ଭୟଙ୍କର ବୋମା ବିସ୍ଫୋରଣରେ ଥରିଲା ନାଇଜେରିଆ; ୫୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ

The Sakala Picture
Published On

ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ନସାରାଓ୍ବାରୁ ବେନ୍ୟୁକୁ କିଛି ଗୋ-ପାଳକ ଗୋରୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ । ସେହି […]

ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସୂଚନା ଅନୁଯାୟୀ ନସାରାଓ୍ବାରୁ ବେନ୍ୟୁକୁ କିଛି ଗୋ-ପାଳକ ଗୋରୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ । ସେହି ସମୟରେ ହଠାତ୍ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଆଉ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା । ବିସ୍ଫାରଣ ପରେ ୫୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତରଙ୍କ ପରିଚୟ ମିଳିନାହିଁ । ଏପରି ଭୟଙ୍କର ବିସ୍ଫୋରଣ ପଛରେ କାହାର ହାତ ଅଛି ତାହାର ସୂଚନା ମିଳିନାହିଁ । ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରି ଛାନବିନ୍ କରୁଛି ସୁରକ୍ଷା ଏଜେନ୍ସି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଏହି ଘଟଣାକୁ ନେଇ ନସାରାଓ୍ବା ରାଜ୍ୟପାଳ ଗଭୀର ଦଃଖ ପ୍ରକାଶ କରିଛନ୍ତି । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡି ନାହିଁ । ବିସ୍ଫାରଣ କିପରି ଏବଂ କାହିଁକି ହୋଇଛି ତାହା ତଦନ୍ତ କରାଯାଉଛି ଏବଂ ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଖୋଜି ବାହାର କରାଯିବ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର