ଲାହୋରରେ ଭୟଙ୍କର ବୋମା ବିସ୍ଫୋରଣ; ତିନି ମୃତ, ୨୦ ଆହତ

The Sakala Picture
Published On

ଇସଲାମାବାଦ: ପାକିସ୍ତାନର ଲାହୋରରେ ଘଟିଛି ଭୟଙ୍କର ସିରିଜ ବୋମା ବିସ୍ଫୋରଣ। ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଏହି ବିସ୍ଫୋରଣ। ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତିକମରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ […]

ଇସଲାମାବାଦ: ପାକିସ୍ତାନର ଲାହୋରରେ ଘଟିଛି ଭୟଙ୍କର ସିରିଜ ବୋମା ବିସ୍ଫୋରଣ। ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଏହି ବିସ୍ଫୋରଣ। ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତିକମରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କେତେକ ଗାଡି ମଟର ମଧ୍ୟ ଖଣ୍ଡ ବିଖଣ୍ଡିତ ହୋଇପଡିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାହୋର ପୋଲିସର ମୁଖପାତ୍ର ରାଣା ଅରିଫ୍ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ବୋମାଟି ଏକ ମୋଟର ସାଇକେଲରେ ଲଗାଯାଇଥିଲା ବୋଲି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ କିଛି କୁହାଯାଇପାରିବ ବୋଲି କହିଛନ୍ତି ଲାହୋର ପୋଲିସର ଡିଆଇଜି ଅପରେସନ୍ ଅବିଦ ଖାନ୍। ଏହି ବିସ୍ଫୋରଣ ପାଇଁ ୧.୫ କିଲାେଗ୍ରାମର ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରାଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ୧ଟା ୪୪ ମି.ରେ ହୋଇଥିଲା ବେଳେ ଗୋଟିଏ କୋଠା ଭାଙ୍ଗିବା ସହ ୮ଟି ମୋଟର ସାଇକେଲ୍ ପୋଡି ଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର