ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଆଜି ଆସିପାରେ ବଡ ନିଷ୍ପତି !

The Sakala Picture
Published On

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଆଜି ଆସିପାରେ ବଡ ନିଷ୍ପତି । ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ୪୫ତମ ଜିଏସ୍‌ଟି ପ୍ୟାନେଲର ବୈଠକ ବସିବ। ଏହି ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଆଲୋଚନା ହେବ। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ […]

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଆଜି ଆସିପାରେ ବଡ ନିଷ୍ପତି । ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ୪୫ତମ ଜିଏସ୍‌ଟି ପ୍ୟାନେଲର ବୈଠକ ବସିବ। ଏହି ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଆଲୋଚନା ହେବ। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ ବୈଠକରେ ଆସିପାରେ ପ୍ରସ୍ତାବ । ଆଉ ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତାହେଲେ ପେଟ୍ରୋଲ ଓ ଡିଜେଲର ଦର ଖୁବ୍ କମିପାରେ ବୋଲି କୁହାଯାଉଛି । ଏପରିକି ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୬୮ ଟଙ୍କାକୁ କମିପାରେ ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦେଶର ଅଧିକାଂଶ ସହରରେ ଏବେ ପେଟ୍ରୋଲ ଦ୍ୱାରା ଆକାଶଛୁଆଁ । ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଥିବାବେଳେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ପାଖାପାଖି ଅଛି । ଏପରି ସ୍ଥଳେ ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧୀନକୁ ଆସେ ତେବେ ଏହାର ଦ୍ୱାରା କିଛି ମାତ୍ରାରେ କମିପାରେ ବୋଲି ସମ୍ଭାବନା ସୃଷ୍ଟି ହେଉଛି । ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଉପରେ ଯେଉଁ କେନ୍ଦ୍ରୀୟ ଓ ରାଜ୍ୟ ଶୁଳ୍କ ଲାଗୁଛି, ତାହା କମିଯିବ । ଫଳରେ ସ୍ୱଂୟକ୍ରୟା ପ୍ରକ୍ରିୟାରେ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ମଧ୍ୟ ହ୍ରାସ ପାଇବ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ତେବେ ଏହି ପ୍ରସ୍ତାବ ପାରିତ ହେବା ଏତେ ସହଜ ନୁହେଁ । କାରଣ ବହୁ ରାଜ୍ୟ ଏହି ପ୍ରସ୍ତାବକୁ ଯେ ବିରୋଧ କରିବେ, ତାହା ନିଶ୍ଚିତ । କାରଣ ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ କମିଲେ, ଏଥିରୁ ରାଜ୍ୟ ମାନଙ୍କୁ ମିଳୁଥିବା ଅର୍ଥ କମିଯିବ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର