ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳା ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳାଙ୍କୁ ବିହାର ପୋଲିସ ଖୋଜି ବାହାର କରିଛି। ଗୁପ୍ତଚରବୃତ୍ତି ଅଭିଯୋଗରେ ବିହାର ପୁଲିସ ବୋଧଗୟାରୁ ଜଣେ ସନ୍ଦିଗ୍ଧ ଚୀନ ମହିଳାକୁ ଅଟକ ରଖି ପଚରାଉଚରା କରୁଛି। ସନ୍ଦିଗ୍ଧ ମହିଳା ଗୁପ୍ତଚରଙ୍କ ବୟସ ପାଖାପାଖି ୫୦ ହେବ ବୋଲି କୁହାଯାଉଛି। ବିହାର ପୋଲିସ ଚୀନ ଗୁପ୍ତଚରଙ୍କୁ ବୋଧଗୟାର କାଲଚକ୍ର ଗ୍ରାଉଣ୍ଡ ବାହାରୁ କାବୁ କରି ନେଇଛି। ଏହି ଜାଗାକୁ ଦଲାଇ ଲାମା ପ୍ରବଚନ ଦେବାକୁ ଆସି […]

ନୂଆଦିଲ୍ଲୀ: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳାଙ୍କୁ ବିହାର ପୋଲିସ ଖୋଜି ବାହାର କରିଛି। ଗୁପ୍ତଚରବୃତ୍ତି ଅଭିଯୋଗରେ ବିହାର ପୁଲିସ ବୋଧଗୟାରୁ ଜଣେ ସନ୍ଦିଗ୍ଧ ଚୀନ ମହିଳାକୁ ଅଟକ ରଖି ପଚରାଉଚରା କରୁଛି। ସନ୍ଦିଗ୍ଧ ମହିଳା ଗୁପ୍ତଚରଙ୍କ ବୟସ ପାଖାପାଖି ୫୦ ହେବ ବୋଲି କୁହାଯାଉଛି। ବିହାର ପୋଲିସ ଚୀନ ଗୁପ୍ତଚରଙ୍କୁ ବୋଧଗୟାର କାଲଚକ୍ର ଗ୍ରାଉଣ୍ଡ ବାହାରୁ କାବୁ କରି ନେଇଛି। ଏହି ଜାଗାକୁ ଦଲାଇ ଲାମା ପ୍ରବଚନ ଦେବାକୁ ଆସି ଥାଆନ୍ତି। ପୋଲିସ ମୁତାବକ, ସନ୍ଦିଗ୍ଧ ଚୀନ ମହିଳାଙ୍କ ନାମ ସଙ୍ଗ୍ ସିଆଓଲାନ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ମହିଳାଜଣକ ୨୦୧୯ରେ ପ୍ରଥମେ ଭାରତ ଆସିଥିଲେ। ପରେ କିନ୍ତୁ ସେ ଚୀନ ଫେରି ଯାଇଥିଲେ। ଏହାପରେ ଦ୍ୱିତୀୟ ଥର ଭାରତ ଆସି ପୁଣି ନେପାଳ ଚାଲି ଯାଇଥିଲେ। ସମ୍ପୃକ୍ତ ମହିଳାଜଣକ ନେପାଳରେ କିଛି ଦିନ ବିତାଇବା ପରେ ବୋଧଗୟାରେ ପହଞ୍ଚିଥିଲେ। ଗୟା ସିଟି ପୋଲିସ ଏସ୍‌ପି ଅଶୋକ ପ୍ରସାଦ ତାଙ୍କୁ ଏ ନେଇ ପଚରାଉଚରା ଚଳାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହା ପୂର୍ବରୁ ଏହି ମହିଳାଙ୍କ ସଂପର୍କରେ ଗୁଇନ୍ଦା ଏଜେନ୍ସିମାନେ ଏକ ସତର୍କତା ଜାରି କରିଥିଲେ । ଏହି ରିପୋର୍ଟ ଆଧାରରେ ଚୀନ ମହିଳାଙ୍କ ଏକ ରେଖାଚିତ୍ର ବା ସ୍କେଚ୍ ଜାରି କରାଯାଇଥିଲା । ସଂପୃକ୍ତ ମହିଳାର ନାଁ ସଙ୍ଗ୍ ସିଆଓଲାନ ବୋଲି ଜଣାପଡ଼ିଥିଲା ଓ ତା ସମ୍ପର୍କରେ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ଲୋକମାନଙ୍କୁ ନିବେଦନ କରାଯାଇଥିଲା । ଗୁଇନ୍ଦା ରିପୋର୍ଟ ଅନୁସାରେ ଉକ୍ତ ମହି​ଳା ଗତ ପ୍ରାୟ ୧ ବର୍ଷ ହେଲା ବିନା ଭିସାରେ ବୋଧଗୟାରେ ରହୁଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର