ବିହାରରେ ଭାଙ୍ଗିଲା ଜେଡିୟୁ – ବିଜେପି ମେଣ୍ଟ ! ପୁଣି ଆରଜେଡିକୁ ସାଥି କରିବ ଜେଡିୟୁ

The Sakala Picture
Published On

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିଲା ବିହାରରେ ମେଣ୍ଟ ସରକାର । ଆଜି ବସିଥିବା ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ଅଲଗା ହେଇଛନ୍ତି ଜେଡିୟୁ – ବିଜେପି। ବିଜେପି ହତ ଛାଡି ପୁଣି ଆରଜେଡି ସହ ମେଣ୍ଟ କରିବ ଜେଡିୟୁ ।  ଆଜି ଅପରାହ୍ନ ୪ଟାରେ ନୀତିଶ କୁମାର ରାଜ୍ଯପାଳକୁ ଭେଟିବେ ବୋଲି ଜଣା ପଡ଼ିଛି। ଏହା ପରେ ନୀତିଶ କୁମାର ଆରେଜିଡି ନେତା ତେଜସ୍ବୀ ଯାଦବଙ୍କୁ […]

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିଲା ବିହାରରେ ମେଣ୍ଟ ସରକାର । ଆଜି ବସିଥିବା ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ଅଲଗା ହେଇଛନ୍ତି ଜେଡିୟୁ – ବିଜେପି। ବିଜେପି ହତ ଛାଡି ପୁଣି ଆରଜେଡି ସହ ମେଣ୍ଟ କରିବ ଜେଡିୟୁ ।  ଆଜି ଅପରାହ୍ନ ୪ଟାରେ ନୀତିଶ କୁମାର ରାଜ୍ଯପାଳକୁ ଭେଟିବେ ବୋଲି ଜଣା ପଡ଼ିଛି। ଏହା ପରେ ନୀତିଶ କୁମାର ଆରେଜିଡି ନେତା ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ । ବିହାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡିର ବିଧାୟକ ତଥା ବହୁ ବରିଷ୍ଠ ନେତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସ ଭବନରେ ପହଞ୍ଚିଛନ୍ତି । ସେପଟେ ଜେଡିୟୁର ସାଂସଦମାନେ ନୀତିଶଙ୍କ ଘରେ ବୈଠକ କରୁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଥିଲା । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ୟ୍ୟକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

09 Aug 2022 By The Sakala

ବିହାରରେ ଭାଙ୍ଗିଲା ଜେଡିୟୁ – ବିଜେପି ମେଣ୍ଟ ! ପୁଣି ଆରଜେଡିକୁ ସାଥି କରିବ ଜେଡିୟୁ

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିଲା ବିହାରରେ ମେଣ୍ଟ ସରକାର । ଆଜି ବସିଥିବା ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ଅଲଗା ହେଇଛନ୍ତି ଜେଡିୟୁ – ବିଜେପି। ବିଜେପି ହତ ଛାଡି ପୁଣି ଆରଜେଡି ସହ ମେଣ୍ଟ କରିବ ଜେଡିୟୁ ।  ଆଜି ଅପରାହ୍ନ ୪ଟାରେ ନୀତିଶ କୁମାର ରାଜ୍ଯପାଳକୁ ଭେଟିବେ ବୋଲି ଜଣା ପଡ଼ିଛି। ଏହା ପରେ ନୀତିଶ କୁମାର ଆରେଜିଡି ନେତା ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ । ବିହାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡିର ବିଧାୟକ ତଥା ବହୁ ବରିଷ୍ଠ ନେତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସ ଭବନରେ ପହଞ୍ଚିଛନ୍ତି । ସେପଟେ ଜେଡିୟୁର ସାଂସଦମାନେ ନୀତିଶଙ୍କ ଘରେ ବୈଠକ କରୁଥିବା ଜଣାପଡ଼ିଛି ।

ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଥିଲା । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ୟ୍ୟକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।

https://www.thesakala.in/national-international/bihar-political-crisis-jdu-bjp-alliance-broke-down/article-13997
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର