ଜମ୍ମୁରେ ବ୍ଲାକ୍‌ଆଉଟ୍, ପାକିସ୍ତାନୀ ଡ୍ରୋନକୁ ଆକାଶରେ ନଷ୍ଟ କଲା ଭାରତ

The Sakala Picture
Published On

ଆଦିଲ୍ଲୀ: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନରେ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିଛି । ଜମ୍ମୁ, ପୋଖରାନ ସମେତ ଅନେକ ସ୍ଥାନରେ ପାକିସ୍ତାନ ଡ୍ରୋନରେ ଆକ୍ରମଣ କରିଛି, ଯାହାକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଛି । ଜମ୍ମୁର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଜମ୍ମୁ, ପଠାନକୋଟ, ପୋଖରନ, ପୁଞ୍ଛ, ସାମ୍ୱା ଆଦି ସ୍ଥାନରେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍ କରାଯାଇଛି। ଏହାପରେ ଲଗାତାର ସାଇରନ୍ ଶବ୍ଦ ଶୁଣିବାକୁ ମିଳିଛି। ଜମ୍ମୁ […]

ଆଦିଲ୍ଲୀ: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନରେ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିଛି । ଜମ୍ମୁ, ପୋଖରାନ ସମେତ ଅନେକ ସ୍ଥାନରେ ପାକିସ୍ତାନ ଡ୍ରୋନରେ ଆକ୍ରମଣ କରିଛି, ଯାହାକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଛି । ଜମ୍ମୁର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଜମ୍ମୁ, ପଠାନକୋଟ, ପୋଖରନ, ପୁଞ୍ଛ, ସାମ୍ୱା ଆଦି ସ୍ଥାନରେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍ କରାଯାଇଛି। ଏହାପରେ ଲଗାତାର ସାଇରନ୍ ଶବ୍ଦ ଶୁଣିବାକୁ ମିଳିଛି। ଜମ୍ମୁ ବ୍ୟତୀତ, ପଞ୍ଜାବର ପଠାନକୋଟ, ଅମୃତସର, ଫିରୋଜପୁର, ଫାଜିଲ୍କା, ଗୁରଦାସପୁର, ତରନତାରନ ଓ ରାଜଧାନୀ ଚଣ୍ଡୀଗଡ଼ରେ ବି ବ୍ଲାକଆଉଟ୍ କରାଯାଇଛି। ପଠାଣକୋଟ ଓ ଫିରୋଜପୁରରେ ବି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି। ଜମ୍ମୁ ଓ କାଶ୍ମୀରର ସାମ୍ବା ଏବଂ ଆରଏସ ପୁରାରେ କିଛି ଡ୍ରୋନକୁ ନିଷ୍କ୍ରିୟ କରାଯାଇ । ଭାରତୀୟ ସେନା ଆକାଶରେ ହିଁ ଧ୍ୱଂସ କରିଦେଇଛି। ଏହାସହ ସୀମା ଆର ପଟୁ ମଝିରେ ମଝିରେ ଗୁଳି ମାଡ଼ କରାଯାଉଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ମୁଁ ଯେଉଁଠାରେ ଅଛି, ସେଠାରେ ବିସ୍ଫୋରଣ ଶବ୍ଦ, ହୁଏତ ତୋପର, ଶୁଣିବାକୁ ମିଳୁଛି ।’ ଏହାସହ ଅନ୍ଧାର ସହରର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଜମ୍ମୁରେ ଏବେ ବ୍ଲାକଆଉଟ୍ ହୋଇଛି । ସାରା ସହରରେ ସାଇରନ ଶବ୍ଦ ଶୁଣିବାକୁ ମିଳୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର