ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ !

The Sakala Picture
Published On

ପାଟନା: ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ଆସନ୍ତାକାଲି ଜେଡିୟୁ ବୈଠକ ଥିବା ବେଳେ ଏବେକାର ରାଜନୈତିକ ଅସ୍ଥିରତାକୁ ଏନଡିଏ ସମର୍ଥିତ ସବୁ ଦଳ […]

ପାଟନା: ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ଆସନ୍ତାକାଲି ଜେଡିୟୁ ବୈଠକ ଥିବା ବେଳେ ଏବେକାର ରାଜନୈତିକ ଅସ୍ଥିରତାକୁ ଏନଡିଏ ସମର୍ଥିତ ସବୁ ଦଳ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଅଗଷ୍ଟ ୧୧ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତିଶ କୁମାର କଂଗ୍ରେସ ଅଧ୍ୟକ୍ଷ ନୀତିଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଥିବା ସୂଚନା । ଆରଜେଡି ମଧ୍ୟ ଜେଡିୟୁ ପ୍ରତି ସଫ୍ଟକର୍ଣ୍ଣର ଦେଖାଉଥିବା ବେଳେ ଦଳର ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଜସ୍ବୀ ଯାଦବ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ଯ୍ଯକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

08 Aug 2022 By The Sakala

ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ !

ପାଟନା: ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ଆସନ୍ତାକାଲି ଜେଡିୟୁ ବୈଠକ ଥିବା ବେଳେ ଏବେକାର ରାଜନୈତିକ ଅସ୍ଥିରତାକୁ ଏନଡିଏ ସମର୍ଥିତ ସବୁ ଦଳ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।

ଅଗଷ୍ଟ ୧୧ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତିଶ କୁମାର କଂଗ୍ରେସ ଅଧ୍ୟକ୍ଷ ନୀତିଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଥିବା ସୂଚନା । ଆରଜେଡି ମଧ୍ୟ ଜେଡିୟୁ ପ୍ରତି ସଫ୍ଟକର୍ଣ୍ଣର ଦେଖାଉଥିବା ବେଳେ ଦଳର ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଜସ୍ବୀ ଯାଦବ ।

ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ଯ୍ଯକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର