୬୦ ଫୁଟର ବୋରୱେଲକୁ ଖସିପଡିଲା ୮ ବର୍ଷର ବାଳକ, ଉଦ୍ଧାର କାର୍ଯ୍ଯ ଜାରି…

The Sakala Picture
Published On

ବିଦିଶା : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ବାଳକ ବୋରୱଲକୁ ଖସିପଡିଥିବା ଜଣାପଡ଼ିଛି। ବୋରୱେଲର ଗଭୀରତା ପାଖାପାଖି ୬୦ ଫୁଟ ହେବ ବୋଲି ଜଣାପଡ଼ିଛି। ଉକ୍ତ ପିଲାଟିକୁ ବୋରୱେଲରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଘଟଣା ଲଟେରୀ ତହସିଲର ଆନନ୍ଦପୁର ଗାଁରେ ଘଟିଛି। ବୋରୱେଲରେ ଗଳିପଡିଥିବା ବାଳକର ନାମ ଲୋକେଶ ବୋଲି ଜଣାପଡିଛି। ପିଲା ବୋରୱେଲରେ ଗଳିପଡିଥିବା ଜଣାପଡିବାମାତ୍ରେ ପ୍ରଶାସନକୁ ଖବର ଦିଆଯାଇଥିଲା। ପ୍ରଶାସନ […]

ବିଦିଶା : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ବାଳକ ବୋରୱଲକୁ ଖସିପଡିଥିବା ଜଣାପଡ଼ିଛି। ବୋରୱେଲର ଗଭୀରତା ପାଖାପାଖି ୬୦ ଫୁଟ ହେବ ବୋଲି ଜଣାପଡ଼ିଛି। ଉକ୍ତ ପିଲାଟିକୁ ବୋରୱେଲରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଘଟଣା ଲଟେରୀ ତହସିଲର ଆନନ୍ଦପୁର ଗାଁରେ ଘଟିଛି। ବୋରୱେଲରେ ଗଳିପଡିଥିବା ବାଳକର ନାମ ଲୋକେଶ ବୋଲି ଜଣାପଡିଛି। ପିଲା ବୋରୱେଲରେ ଗଳିପଡିଥିବା ଜଣାପଡିବାମାତ୍ରେ ପ୍ରଶାସନକୁ ଖବର ଦିଆଯାଇଥିଲା। ପ୍ରଶାସନ ଖବର ପାଇ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏହି ଘଟଣାଟି ଆନନ୍ଦପୁରଠାରୁ ୩ କିଲୋମିଟର ଦୂରରେ ଘଟିଛି। ପିଲାଟି ପିତାମାତାଙ୍କ ସହ ବିଲକୁ ଯାଇଥିଲା ଓ ସେଠାରେ ଖେଳୁଥିଲା। ଖେଳିବା ବେଳେ ପିଲାଟି ଦୁର୍ଘଟଣାର ଶିକାର ହୋଇଛି। ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏ ବାବଦେ ପ୍ରଶାସନକୁ ସୂଚିତ କରିବାମାତ୍ରେ ଏସଡିଏମ ହର୍ଷିଲ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ସୂଚନା ମିଳିବା ପରେ ଡିଏମ ଉମାଶଙ୍କର ଭାର୍ଗବ ମଧ୍ୟ ଗାଁକୁ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ଉଦ୍ଧାର କାର୍ଯ୍ଯ ପାଇଁ ବୁଲଡୋଜର ଜରିଆରେ ବୋରୱେଲର ଆଖପାଖରେ ମାଟି ଖୋଳା ଯାଉଛି। ଏହା ବ୍ୟତୀତ ବୋରୱେଲରେ ପଡିଥିବା ପିଲା ନିକଟକୁ ପାଇପ୍‌ ଯୋଗେ ଅକ୍ସିଜେନ ପଠାଯାଇଛି। ଘଟଣାସ୍ଥଳକୁ ଡାକ୍ତରଙ୍କ ସମେତ ଅନ୍ୟ ଚିକିତ୍ସା କର୍ମୀମାନେ ମଧ୍ୟ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁସାରେ ଯେଉଁ ସ୍ଥାନରେ ବୋରୱେଲ ଖୋଳା ଯାଇଛି ସେଠାରେ ଧନିଆ ଚାଷ କରାଯାଇଛି। ଯେଉଁଥିପାଇଁ ଏହା ଦୃଶ୍ୟମାନ ହେଉ ନ ଥିଲା। ବୋଧହୁଏ ସେଥିପାଇଁ ପିଲାଟି ଖସିପଡିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

14 Mar 2023 By The Sakala

୬୦ ଫୁଟର ବୋରୱେଲକୁ ଖସିପଡିଲା ୮ ବର୍ଷର ବାଳକ, ଉଦ୍ଧାର କାର୍ଯ୍ଯ ଜାରି…

ବିଦିଶା : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ବାଳକ ବୋରୱଲକୁ ଖସିପଡିଥିବା ଜଣାପଡ଼ିଛି। ବୋରୱେଲର ଗଭୀରତା ପାଖାପାଖି ୬୦ ଫୁଟ ହେବ ବୋଲି ଜଣାପଡ଼ିଛି। ଉକ୍ତ ପିଲାଟିକୁ ବୋରୱେଲରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଘଟଣା ଲଟେରୀ ତହସିଲର ଆନନ୍ଦପୁର ଗାଁରେ ଘଟିଛି। ବୋରୱେଲରେ ଗଳିପଡିଥିବା ବାଳକର ନାମ ଲୋକେଶ ବୋଲି ଜଣାପଡିଛି। ପିଲା ବୋରୱେଲରେ ଗଳିପଡିଥିବା ଜଣାପଡିବାମାତ୍ରେ ପ୍ରଶାସନକୁ ଖବର ଦିଆଯାଇଥିଲା। ପ୍ରଶାସନ ଖବର ପାଇ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି।

ଏହି ଘଟଣାଟି ଆନନ୍ଦପୁରଠାରୁ ୩ କିଲୋମିଟର ଦୂରରେ ଘଟିଛି। ପିଲାଟି ପିତାମାତାଙ୍କ ସହ ବିଲକୁ ଯାଇଥିଲା ଓ ସେଠାରେ ଖେଳୁଥିଲା। ଖେଳିବା ବେଳେ ପିଲାଟି ଦୁର୍ଘଟଣାର ଶିକାର ହୋଇଛି। ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏ ବାବଦେ ପ୍ରଶାସନକୁ ସୂଚିତ କରିବାମାତ୍ରେ ଏସଡିଏମ ହର୍ଷିଲ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ସୂଚନା ମିଳିବା ପରେ ଡିଏମ ଉମାଶଙ୍କର ଭାର୍ଗବ ମଧ୍ୟ ଗାଁକୁ ଯାଇଛନ୍ତି।

ଉଦ୍ଧାର କାର୍ଯ୍ଯ ପାଇଁ ବୁଲଡୋଜର ଜରିଆରେ ବୋରୱେଲର ଆଖପାଖରେ ମାଟି ଖୋଳା ଯାଉଛି। ଏହା ବ୍ୟତୀତ ବୋରୱେଲରେ ପଡିଥିବା ପିଲା ନିକଟକୁ ପାଇପ୍‌ ଯୋଗେ ଅକ୍ସିଜେନ ପଠାଯାଇଛି। ଘଟଣାସ୍ଥଳକୁ ଡାକ୍ତରଙ୍କ ସମେତ ଅନ୍ୟ ଚିକିତ୍ସା କର୍ମୀମାନେ ମଧ୍ୟ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁସାରେ ଯେଉଁ ସ୍ଥାନରେ ବୋରୱେଲ ଖୋଳା ଯାଇଛି ସେଠାରେ ଧନିଆ ଚାଷ କରାଯାଇଛି। ଯେଉଁଥିପାଇଁ ଏହା ଦୃଶ୍ୟମାନ ହେଉ ନ ଥିଲା। ବୋଧହୁଏ ସେଥିପାଇଁ ପିଲାଟି ଖସିପଡିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର