ଡାକ୍ତରଖାନାରେ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା : ନିଜକୁ ଡାକ୍ତର କହି ସିକ୍ୟୁରିଟି ଗାର୍ଡ କଲା ରୋଗୀର ଅସ୍ତ୍ରୋପଚାର !

The Sakala Picture
Published On

ଲାହୋର: ଜଣେ ସିକ୍ୟୁରିଟି ଗାର୍ଡ କରିଛି ରୋଗୀର ଅସ୍ତ୍ରୋପଚାର, ଶୁଣିଲେ ବିଶ୍ୱାସ ହେଉନି । ମାତ୍ର ଏଭଳି ଘଟଣା ସତରେ ଘଟିଛି । ପାକିସ୍ତାନର ଏକ ଡାକ୍ତରଖାନାରେ ଘଟିଛି ଏହି ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା । ଏଠାରେ ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ, ନିଜକୁ ଡାକ୍ତର କହି ମହିଳା ରୋଗୀଙ୍କ ଅସ୍ତ୍ରୋପଚାର କରିଛନ୍ତି । ସୂଚନା ଅନୁସାରେ, ଅସ୍ତ୍ରୋପଚାରର ଦୁଇ ସପ୍ତାହ ପରେ ହଠାତ୍ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା […]

ଲାହୋର: ଜଣେ ସିକ୍ୟୁରିଟି ଗାର୍ଡ କରିଛି ରୋଗୀର ଅସ୍ତ୍ରୋପଚାର, ଶୁଣିଲେ ବିଶ୍ୱାସ ହେଉନି । ମାତ୍ର ଏଭଳି ଘଟଣା ସତରେ ଘଟିଛି । ପାକିସ୍ତାନର ଏକ ଡାକ୍ତରଖାନାରେ ଘଟିଛି ଏହି ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା । ଏଠାରେ ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ, ନିଜକୁ ଡାକ୍ତର କହି ମହିଳା ରୋଗୀଙ୍କ ଅସ୍ତ୍ରୋପଚାର କରିଛନ୍ତି । ସୂଚନା ଅନୁସାରେ, ଅସ୍ତ୍ରୋପଚାରର ଦୁଇ ସପ୍ତାହ ପରେ ହଠାତ୍ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ ଅସ୍ତ୍ରୋପଚାର କରିଥିବା ବ୍ୟକ୍ତି ଡାକ୍ତର ନୁହଁନ୍ତି ବରଂ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ଘଟଣାଟି ହେଉଛି ପାକିସ୍ତାନର ଲାହୋରର ମେୟୋ ହସ୍ପିଟାଲର। କୁହାଯାଇଛି ଯେ, ଏଠାରେ ଶାମିମା ବେଗମ୍ ନାମକ ଜଣେ ୮୦ ବର୍ଷୀୟା ମହିଳା ଦୁଇ ସପ୍ତାହ ପୂର୍ବରୁ ତାଙ୍କ ପିଠିରେ କ୍ଷତ କାରଣରୁ ଅସ୍ତ୍ରୋପଚାର କରିବାକୁ ଯାଇଥିଲେ। ଏବଂ ଶାମିମା ବେଗମଙ୍କ ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ଦ୍ୱାରା ନୁହେଁ, ବରଂ ଡାକ୍ତରଖାନାର ପୂର୍ବତନ ସିକ୍ୟୁରିଟି ଗାର୍ଡ କରିଥିଲେ ।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ବହୁତ ବଡ ଡାକ୍ତରଖାନା। ଏପରି ପରିସ୍ଥିତିରେ, ଆମେ ସବୁବେଳେ ନଜର ରଖିପାରିବୁ ନାହିଁ ଯେ, କିଏ କଣ କରୁଛି କେଉଁଠାକୁ ଯାଉଛି । ଏହାସହ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଅପରେସନ୍ ଥିଏଟରରେ ସୁରକ୍ଷାକର୍ମୀ କେଉଁ ପ୍ରକାର ଅସ୍ତ୍ରୋପଚାର କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେହି ସମୟ ତାଙ୍କ ସହିତ ଜଣେ ଦକ୍ଷ ଟେକ୍ନିସିଆନ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ଅସ୍ତ୍ରୋପଚାର ପରେ ମହିଳା ଜଣକ ତାଙ୍କ ଘରକୁ ପଳାଇଥିଲେ । ଅସ୍ତ୍ରୋପଚାର ପାଇଁ ସେ ଟଙ୍କା ମଧ୍ୟ ଦେଇଥିଲେ। କୁହାଯାଇଛି ଯେ ଅସ୍ତ୍ରୋପଚାର ପରେ ପୂର୍ବତନ ସିକ୍ୟୁରିଟି ଗାର୍ଡ ମଧ୍ୟ ଡ୍ରେସିଂ ପାଇଁ ମହିଳାଙ୍କ ଘରକୁ ଯାଇଥିଲେ, କିନ୍ତୁ ଯେତେବେଳେ ରକ୍ତସ୍ରାବ ଜାରି ରହିଲା ଏବଂ ଯନ୍ତ୍ରଣା ବଢିଗଲା, ପରିବାର ମହିଳାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ଏହି ଘଟଣା ସମ୍ପର୍କରେ ଜାଣିପାରିଥିଲେ। ମହିଳାଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ୍ କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ଲାହୋର ପୋଲିସର ମୁଖପାତ୍ର କହିଛନ୍ତି ଯେ, ଅଭିଯୋଗ ପରେ ପୋଲିସ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି। ସେ ପୂର୍ବରୁ ଅନ୍ୟ ରୋଗୀଙ୍କ ଘରକୁ ଯାଇ ଚିକତ୍ସା ମଧ୍ୟ କରିଛନ୍ତି । ଏଥିସହ ମାୟୋ ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି ଯେ ରୋଗୀମାନଙ୍କଠାରୁ ଟଙ୍କା ଲୁଟି ନେବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ପୂର୍ବତନ ସିକ୍ୟୁରିଟି ଗାର୍ଡକୁ ଦୁଇ ବର୍ଷ ପୂର୍ବେ ନିଲମ୍ବିତ କରାଯାଇଥିଲା। ଆଉ ଏକ ରିପୋର୍ଟ ଅନୁସାରେ ମେ ମାସରେ ଲାହୋର ଜେନେରାଲ ହସ୍ପିଟାଲରେ ଜଣେ ବ୍ୟକ୍ତି ଡାକ୍ତର ଭାବରେ ପରିଚୟ ଦେଇ ସର୍ଜିକାଲ ୱାର୍ଡରେ ରୋଗୀଙ୍କଠାରୁ ଟଙ୍କା ଲୁଟି ଗିରଫ ହୋଇଥିଲେ ।

08 Jun 2021 By The Sakala

ଡାକ୍ତରଖାନାରେ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା : ନିଜକୁ ଡାକ୍ତର କହି ସିକ୍ୟୁରିଟି ଗାର୍ଡ କଲା ରୋଗୀର ଅସ୍ତ୍ରୋପଚାର !

ଲାହୋର: ଜଣେ ସିକ୍ୟୁରିଟି ଗାର୍ଡ କରିଛି ରୋଗୀର ଅସ୍ତ୍ରୋପଚାର, ଶୁଣିଲେ ବିଶ୍ୱାସ ହେଉନି । ମାତ୍ର ଏଭଳି ଘଟଣା ସତରେ ଘଟିଛି । ପାକିସ୍ତାନର ଏକ ଡାକ୍ତରଖାନାରେ ଘଟିଛି ଏହି ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା । ଏଠାରେ ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ, ନିଜକୁ ଡାକ୍ତର କହି ମହିଳା ରୋଗୀଙ୍କ ଅସ୍ତ୍ରୋପଚାର କରିଛନ୍ତି । ସୂଚନା ଅନୁସାରେ, ଅସ୍ତ୍ରୋପଚାରର ଦୁଇ ସପ୍ତାହ ପରେ ହଠାତ୍ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ ଅସ୍ତ୍ରୋପଚାର କରିଥିବା ବ୍ୟକ୍ତି ଡାକ୍ତର ନୁହଁନ୍ତି ବରଂ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ।

ଘଟଣାଟି ହେଉଛି ପାକିସ୍ତାନର ଲାହୋରର ମେୟୋ ହସ୍ପିଟାଲର। କୁହାଯାଇଛି ଯେ, ଏଠାରେ ଶାମିମା ବେଗମ୍ ନାମକ ଜଣେ ୮୦ ବର୍ଷୀୟା ମହିଳା ଦୁଇ ସପ୍ତାହ ପୂର୍ବରୁ ତାଙ୍କ ପିଠିରେ କ୍ଷତ କାରଣରୁ ଅସ୍ତ୍ରୋପଚାର କରିବାକୁ ଯାଇଥିଲେ। ଏବଂ ଶାମିମା ବେଗମଙ୍କ ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ଦ୍ୱାରା ନୁହେଁ, ବରଂ ଡାକ୍ତରଖାନାର ପୂର୍ବତନ ସିକ୍ୟୁରିଟି ଗାର୍ଡ କରିଥିଲେ ।

ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ବହୁତ ବଡ ଡାକ୍ତରଖାନା। ଏପରି ପରିସ୍ଥିତିରେ, ଆମେ ସବୁବେଳେ ନଜର ରଖିପାରିବୁ ନାହିଁ ଯେ, କିଏ କଣ କରୁଛି କେଉଁଠାକୁ ଯାଉଛି । ଏହାସହ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଅପରେସନ୍ ଥିଏଟରରେ ସୁରକ୍ଷାକର୍ମୀ କେଉଁ ପ୍ରକାର ଅସ୍ତ୍ରୋପଚାର କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେହି ସମୟ ତାଙ୍କ ସହିତ ଜଣେ ଦକ୍ଷ ଟେକ୍ନିସିଆନ ମଧ୍ୟ ଉପସ୍ଥିତ ଥିଲେ।

ଅସ୍ତ୍ରୋପଚାର ପରେ ମହିଳା ଜଣକ ତାଙ୍କ ଘରକୁ ପଳାଇଥିଲେ । ଅସ୍ତ୍ରୋପଚାର ପାଇଁ ସେ ଟଙ୍କା ମଧ୍ୟ ଦେଇଥିଲେ। କୁହାଯାଇଛି ଯେ ଅସ୍ତ୍ରୋପଚାର ପରେ ପୂର୍ବତନ ସିକ୍ୟୁରିଟି ଗାର୍ଡ ମଧ୍ୟ ଡ୍ରେସିଂ ପାଇଁ ମହିଳାଙ୍କ ଘରକୁ ଯାଇଥିଲେ, କିନ୍ତୁ ଯେତେବେଳେ ରକ୍ତସ୍ରାବ ଜାରି ରହିଲା ଏବଂ ଯନ୍ତ୍ରଣା ବଢିଗଲା, ପରିବାର ମହିଳାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ଏହି ଘଟଣା ସମ୍ପର୍କରେ ଜାଣିପାରିଥିଲେ। ମହିଳାଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ୍ କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ଲାହୋର ପୋଲିସର ମୁଖପାତ୍ର କହିଛନ୍ତି ଯେ, ଅଭିଯୋଗ ପରେ ପୋଲିସ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି। ସେ ପୂର୍ବରୁ ଅନ୍ୟ ରୋଗୀଙ୍କ ଘରକୁ ଯାଇ ଚିକତ୍ସା ମଧ୍ୟ କରିଛନ୍ତି । ଏଥିସହ ମାୟୋ ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି ଯେ ରୋଗୀମାନଙ୍କଠାରୁ ଟଙ୍କା ଲୁଟି ନେବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ପୂର୍ବତନ ସିକ୍ୟୁରିଟି ଗାର୍ଡକୁ ଦୁଇ ବର୍ଷ ପୂର୍ବେ ନିଲମ୍ବିତ କରାଯାଇଥିଲା। ଆଉ ଏକ ରିପୋର୍ଟ ଅନୁସାରେ ମେ ମାସରେ ଲାହୋର ଜେନେରାଲ ହସ୍ପିଟାଲରେ ଜଣେ ବ୍ୟକ୍ତି ଡାକ୍ତର ଭାବରେ ପରିଚୟ ଦେଇ ସର୍ଜିକାଲ ୱାର୍ଡରେ ରୋଗୀଙ୍କଠାରୁ ଟଙ୍କା ଲୁଟି ଗିରଫ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର