ମଝି ଆକାଶରେ ଉଡ଼ୁଥିବାବେଳେ ‘ଆକାଶ ଏୟାର’ ବିମାନରେ ମାଡ଼ହେଲା ପକ୍ଷୀ, ଦିଲ୍ଲୀ ଏୟାରପୋର୍ଟରେ କଲା ଜରୁରୀ ଅବତରଣ

The Sakala Picture
Published On

ନୂଆଦିଲ୍ଲୀ: ୧୯୦୦ ଫୁଟ୍‌ ଉଚ୍ଚତାରେ ଉଡ଼ୁଥିବାବେଳେ ‘ଆକାଶ ଏୟାର’ର ବିମାନ ସହ ମାଡ଼ ହେଲା ପକ୍ଷୀ । ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଅଳ୍ପକେ ବର୍ତ୍ତିଲେ ବିମାନରେ ଥିବା ସମସ୍ତ ଯାତ୍ରୀ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଆକାଶ ଏୟାରଲାଇନ୍ସର ବୋଇଂ 737 ମାସ୍କ-8 ଏୟାରକ୍ରାଫ୍ଟ ବିମାନଟି ଭୂପୃଷ୍ଠରୁ ୧୯୦୦ ଫିଟ୍ ଉପରେ ଉଡ଼ୁଥିବା ବେଳେ ପକ୍ଷୀମାଡ଼ ହୋଇଥିଲା । ଲ୍ୟାଣ୍ଡିଂ ପରେ ବିମାନ କିଛି ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର