ୟୁକ୍ରେନ୍‌ରେ ଅଟକିଛନ୍ତି ଝିଅ, ଫ୍ଲାଇଟ୍ ଟିକେଟ କରାଇଦେବାକୁ ମା’ଙ୍କ ପାଖରୁ ଦଲାଲ ଠକିନେଲା ଟଙ୍କା

The Sakala Picture
Published On

ଭୋପାଳ : ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣ ପରେ ହଜାର ହଜାର ଭାରତୀୟ ସେଠାରେ ଅଟକି ରହିଛନ୍ତି। ଅନେକ ଭାରତୀୟ ଫେରିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି। ଏବେ ସେଠିକାର ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି । ଏପରି ସ୍ଥଳେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ବାପା, ମା’ଙ୍କ ମଧ୍ୟରେ ନାହିଁନଥିବା ଭୟ । ସେଠୁ ନିଜ ପିଲାମାନେ କିପରି ଫେରିବେ […]

ଭୋପାଳ : ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣ ପରେ ହଜାର ହଜାର ଭାରତୀୟ ସେଠାରେ ଅଟକି ରହିଛନ୍ତି। ଅନେକ ଭାରତୀୟ ଫେରିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି। ଏବେ ସେଠିକାର ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି । ଏପରି ସ୍ଥଳେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ବାପା, ମା’ଙ୍କ ମଧ୍ୟରେ ନାହିଁନଥିବା ଭୟ । ସେଠୁ ନିଜ ପିଲାମାନେ କିପରି ଫେରିବେ ସେହି ଚିନ୍ତାରେ ଅଭିଭାବକ । ଆଉ ଏହାର ଫାଇଦା ଉଠାଇଛନ୍ତି କିଛି ଦଲାଲ ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ମଧ୍ୟପ୍ରଦେଶରେ ବିଦିଶା ଜିଲ୍ଲାରେ ବାସ କରୁଥିବା ବୈଶାଳୀ ୱିଲ୍‌ସନ୍ ୟୁକ୍ରେନରେ ଫସି ରହିଥିବା ତାଙ୍କ ଝିଅକୁ ଫେରାଇ ଆଣିବାକୁ ନେଇ ଖୁବ୍ ଚିନ୍ତିତ । ହେଲେ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ ମିଳିବା ତ ଦୂରର କଥା ବରଂ ତାଙ୍କ ଅସହାୟତାର ଫାଇଦା ଉଠାଯାଉଛି । ନିକଟରେ ପିଏମଓ ନାଁରେ ସେ ଠକାମୀର ଶିକାର ହୋଇଛନ୍ତି ଓ ଟିକେଟ୍ ନା’ରେ ତାଙ୍କଠାରୁ ୪୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବୈଶାଳୀଙ୍କ କହିବାନୁଯାୟୀ, ବୁଧବାର ଦ୍ୱିପ୍ରହରରେ ତାଙ୍କ ପାଖକୁ ପ୍ରିନ୍ସ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ ଆସିଥିଲା । ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ବ୍ୟକ୍ତିଗତ ସହାୟକ ବୋଲି ପରିଚୟ ଦେଇଥିଲେ । ସେ ୟୁକ୍ରେନରୁ ତାଙ୍କ ଝିଅ ଏବଂ ତା’ର ଜଣେ ବାନ୍ଧବୀଙ୍କୁ ଫେରାଇ ଆଣିବାକୁ କହିଥିଲେ ଏବଂ ଟିକେଟ୍ ଟଙ୍କା ଜମା କରିବାକୁ ଆକାଉଣ୍ଟ ନମ୍ବର ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଝିଅକୁ ଫେରାଇ ଆଣିବାକୁ ବୈଶାଳୀ ୨୧ ହଜାର ଟଙ୍କା ଲେଖାଏଁ ଦୁଇଟି ଟିକଟ ପାଇଁ ୪୨ ହଜାର ଟଙ୍କା ସେହି ଆକାଉଣ୍ଟରେ ଜମା କରିଥିଲେ । ୨୪ ଘଣ୍ଟା ପରେ ମଧ୍ୟ ଟିକେଟ୍ ସମ୍ବନ୍ଧରେ କୌଣସି ସୂଚନା ନ ପାଇବାରୁ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ସେଠାରୁ ସେ ଜାଣିବାକୁ ପାଇଲେ ଯେ ପ୍ରିନ୍ସ ନାମକ କୌଣସି କର୍ମଚାରୀ ସେଠାରେ କାମ କରନ୍ତି ନାହିଁ । ଅପରପକ୍ଷେ, ପ୍ରିନ୍ସ ନାମକ ବ୍ୟକ୍ତିକୁ ଫୋନ୍ କରି ଟିକେଟ୍ ବିଷୟରେ ପଚାରିବାରୁ ସେ କଥାକୁ ଏଡ଼ାଇ ଦେଇଥିଲା । ଏହାପରେ ଠକାମୀର ଶିକାର ହୋଇଥିବା ନେଇ ବୈଶାଳୀଙ୍କୁ ସନ୍ଦେହ ହୋଇଥିଲା ଓ ସେ ଏତଲା ଦେବାକୁ ଥାନାକୁ ଯାଇଥିଲେ ।  ପୁଲିସ ଅଭିଯୋଗ ଆବେଦନ ଗ୍ରହଣ କରିବା ସହିତ ସାଇବର ପୁଲିସର ତଦନ୍ତ ପରେ ଏତଲା ଦାୟର କରିବାକୁ କହିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଝିଅ ବିଦେଶରେ ଅଟକିଛି ବୋଲି ଦୁଃଖରେ ଥିବା ମା’ କିଛି ଆଗପଛ ଚିନ୍ତା ନକରି ଠକର ଆକାଉଣ୍ଟରେ ୪୨ ହଜାର ଟଙ୍କା ଡିପୋଜିଟ କରିଦେଇଥିଲେ। କିନ୍ତୁ ୨ ଦିନ ପରେ ମଧ୍ୟ ବିମାନ ଟିକେଟ ମିଳି ନଥିଲା। ଏହା ପରେ ସେ ପୁଲିସ ନିକଟରେ ସମସ୍ତ ଘଟଣା କହିଥିଲେ। ଏହାରି ମଧ୍ୟରେ ଠକ ୫୯୦୦ ଟଙ୍କା ଫେରାଇ ଦେଇଥିବା ବେଳେ ବାକି ଟଙ୍କା ଖୁବ ଶୀଘ୍ର ଫେରାଇବି ବୋଲି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର