ୟୁପି ନିର୍ବାଚନ ପୂର୍ବରୁ ଆପ୍ ର ବଡ ଘୋଷଣା: ସରକାର ଗଠନକଲେ ରାଜ୍ଯବାସୀଙ୍କୁ ମିଳିବ ୩୦୦ ୟୁନିଟର ମାଗଣା ବିଦ୍ଯୁତ
ଲକ୍ଷ୍ନୌ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ସିସୋଦିଆ କହିଛନ୍ତି ଯେ, ଯଦି ୟୁପିରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ। ଏନେଇ ମନୀଷ ସିସୋଦିଆ ମଧ୍ୟ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଆପ ସରକାର ଗଠନ କରିବାର ୨୪ ଘଣ୍ଟା ମଧ୍ଯରେ ୟୁପିରେ ବିଦ୍ୟୁତ୍ ମାଗଣାରେ ଉପଲବ୍ଧ ହେବ। उत्तर प्रदेश में महँगी बिजली […]
ଲକ୍ଷ୍ନୌ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ସିସୋଦିଆ କହିଛନ୍ତି ଯେ, ଯଦି ୟୁପିରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ। ଏନେଇ ମନୀଷ ସିସୋଦିଆ ମଧ୍ୟ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଆପ ସରକାର ଗଠନ କରିବାର ୨୪ ଘଣ୍ଟା ମଧ୍ଯରେ ୟୁପିରେ ବିଦ୍ୟୁତ୍ ମାଗଣାରେ ଉପଲବ୍ଧ ହେବ।
उत्तर प्रदेश में महँगी बिजली के बिलों से मुक्ति दिलाने के सम्बंध में एक महत्वपूर्ण घोषणा .
ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀआम आदमी पार्टी की सरकार बनने के 24 घंटे के अंदर हर आदमी तो घरेलू उपयोग के लिए 300 यूनिट तक बिजली फ़्री मिलेगी https://t.co/VdTJOL53qf
ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ— Manish Sisodia (@msisodia) September 16, 2021
ଏ ସମ୍ପର୍କରେ ୟୁପି ଦାୟିତ୍ୱରେ ଥିବା ସଞ୍ଜୟ ସିଂ କହିଛନ୍ତି ଯେ ସମଗ୍ର ରାଜ୍ୟରେ ଆମ୍ ଆଦମୀ ପାର୍ଟିକୁ ଯେଉଁ ପ୍ରକାରର ଜନସାଧାରଣ ସମର୍ଥନ କରୁଛନ୍ତି ତାହା ଉତ୍ସାହଜନକ। ଆମେ ଦିଲ୍ଲୀ ସରକାରଙ୍କ ବିକାଶର ମଡେଲ ସହିତ ରାଜ୍ୟବାସୀଙ୍କ ପାଖକୁ ଯିବୁ ଏବଂ ଆମେ ନିଶ୍ଚିତ ଯେ ଲୋକମାନେ ଆମକୁ ସମର୍ଥନ କରିବେ।
ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ମନୀଷ ସିସୋଦିଆ କହିଛନ୍ତି ଯେ, ଜନସାଧାରଣଙ୍କ ଭୋଟ୍ ଶକ୍ତି ଦ୍ୱାରା ବିଦ୍ୟୁତ୍ ବିଲ୍ ହ୍ରାସ ହୋଇପାରିବ। ସେ ଆହୁରି ମଧ୍ଯ କହିଛନ୍ତି ଯେ, ରାଜ୍ୟର କୃଷକଙ୍କ ବକେୟା ବିଦ୍ୟୁତ୍ ବିଲ୍ ଛାଡ କରାଯିବ।






