ଖାରକିଭରେ ଋଷର ଘନ ଘନ ବୋମା ଓ ମିଜାଇଲ ମାଡ଼

The Sakala Picture
Published On

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ  ହସ୍ପିଟାଲ ଉପରେ ରୁଷ ସେନା […]

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ  ହସ୍ପିଟାଲ ଉପରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ପୁଣି ବିସ୍ଫୋରଣରେ ପୁଲିସ ଏକାଡେମୀ ଓ ପୁଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଖାରକିଭରେ ଋଷର ଆକ୍ରମଣରେ ବର୍ତମାନ ସୁଦ୍ଧାର ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସେପଟେ ରାଜଧାନୀ କିଭରେ ମଧ୍ଯ ଘନ ଘନ ବୋମାମାଡ଼ ହେଉଛି ।  ସହରଠାରୁ ୧୯ ମାଇଲ୍ ଦୂରରେ ରହିଛି ଋଷର ବିଶାଳ ସେନାବାହିନୀ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଅନ୍ଯପଟେ,  ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ ଦାବି କରିଛନ୍ତି। ୬ ଦିନରେ ରୁଷର ୬୦୦୦ ସୈନ୍ୟ ମିରିଥିବା ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର