ସୁପ୍ରିମକୋର୍ଟରେ ପହଞ୍ଚିଲା ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ପ୍ରସଙ୍ଗ, ସିଜେଆଇ କହିଲେ ଯୁଦ୍ଧ ବନ୍ଦ ପାଇଁ ଆମେ କ’ଣ ପୁଟିନ୍‌ଙ୍କୁ କହି ପାରିବା?

The Sakala Picture
Published On

ନୂଆଦିଲ୍ଲୀ : ଋଷ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଶୁଣାଣି ଆରମ୍ଭରେ କୋର୍ଟ ଏହି ମାମଲାରେ କିଛି କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଆଜି ସକାଳେ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଏହି ମାମଲାର ଶୁଣାଣି ବେଳେ କହିଛନ୍ତି, ଯୁଦ୍ଧ ବନ୍ଦ […]

ନୂଆଦିଲ୍ଲୀ : ଋଷ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଶୁଣାଣି ଆରମ୍ଭରେ କୋର୍ଟ ଏହି ମାମଲାରେ କିଛି କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଆଜି ସକାଳେ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଏହି ମାମଲାର ଶୁଣାଣି ବେଳେ କହିଛନ୍ତି, ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ କ’ଣ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିପାରିବି?

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଛନ୍ତି ଯେ ସେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ତେବେ କୋର୍ଟ ଯେଉଁ ଛାତ୍ରମାନଙ୍କ ତରଫରୁ ପିଟିସନ ଦାୟର ହୋଇଥିଲା ତାକୁ ଆଟର୍ଣ୍ଣି ଜେନେରାଲଙ୍କ ନିକଟକୁ ପଠାଇଥିଲେ। ସରକାରଙ୍କ ସହ କଥା ହେବା ଏବଂ ଏହି ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଆହୁରି ମଧ୍ୟ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମରେ କେତେକ ଭିଡିଓରେ ଦେଖିଲି। ଏଥିରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରସଙ୍ଗରେ କିଛି ଲୋକ ଅଦାଲତ କ’ଣ କରୁଛି ବୋଲି କହୁଛନ୍ତି। ଏଥିରେ ଅଦାଲତ କଣ କରିପାରି। “ଶିକ୍ଷାର୍ଥୀଙ୍କ ଅବସ୍ଥା ଦେଖି ଆମେ ବି ଦୁଃଖିତ। କିନ୍ତୁ ଆମେ କ’ଣ କରିପାରିବୁ? ଆମେ କ’ଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିପାରିବୁ?” ବୋଲି କହିଛନ୍ତି ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟ ଶିକ୍ଷାର୍ଥୀଙ୍କ ପ୍ରସଙ୍ଗରେ ଆଟର୍ଣ୍ଣି ଜନେରାଲଙ୍କ ସହ ଆଲୋଚନା କରିଛନ୍ତି। ଭାରତ ସରକାର ତାଙ୍କ କାମ କରୁଛନ୍ତି ବୋଲି ସିଜେଆଇ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ କୋର୍ଟଙ୍କୁ କହିଛନ୍ତି ଯେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାର ସବୁକିଛି କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ଏହାର ଜବାବରେ ଛାତ୍ର ମାନଙ୍କ ତରଫରୁ ପ୍ରତିନିଧିତ୍ଵ କରୁଥିବା ଓକିଲ ଏମ୍. ଦାର୍ କହିଛନ୍ତି ଯେ ୟୁକ୍ରେନର ଓଡେସା ମେଡିକାଲ ୟୁନିଭରସିଟିରେ ପଢୁଥିବା ୩୦ ଜଣ ଛାତ୍ର ୟୁକ୍ରେନ ଏବଂ ରୋମାନିଆ ସୀମାରେ କିଛି ଦିନ ଧରି ଅଟକି ରହିଛନ୍ତି। ୟୁକ୍ରେନ ସେନା ସେମାନଙ୍କୁ ସୀମା ପାର କରିବାକୁ ଅନୁମତି ଦେଉନାହିଁ । ସେହି ଛାତ୍ରମାନେ ମାଇନସ୍ ୭ ଡିଗ୍ରୀ ସେଲସିୟସରେ ଖାଦ୍ୟ ଏବଂ ପାଣି ବିନା ସମୟ ବିତାଉଛନ୍ତି।

ଏହା ଉପରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କର କୌଣସି ପୃଥକ ସୂଚନା ନାହିଁ। ସାଧାରଣତଃ, ୟୁକ୍ରେନ ସୈନିକମାନେ ସୀମାରେ ପହଞ୍ଚୁଥିବା ଲୋକଙ୍କୁ ଅନ୍ୟ ଦେଶକୁ ଯିବାକୁ ଅଟକାଉ ନାହାଁନ୍ତି ॥ ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ ତାଙ୍କ ଆବେଦନକୁ ଆଟର୍ଣ୍ଣି ଜେନେରାଲଙ୍କ ନିକଟରେ ଦାଖଲ କରିବା ଉଚିତ୍। ଆଟର୍ଣ୍ଣି ଜେନେରାଲ ସରକାରଙ୍କ ସହ ଆଲୋଚନା କରିନ୍ତୁ। ଏହି ପ୍ରସଙ୍ଗରେ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର