନ୍ଧନ ବ୍ୟବହାର କରାଯାଉନଥିବା ଉଦ୍ୟୋଗକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ କୁହାଯାଇଛି । ସେହିପରି ପିଏନଜିଜି ଭିତ୍ତିଭୂମି ଏବଂ ଯୋଗାଣ ସୁବିଧା ନଥିବା ଉଦ୍ୟୋଗଗୁଡ଼ିକରେ ମାନ୍ୟତାପ୍ରାପ୍ତ ଇନ୍ଧନ ବ୍ୟବହାର କରାଯାଉନଥିଲେ, ଏଗୁଡ଼ିକ ସପ୍ତାହକୁ କେବଳ ୫ ଦିନ ଚାଲି ପାରିବ । କାଗଜ ପ୍ରକ୍ରିୟାକରଣ ଉଦ୍ୟୋଗ, ଡିଷ୍ଟିଲେରୀ, କ୍ୟାପ୍ଟିଭ ତାପଜ ବିଦ୍ୟୁତ କେନ୍ଦ୍ର ଆଦି ସପ୍ତାହକୁ ଶନିବାର ଓ ରବିବାର ବନ୍ଦ ରହିବ । ସେହିପରି ଧାନ, ଚାଉଳ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକ ସୋମବାର ଏବଂ ମଙ୍ଗଳବାର ବନ୍ଦ ରହିବ । ବୟନ/ବସ୍ତ୍ର ଓ ଆଭୂଷଣ ଉଦ୍ୟୋଗ ସହିତ ରଙ୍ଗା ପ୍ରସ୍ତୁତି କାରଖାନା ବୁଧବାର ଓ ଗୁରୁବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିଜ୍ଞପିତ ବର୍ଗରେ ଆସୁଥିବା ଅନ୍ୟ ଉଦ୍ୟୋଗଗୁଡ଼ିକ ଶୁକ୍ରବାର ଓ ଶନିବାର ବନ୍ଦ ରହିବ । ଏହି କେବଳ ସେତିକି ନୁହେଁ ୨୦୨୩ ଜାନୁଆରୀ ପହିଲା ଠାରୁ ମାନକୀକୃତ ଇନ୍ଧନରେ ପରିଚାଳିତ ହେଉନଥିବା ଉଦ୍ୟୋଗଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି ।ତେବେ ଦୁଗ୍ଧ, ଦୁଗ୍ଧଜାତ ସାମଗ୍ରୀ ୟୁନିଟ ଏବଂ ଚିକିତ୍ସା ଉପକରଣ/ସରଞ୍ଜାମ, ଔଷଧ ଆଦି ଉତ୍ପାଦନ କରୁଥିବା ଉଦ୍ୟୋଗକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି । ଇଟା ଭାଟି, ପଥର କ୍ରସର, ଡାଉନମାଇନିଂ, ଏନସିଆର ପାଇଁ ଅନୁମତି ପ୍ରାପ୍ତ ଇନ୍ଧନରେ ଚାଲୁନଥିବା ଗରମ ମିଶ୍ରଣ ପ୍ଲାଣ୍ଟ ବନ୍ଦ କରିବାକୁ କୁହାଯାଇଛି ।

29 Oct 2022 By The Sakala

https://www.thesakala.in/national-international/caqm-holds-emergency-meeting-to-address-the-deteriorating-air-quality-of-delhi/article-16135
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର