ପଶ୍ଚିମବଙ୍ଗ ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ

The Sakala Picture
Published On

କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ସ୍ତିତ ଅର୍ଜୁନ ନଗର ଅଞ୍ଚଳରେ ରହୁଥିବା ତ୍ରୁଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସର ସୂଚନା ମୁତାବକ ଟିଏମସିର ବୁଥ୍ ସଭାପତିଙ୍କ ନେରିବିଲା ଗାଁରେ ଥିବା ରାଜକୁମାର ମାନ୍ନାଙ୍କ ବାସଭବନରେ ଶୁକ୍ରବାର ରାତି ୧୧.୧୫ମିନିଟର ବିସ୍ଫୋରଣ […]

କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ସ୍ତିତ ଅର୍ଜୁନ ନଗର ଅଞ୍ଚଳରେ ରହୁଥିବା ତ୍ରୁଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସର ସୂଚନା ମୁତାବକ ଟିଏମସିର ବୁଥ୍ ସଭାପତିଙ୍କ ନେରିବିଲା ଗାଁରେ ଥିବା ରାଜକୁମାର ମାନ୍ନାଙ୍କ ବାସଭବନରେ ଶୁକ୍ରବାର ରାତି ୧୧.୧୫ମିନିଟର ବିସ୍ଫୋରଣ ହୋଇଥିଲା । ଏଥିରେ ବାସଭବନଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଛାତ ପୂରା ଉଡି ଯାଇଛି। ଏଥିସହ ଘରଟି ସମ୍ପୂର୍ଣ୍ଣ ନଷ୍ଟ ମଧ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଯେ ଟିଏମସି ନେତାଙ୍କ ଘରେ ବୋମା ତିଆରି କରାଯାଉଥିଲା । ସେଥିପାଇଁ ଏହି ବିସ୍ଫୋରଣ ଘଟିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର