ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରିକଲା ‘ସଂକଳ୍ପ ପତ୍ର’; ଇସ୍ତାହାରରେ ୮ଲକ୍ଷ ଚାକିରି ସହ ୫ ମେଡିକାଲ କଲେଜ

The Sakala Picture
Published On

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି ବି ସଂକଳ୍ପପତ୍ର ଜାରି କରିଛି । ତେବେ ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି । ବିଜେପି ତା’ର ନିର୍ବାଚନୀ […]

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି ବି ସଂକଳ୍ପପତ୍ର ଜାରି କରିଛି । ତେବେ ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ବିଜେପି ତା’ର ନିର୍ବାଚନୀ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଜାରି କରିବା ଅବସରରେ ଦଳ ସଭାପତି ଜେ. ପି. ନଡ୍ଡା କହିଛନ୍ତି ଯେ, ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ ନିମନ୍ତେ ବିଶେଷଜ୍ଞ କମିଟି ଗଢ଼ାଯିବ। କମିଟିର ରିପୋର୍ଟ ଆଧାରରେ ତାହା ଲାଗୁ କରାଯିବ। ଏହାଛଡ଼ା, ପର୍ଯ୍ୟାୟକ୍ରମେ ୮ ଲକ୍ଷ ଚାକିରି ସୃଷ୍ଟି ଏବଂ ୫ଟି ନୂଆ ମେଡିକାଲ୍‌ କଲେଜ ଖୋଲିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ଯେକୌଣସି ବେଆଇନ ବ୍ୟବହାର ବନ୍ଦ କରାଇବା ଲାଗି ବିଜେପି ହିମାଚଳ ପ୍ରଦେଶରେ ଥିବା ୱାକଫ୍‌ ସମ୍ପତ୍ତିର ସର୍ଭେ କରାଇବ। ବିଜେପି ସଂକଳ୍ପ ପତ୍ରରେ କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛି । ବିଜେପି କହିଛି କି ସରକାର ଗଠନ ହେବା ପରେ ରାଜ୍ୟର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ କିସାନନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ଯୋଜନାକୁ ଯୋଡି ବାର୍ଷିକ ଅଧିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

‘ବିଜେପି’ ସରକାର ‘ଶକ୍ତି’ ନାମରେ ଆରମ୍ଭ କରିବାକୁ ଥିବା କାର୍ଯ୍ୟକ୍ରମରେ ୧୦ ବର୍ଷରେ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଇ ଧର୍ମକ୍ଷେତ୍ର ଏବଂ ମନ୍ଦିର ଚାରିପଟେ ଭିତ୍ତିଭୂମି ଓ ପରିବହନ ବିକାଶ କରିବ ବୋଲି ମଧ୍ୟ ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର