ବିରୋଧୀ ମେଣ୍ଟକୁ ବଡ଼ ସଫଳତା: ୬ ରାଜ୍ୟର ୭ ବିଧାନସଭା ଆସନରୁ ୪ଟିରେ ‘ଇଣ୍ଡିଆ’ ମେଣ୍ଟ ବିଜୟୀ

The Sakala Picture
Published On

ନୂଆଦିଲ୍ଲୀ: ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୪ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପିକୁ ୩ଟି ଆସନ ମିଳିଛି। ସବୁଠାରୁ ବଡ଼ କଥା ହେଲା ଉତ୍ତର ପ୍ରଦେଶର ଘୋଶୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି। ଏଠାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂହ ବିଜେପିର ଦାରା ସିଂହ ଚୌହ୍ୱାନଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ବିଜେପି […]

ନୂଆଦିଲ୍ଲୀ: ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୪ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପିକୁ ୩ଟି ଆସନ ମିଳିଛି। ସବୁଠାରୁ ବଡ଼ କଥା ହେଲା ଉତ୍ତର ପ୍ରଦେଶର ଘୋଶୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି। ଏଠାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂହ ବିଜେପିର ଦାରା ସିଂହ ଚୌହ୍ୱାନଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ବିଜେପି ତ୍ରିପୁରାର ବକ୍ସନଗର ଏବଂ ଧନପୁର ଆସନରୁ ବିଜୟୀ ହେବା ସହିତ ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ ମଧ୍ୟ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଅନ୍ୟପକ୍ଷରେ କେରଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପୁଅ ତଥା କଂଗ୍ରେସ ନେତା ଚାଣ୍ଡି ଓମେନ ୩୬ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୁଥୁପ୍ପାଲୀ ଆସନରୁ ସିପିଆଇ(ଏମ୍) ପ୍ରାର୍ଥୀ ଜ୍ୟାକ୍ ସି ଥୋମାସଙ୍କୁ ପରାସ୍ତ କରିଛନ୍ତି ଚାଣ୍ଡି ଓମେନ୍। ସେହିପରି ଝାଡ଼ଖଣ୍ଡର ଧୁମ୍ରି ଆସନରୁ ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବେବି ଦେବୀ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଗଡ଼ରେ ଏଥର ମମତାଙ୍କ ଟିଏମସି ବିଜୟୀ ହୋଇଛି। ଧୁପ୍ଗୁଡ଼ି ନିର୍ବାଚନ ମଣ୍ଡଳୀରେ ଟିଏମ୍ସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର