ଏନ୍କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଆଜୀବନ ଜେଲ୍, ୧୧୨ ଗ୍ୟାଙ୍ଗଷ୍ଟରଙ୍କୁ କରିଥିଲେ ଏନକାଉଣ୍ଟର
ମୁମ୍ବାଇ: ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ଷ୍ପେସାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବମ୍ବେ ହାଇକୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଚାକିରି ଜୀବନକାଳରେ ପ୍ରଦୀପ ୧୧୨ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟରରେ ନିପାତ କରିଥିବା କୁହାଯାଉଛି। ୨୦୦୬ରେ ଏକ ମିଥ୍ୟା ଏନକାଉଣ୍ଟରରେ ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ରାମନାରାୟଣ ଗୁପ୍ତା ଓରଫ ଲକ୍ଷ୍ମଣ ଭୈୟାକୁ ହତ୍ୟା କରିଥିବା ଅପରାଧରେ ପ୍ରଦୀପଙ୍କୁ ଏହି ଦଣ୍ଡାଦେଶ ମିଳିଛି। ଏହି ମାମଲାରେ ମୁମ୍ବାଇର ଏକ ଅଦାଲତରେ ପ୍ରଦୀପ ୧୧ବର୍ଷ ତଳେ ଦୋଷମୁକ୍ତ ହୋଇଥିଲେ। ଅଣ୍ଡରୱାର୍ଲଡ ସହ […]
ମୁମ୍ବାଇ: ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ଷ୍ପେସାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବମ୍ବେ ହାଇକୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଚାକିରି ଜୀବନକାଳରେ ପ୍ରଦୀପ ୧୧୨ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟରରେ ନିପାତ କରିଥିବା କୁହାଯାଉଛି। ୨୦୦୬ରେ ଏକ ମିଥ୍ୟା ଏନକାଉଣ୍ଟରରେ ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ରାମନାରାୟଣ ଗୁପ୍ତା ଓରଫ ଲକ୍ଷ୍ମଣ ଭୈୟାକୁ ହତ୍ୟା କରିଥିବା ଅପରାଧରେ ପ୍ରଦୀପଙ୍କୁ ଏହି ଦଣ୍ଡାଦେଶ ମିଳିଛି। ଏହି ମାମଲାରେ ମୁମ୍ବାଇର ଏକ ଅଦାଲତରେ ପ୍ରଦୀପ ୧୧ବର୍ଷ ତଳେ ଦୋଷମୁକ୍ତ ହୋଇଥିଲେ। ଅଣ୍ଡରୱାର୍ଲଡ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଅଗଷ୍ଟ ୨୦୦୮ରେ ପ୍ରଦୀପଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । କିନ୍ତୁ ମହାରାଷ୍ଟ୍ର ପ୍ରଶାସନିକ ଟ୍ରିବ୍ୟୁନାଲର ଆଦେଶକ୍ରମେ ମେ ’ ୨୦୦୯ରେ ସେ ତାଙ୍କ ଚାକିରୀ ଫେରିପାଇଥିଲେ।
୨୦୦୬ରେ ମିଥ୍ୟା ଏନକାଉଣ୍ଟରରେ ରାମନାରାୟଣ ଗୁପ୍ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୧୦ରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା । ପ୍ରାୟ ୪ବର୍ଷ ଜେଲରେ ରହିବା ପରେ ୨୦୧୩ରେ ସେ ଦୋଷମୁକ୍ତ ହୋଇ ଜେଲରୁ ଛାଡ଼ ପାଇଥିଲେ । ୨୦୧୭ରେ ସେ ପୁଲିସ ଫୋର୍ସରେ ପୁନଃବାହଲ ହୋଇଥିଲେ । ତାଙ୍କୁ ଥାନେ ପୁଲିସର ଆଣ୍ଟି ଏକ୍ସଷ୍ଟରସନ ସେଲ’ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୯ ଜୁଲାଇରେ ସେ ପୁଲିସ୍ ଚାକିରୀରୁ ଇସ୍ତଫା ଦେଇ ସେତେବେଳେ ଅବିଭକ୍ତ ଥିବା ଶିବ ସେନାରେ ଯୋଗଦେଇଥିଲେ । ମୁମ୍ବାଇର ନାଲାସୋପାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଶିବସେନା ଟିକେଟରେ ନିର୍ବାଚନ ଲଢ଼ି ହାରିଥଲେ । ୨୦୨୧ରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ରଖାଯାଇଥିବା ମାମଲାରେ ତାଙ୍କ ନାମ ଉଠିବାରୁ ଓ ମନସୁଖ ହିରେନ୍ ହତ୍ୟା ମାମଲାରେ ସଂପୃକ୍ତ ଥିବାରୁ ପ୍ରଦୀପଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଗିରଫ କରିଥିଲା । ସେ ରାମନାରାୟଣ ଗୁପ୍ତା ହତ୍ୟା ମାମଲାରେ ଜିଲ୍ଲା କୋର୍ଟରେ ଦୋଷମୁକ୍ତ ହୋଇଥିଲେ କିନ୍ତୁ ସେହି ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟ ଆଜି ତାଙ୍କୁ ଦୋଷୀ ରାୟ ଦେଇ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି ।
ପ୍ରଦୀପ ଶର୍ମା କିଏ
ପ୍ରଦୀପ ହେଉଛନ୍ତି ମହାରାଷ୍ଟ୍ର ପୁଲିସର ବହୁ ଚର୍ଚ୍ଚିତ ୧୯୮୩ ବ୍ୟାଚ୍ ଅଧିକାରୀ ଯେଉଁ ବ୍ୟାଚ୍ରେ ପ୍ରଦୀପଙ୍କ ବ୍ୟତୀତ ବିଜୟ ସଲାସକର,ପ୍ରଫୁଲ ଭୋସଲେ,ରବିନ୍ଦ୍ର ଆଙ୍ଗେରେ ଏବଂ ବିନାୟକ ସାଉଦେଙ୍କ ଭଳି ଯୁବ ପୁଲିସ ଅଧିକାରୀ ସାମିଲ ଥିଲେ।ଏମାନେ ମୁମ୍ବାଇ ଅଣ୍ଡରୱାର୍ଲଡ ସାମ୍ରାଜ୍ୟ ବିରୋଧରେ ଲଢେଇ କରିଥିଲେ।ଦାଉଦ ଇବ୍ରାହିମ୍,ଛୋଟା ରାଜନ,ଅରୁଣ ଗ୍ବାଲି, ଅମର ନାଏକ ଗ୍ୟାଙ୍ଗ ଭଳି ମୁମ୍ବାଇରେ ଉତ୍ପାତ କରୁଥିବା ବହୁ ଗ୍ୟାଙ୍ଗ ବିରୋଧରେ ଅପରେସନ ଚଳାଇଥିଲେ।୧୯୯୯ରେ ପ୍ରଦୀପ ଛୋଟା ରାଜନର ସହଯୋଗୀ ବିନୋଦ ମାତ୍କରକୁ ନିପାତ କରିଥିଲା ବେଳେ ସେହିବର୍ଷ ଦାଉଦ ଗୋଷ୍ଠୀର ଅନ୍ୟତମ ପ୍ରମୁଖ ସଦସ୍ୟ ସାଦ୍ଦିକ କାଲିଆକୁ ମଧ୍ୟ ଏନକାଉଣ୍ଟର କରିଥିଲେ।ସେହିପରି ୨୦୦୩ରେ ପ୍ରଦୀପ ଲସ୍କର-ଏ-ତୋଏବା ଆତଙ୍କବାଦୀ ଗୋଷ୍ଠୀର ୩ ଆତଙ୍କବାଦୀଙ୍କୁ ଗୋରେଗାଓଁରେ ଏନକାଉଣ୍ଟର କରିଥିଲେ।ଏମାନଙ୍କ ମଧ୍ୟରେ ଦୁଇ ଜଣ ପାକିସ୍ତାନୀ ନାଗରିକ ଥିଲେ। କିନ୍ତୁ ଅଣ୍ଡରୱାର୍ଲଡ ସହ ଲିଙ୍କ ରଖିବା ଅଭିଯୋଗରେ ତାଙ୍କୁ ୨୦୦୮ରେ ଚାକିରିରୁ ବିଦା କରିଦିଆଯାଇଥିଲା। ହେଲେ ମହାରାଷ୍ଟ୍ର ପ୍ରଶାସନିକ ଟ୍ରିବ୍ୟୁନାଲ ନିଷ୍ପତ୍ତିକ୍ରମେ ସେ ପୁଣି ୨୦୦୯ରେ ନିଜ ପଦବୀକୁ ଫେରିଥିଲେ।