କ୍ଷମତା ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ସର୍ବୋଚ୍ଚ ନେତା ଅଖୁଣ୍ଡଜାଦାଙ୍କୁ ହତ୍ୟା ଏବଂ ମୁଲ୍ଲା ବରାଦରଙ୍କୁ ବନ୍ଧକ !

The Sakala Picture
Published On

କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ବ୍ରିଟିଶ ମାଗାଜିନର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କୁ ହତ୍ୟା କରାଯିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ମଧ୍ୟ ବନ୍ଧକ […]

କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ବ୍ରିଟିଶ ମାଗାଜିନର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କୁ ହତ୍ୟା କରାଯିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି । କ୍ଷମତା ପାଇଁ ହକ୍କାନି ଗୋଷ୍ଠୀ ସହ ଏହି ସଂଘର୍ଷରେ ମୁଲ୍ଲା ବରାଦରଙ୍କୁ ସବୁଠୁ ବେଶି ଝଟକା ଲାଗିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସରକାର ଗଠନ କରିବାକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମୁଲ୍ଲା ବରାଦର ନେଉଥିବା ବେଳେ ଅନ୍ୟପଟେ ରହିଛି ହକ୍କାନୀ ନେଟୱର୍କ ଯିଏ କି ସଂପୂର୍ଣ୍ଣ ଭାବେ ପାକ୍‌ କଥାରେ ପରିଚାଳିତ ହୋଇଥାଏ। ହକ୍କାନୀ ନେଟୱର୍କର ସଂଗଠନକୁ ଆମେରିକା ପକ୍ଷରୁ ଆତଙ୍କୀର ମାନ୍ୟତା ମିଳିଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବ୍ରିଟେନର ଉକ୍ତ ମାଗାଜିନ୍ ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବରରେ ତାଲିବାନର ଉଭୟ ଗୋଷ୍ଠୀଙ୍କ ଏକ ବୈଠକ ହୋଇଥିଲା । ଏଥିରେ ହକ୍କାନି ନେତା ଖଲିଲ-ଉଲ-ରହମାନ ହକ୍କାନି ତାଙ୍କ ଚେୟାରରୁ ଉଠିପଡ଼ି ହଠାତ୍ ବରାଦରଙ୍କୁ ପିଟିବା ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ ସମୁଦାୟର ମାନ୍ୟତା ପାଇବା ପାଇଁ ଅଣ-ତାଲିବାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ସାମିଲ କରିବାକୁ ବରାଦର କ୍ରମାଗତ ଭାବେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ହକ୍କାନି ଗୋଷ୍ଠୀ ବରାଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହାକୁ ନେଇ ଝଗଡ଼ା ପରେ ବରାଦର କିଛି ଦିନ ନିଖୋଜ ଥିଲେ ଏବଂ ଏବେ ତାଙ୍କୁ ପୁଣି ଥରେ କାନ୍ଦାହାରରେ ଦେଖିବାକୁ ମିଳିଛି | ରିପୋର୍ଟ ଅନୁଯାୟୀ, ବରାଦର କିଛି ଆଦିବାସୀ ନେତାଙ୍କୁ ଭେଟିଛନ୍ତି, ଯାହାର ସମର୍ଥନ ତାଙ୍କୁ ମଧ୍ୟ ମିଳିଛି। ତେବେ ବରାଦରଙ୍କୁ ଚାପ ପକାଇ ତାଙ୍କ ମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଭିଡିଓ ବାର୍ତ୍ତାରୁ ବରାଦରଙ୍କୁ ବନ୍ଧକ ରଖାଯାଇଥିବା ସଙ୍କେତ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର