ଖାରକିଭରେ ଋଷର ଘନ ଘନ ବୋମା ଓ ମିଜାଇଲ ମାଡ଼
କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ ହସ୍ପିଟାଲ ଉପରେ ରୁଷ ସେନା […]
କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ ହସ୍ପିଟାଲ ଉପରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ପୁଣି ବିସ୍ଫୋରଣରେ ପୁଲିସ ଏକାଡେମୀ ଓ ପୁଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଖାରକିଭରେ ଋଷର ଆକ୍ରମଣରେ ବର୍ତମାନ ସୁଦ୍ଧାର ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ
ସେପଟେ ରାଜଧାନୀ କିଭରେ ମଧ୍ଯ ଘନ ଘନ ବୋମାମାଡ଼ ହେଉଛି । ସହରଠାରୁ ୧୯ ମାଇଲ୍ ଦୂରରେ ରହିଛି ଋଷର ବିଶାଳ ସେନାବାହିନୀ ।
ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ
ଅନ୍ଯପଟେ, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ ଦାବି କରିଛନ୍ତି। ୬ ଦିନରେ ରୁଷର ୬୦୦୦ ସୈନ୍ୟ ମିରିଥିବା ସେ କହିଛନ୍ତି।






